No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନୟାଗଡ଼, ତରଫରୁ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପାତ୍ର ଙ୍କ ଅଦ୍ୟକ୍ଷୟତରେ ପାଳନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ଶ୍ରୀମତୀ ତପ୍ତି ରାଜ, ଡେପୁଟି କଲେକ୍ଟର ଶ୍ରୀମତୀ ପ୍ରଭାତୀ ମହାରଣା ( Office of the Sub collector Nayagarh ) ମହିଳା ସଶକ୍ତିକରଣର ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦଶ ( District Hub Empowernment of Women ) DHEW ର ସମସ୍ତ କର୍ମଚାରୀ,

ଜିଲ୍ଲାର ସମସ୍ତ CDPOs ମାଡାମ, Supervisor & AWW ଙ୍କ ସହିତ ଆଦିକା କିଶୋରୀ ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ଶ୍ରୀମତୀ ତପ୍ତି ରାଜ ମାଡାମ ଝିଅ ଙ୍କ ସ୍ୱାସ୍ଥ୍ୟ, ଶିକ୍ଷା,ଲିଙ୍ଗଗତ ସମାନତା, ଘରୋଇ ହିଂସା, ଯୌତୁକ ନେଷେଧ, ବାଲ୍ୟ ବିବାହ ନିଷେଧ ଇତ୍ୟାଦି ସମସ୍ତ ବିଷୟରେ କିଶୋରୀ ବାଳିକା ମାନଙ୍କୁ ଉଦବୋଧନ ଦେଇଥିବା ସ୍ଥଳେ ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ l ଏହି କାଯ୍ୟକ୍ରମ ରେ Quize, ସଂଗୀତ, ନୃତ୍ୟ ମାଧ୍ୟ୍ୟମରେ ମହିଳା ସଶକ୍ତିକରଣ କୁ ପ୍ରତିପାଦିତ କରି ଶେଷରେ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ, ଶେଷରେ DSWO ଓ CDPO ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

No Result
View All Result