ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀକ୍ଷେତ୍ରର ପୁରାତନ ଅନୁଷ୍ଠାନ କୁମାର ଉତ୍ସବ ସମିତି ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ରେ ତିନିଦିନ ଧରି ଅନୁଷ୍ଠିତ ୫୮ତମ କୁମାର ଉତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦୂରଦର୍ଶନର ଉଦ୍ଘୋଷିକା କଳ୍ପନା ମିଶ୍ର, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ଅନୁଷ୍ଠାନ ର ଉପସଭାପତି ଅମରେନ୍ଦ୍ର ପାଇକରାୟ,ଉପଦେଷ୍ଟା ମନୋଜ ରଥ ମଞ୍ଚାସିନ ଥିଲେ ।
ଏହି ଅବସରରେ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ଙ୍କୁ କୁମାର ଉତ୍ସବ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା | ଆର୍ଥିକ ପ୍ରକଳ୍ପ ବ୍ରଜମୋହନ ଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସୁକାନ୍ତ କୁମାର ପଣ୍ଡାଙ୍କ ସମ୍ପାଦିତ ‘ଶିଶୁ ସମାଚାର. ଲୋକାର୍ପିତ ହୋଇଥିଲା। ସାଧାରଣ ସମ୍ପାଦକ ସ୍ବାଧୀନ କୁମାର ପଣ୍ଡା ସ୍ବାଗତ ଭାଷଣ ଓ ଅତିଥୁ ପରିଚୟ ପ୍ରଦାନ କରିଥିଲେ। କୃଷ୍ଣମଣି ନୃତ୍ୟ କଳା ମନ୍ଦିର ପକ୍ଷରୁ ଗୁରୁ ମନସ୍ମିତା ଙ୍କ ନିର୍ଦ୍ଦେଶନା ରେ ଶିଳ୍ପୀମାନେ ମାହାରୀ ନୃତ୍ୟ ପରିବେଷଣ କରିଥିଲେ ।















