No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ପୋଲିସ ପକ୍ଷରୁ ଭକ୍ତ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିବା ସମୟରେ ଫିଡବ୍ଯାକ ଦେବା ପାଇଁ ବ୍ଯବସ୍ଥା ହୋଇଛି । ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ଦିନ ଭିତରେ ପୁରୀ ପୋଲିସ ତାଙ୍କର ସେବା ଓ ବ୍ୟବସ୍ଥାପନା ନେଇ ୯୪ ଜଣ ଭକ୍ତଙ୍କ ଠାରୁ ମୋଟ ଫିଡ଼ବ୍ୟାକ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ଜଣ ଭକ୍ତ ସ୍ୱତସ୍ଫୂର୍ତ୍ତ ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ପୁରୀ ପୋଲିସଙ୍କ ଦ୍ୱାରା ଦିଆଯାଉଥିବା ସୁଚିନ୍ତିତ ଏବଂ ସୁସଂଖଳିତ ବ୍ୟବସ୍ଥା ପ୍ରତି ଗଭୀର ସନ୍ତୋଷ ବ୍ଯକ୍ତ କରିଛନ୍ତି ।
ସେଥିସହ ମୋଟ ୨୪ ଜଣ ଭକ୍ତ ନିଜର ମତାମତ ଦେଇଥିବା ସମୟରେ କିଛି ସାମାନ୍ୟ ପ୍ରସ୍ତାବ ରଖିଛନ୍ତି ସେମାନଙ୍କ ମଧ୍ୟରୁ ୧୨ ଜଣ ଭକ୍ତ ମନ୍ଦିର ପରିସରର କିଛି ସ୍ଥାନରେ ପାଣି ରଖିବା ପାଇଁ ଅନୁରୋଧ କରିଥିଲେ ଓ ଅନ୍ୟ ୧୨ ଜଣ ଭକ୍ତ କ୍ଯୁଆର କୋଡ୍ ସ୍କାନ ମାଧ୍ୟମରେ ନିଜ ଫିଡ଼ବ୍ୟାକ ଦେଇଥିଲେ । ପୁରୀ ପୋଲିସଙ୍କ ଦ୍ୱାରା ଉତ୍ତର ଦ୍ୱାରରେ ବିଶେଷ ଫିଡବ୍ଯାକ ସେଣ୍ଟର ସ୍ଥାପିତ ହୋଇଥିବା ସହିତ ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ କ୍ଯୁଆର ସ୍କାନ ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନେ ନିଜ ମତାମତ ଦେଇପାରୁଛନ୍ତି ।
କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର ଭକ୍ତଙ୍କ ପ୍ରଶଂସା ଏହି ଦିନ ସୁଦ୍ଧା କର୍ଣ୍ଣାଟକ ରୁ ପ୍ରାୟ ୭୦ ଜଣ ଭକ୍ତ ପୁରୀ ଆସି ଶ୍ରୀଜଗନ୍ନାଥ ଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭକ୍ତ ନିଜ ଫିଡ଼ବ୍ୟାକ ରେ ଲେଖିଥିଲେ – ପୁରୀ ପୋଲିସଙ୍କ ଦ୍ୱାରା ଦିଆଯାଇଥିବା ବ୍ୟବସ୍ଥା ସୁନ୍ଦର ଏବଂ ସୁସଂଖଳିତ । ଆମେ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କୁ ଧନ୍ୟବାଦ ଜଣାଉଛୁ । ସେହିପରି, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ସୃଷ୍ଟି ମିଶ୍ର ନାମକ ଭକ୍ତ ନିଜ ଅଭିଜ୍ଞତା ଅନୁଭବ କହିଥିଲେ । ମନ୍ଦିର ଭିତରେ ଏକ ଛୋଟ ପିଲା ଅସୁସ୍ଥ ଲାଗିଲା ବେଳେ, ତୁରନ୍ତ ପୋଲିସ ତାକୁ ସେଠାରୁ ବାହାର କରି ଶାନ୍ତିପୂର୍ଣ୍ଣ ଭାବରେ ଦର୍ଶନ କରାଇ ଛାଡିଦେଲେ ।
ଏହି ମାନବିକ ସେବା ଦେଖି ଆମେ ଓଡ଼ିଶା ପୋଲିସଙ୍କ ପ୍ରଶଂସା କରୁଛୁ । ସେହିପରି ଦିଲ୍ଲୀର ଭକ୍ତଙ୍କ ଅଭିଭାବ ଏହି ଫିଡ଼ବ୍ୟାକ ମଧ୍ୟରେ ଜଣେ ଦିଲ୍ଲୀର ଭକ୍ତ ଲେଖିଛନ୍ତି ଏତେ ଭିଡ଼ ହୋଇଥିଲେ ମଧ୍ୟ ପୁରୀ ପୋଲିସ ସଂଯମ ଓ ସେବାଭାବ ରଖି ଭକ୍ତମାନଙ୍କୁ ସହଯୋଗ କରୁଛନ୍ତି । ଏପରି ସମର୍ପିତ ପୋଲିସ କୁ ଆମ ସାଧୁବାଦ ଜଣାଇଥିଲେ । ପୁରୀ ଏସପି ପ୍ରତୀକ ସିଂ ଫିଡ଼ ବ୍ୟାକ କୁ ଆସି ସେଠାରେ ଭକ୍ତ ଙ୍କ ସହ ମିଶି ଆଲୋଚନା କରି କହିଛନ୍ତି ।
ପ୍ରତ୍ୟେକ ଭକ୍ତଙ୍କ ଦର୍ଶନ ଆମ ପାଇଁ ଏକ ଦାୟିତ୍ୱ ଓ ସେବା ସୁଯୋଗ । ଭକ୍ତମାନେ ନିଜ ଅନୁଭୂତି ଓ ପ୍ରସ୍ତାବ ମାଧ୍ୟମରେ ଯାହା କହୁଛନ୍ତି, ଆମେ ସେଗୁଡିକୁ ଗୁରୁତ୍ୱ ଦେଇ ସମୟୋପଯୋଗୀ ଭାବେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରଖିଛୁ । ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ କ୍ଯୁଆର ସ୍କାନ ବ୍ୟବସ୍ଥା ଓ ଉତ୍ତର ଦ୍ୱାରରେ ବିଶେଷ ଫିଡବ୍ଯାକ ସେଣ୍ଟର ରହିଛି । ସେଠାରେ ଭକ୍ତମାନେ ନିଜ ମତାମତ ଦେଇପାରିବେ ।
ପୁରୀ ପୋଲିସ ପକ୍ଷରୁ ଏହି ପବିତ୍ର କାର୍ତ୍ତିକ ମାସ ଅବସରରେ ଭକ୍ତମାନଙ୍କ ପାଇଁ ଶୃଙ୍ଖଳିତ ଏବଂ ଭକ୍ତିମୟ ପରିବେଶ ସୃଷ୍ଟି ନିମନ୍ତେ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ଭିଡ଼ ନିୟନ୍ତ୍ରଣ, ନିରାପତ୍ତା ଓ ଯାତାୟାତ ସୁବିଧା ସମସ୍ତ ବିଭାଗ ଏକତାରେ କାମ କରୁଛି । ପୁରୀ ପୋଲିସ ଆଶା କରୁଛି ଯେ ଆଗାମୀ ଦିନରେ ଭକ୍ତମାନଙ୍କ ସହଯୋଗ ଓ ମତାମତ ଆଧାରରେ ସେବା ଓ ସୁବିଧା ଆହୁରି ସୁଦୃଢ଼ ହେବ ।

No Result
View All Result