ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ଵର ମ୍ୟୁଜିକ ସର୍କଲର ପ୍ରତିଷ୍ଠାତା ସର୍ଦ୍ଦାର ସନ୍ତକ ସିଂଙ୍କ ସ୍କୃତି ପ୍ରତି ଶ୍ରଦ୍ଧା ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ଵରୂପ ସର୍କଲ ତରଫରୁ ରବୀନ୍ଦ୍ର ମଣ୍ଡପଠାରେ ଏକ “ସୋଲଫୁଲ ଗଜଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଳାମନ୍ଦିରର ରାଜୀନ୍ଦର ସିଂ, ଯଶଜିତ୍ କୈାର ଏବଂ ଉତ୍କଳ ହସପିଟାଲର ଡିନ୍ ତଥା ନିର୍ଦ୍ଦେଶକ ଡଃ ପି.କେ ଦାଶ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ ।















