No Result
View All Result
ମାହାଙ୍ଗା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜୟପୁର ସ୍ଥିତ ଭଳିଦାସପୁର ଛକ ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୂର୍ବତନ ମନ୍ତ୍ରୀ ତଥା ବିରୋଦଦଳ ର ଉପସଭାପତି ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ , ସଂଜୟ ଦାସ ବର୍ମା , ମାହାଙ୍ଗା ବ୍ଲକ ର ଅଧକ୍ଷା ଦୀପା ମଲ୍ଲିକ ,
ଉପାଧ୍ୟକ୍ଷ ସତ୍ୟ ନାରାୟନ ମହାନ୍ତି , ବ୍ଲକ୍ ସଭାପତି ରାଜ କିଶୋର ଜେନା , ସମସ୍ତ ଜିଲ୍ଲା ପରିଷଧ ସଭ୍ୟ , ଦଳୀୟ କର୍ମୀ ,ମୂରବୀ , ଯୁବ , ଛାତ୍ର ଓ ମହିଳା ମାନେ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଦେଇଥିଲେ ।
ତା ପରେ ବଡ଼ ବାଇକ୍ ରାଲି ପଟୁଆରରେ ଭଳିଦାସ ପୁର ଠାରୁ କୋଠପଦା ବଜାର ଠାରେ ଆସି ପହଞ୍ଚିଥିଲେ । ସେଠାରେ ଗଣକବି ବୈଷ୍ଣବ ପାଣି ଙ୍କ ଉପରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଓ ବରିଷ୍ଟ ନେତା ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମା ପୁଷ୍ପ ମାଲ୍ୟ ଦେଇଥିଲେ ।
ତା ପରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ମହୋଦୟ ଗଣକବି ଙ୍କ ବିଷୟ ରେ ଦୁଇପଦ କହିଥିଲେ । ଗଣକବି ବୈଷ୍ଣବ ପାଣି ହେଉଛନ୍ତି ଏକା ଧାରରେ ଗୋଟେ ସାହିତ୍ୟିକ , କବି ଓ ସେ ଜଣେ ଲେଖକ ମଧ୍ଯ ଥିଲେ ।
ବୈଷ୍ଣବ ପାଣି ନିଶା ବହୁତ୍ ବିରୋଧ କରୁଥିଲେ । ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମା ମଧ୍ଯ ଦୁଇ ପଦ ବୈଷ୍ଣବ ପାଣି ଙ୍କ ଉପରେ କହିଥିଲେ । ତା ପରେ ସଭା ସାଙ୍ଗ ହେଇ ଥିଲା ।

No Result
View All Result