• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଥ ଦମ୍ପତ୍ତି ଦୟାମୟୀ ଓ ପୂର୍ଣଚନ୍ଦ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ

Proprietor Abhimanyu Maharana by Proprietor Abhimanyu Maharana
October 6, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Glowing Tributes paid to Rath Couple Dayamayee and Purna Chandra
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଥ ଦମ୍ପତ୍ତି ଦୟାମୟୀ ଏବଂ ପୂର୍ଣଚନ୍ଦ୍ରଙ୍କୁ ଏଠାରେ ଆୟୋଜିତ ଏକ ସ୍ମୃତି ସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଶତାଧିକ ନିମନ୍ତ୍ରିତ ଅତିଥି,ପରିବାର ବର୍ଗ ଏବଂ ଶୁଭାକାଂକ୍ଷୀ ଏହି ଅବସରରେ ଉଭୟଙ୍କର ସମାଜ ସେବା ଓ ମାନବ କଲ୍ୟାଣ କ୍ଷେତ୍ରରେ ବ୍ୟାପକ ଅବଦାନର ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତଃ ଶ୍ରୀମତୀ ଦୟାମୟୀ ରଥ ଏବଂ ସ୍ବର୍ଗତଃ ଇଞ୍ଜିନିୟର ପୂର୍ଣଚନ୍ଦ୍ର ରଥ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ। ଉଭୟ ବହୁବିଧ ସୁଗୁଣର ଅଧିକାରୀ ଥିଲେ ।

ଶ୍ରୀମତୀ ରଥ ଓ ଇଞ୍ଜିନିୟର ରଥ ଏକାଧାରରେ ଧର୍ମ ପରାୟଣ ,ସରଳ,ମିଷ୍ଟଭାଷୀ,ପରୋପକାରୀ ,ଦରଦୀ କର୍ମଠ ,ଦାୟିତ୍ବବାନ, ବନ୍ଧୁବତ୍ସଳ,ମେଳାପି, ଭରସାଯୋଗ୍ୟ, ସମୟାନୁବର୍ତ୍ତି,ସ୍ପଷ୍ଟବାଦୀ ,ସଚ୍ଚୋଟ ଏବଂ ସ୍ୱାଭିମାନୀ ମଣିଷ ଥିଲେ। ପରିବାର ବର୍ଗଙ୍କ ତରଫରୁ ସେମାନଙ୍କର ଅସ୍ଥିକୁ ପବିତ୍ର ପ୍ରୟାଗ ରାଜ ଠାରେ ବିସର୍ଜନ, କାଶିର ବିଶ୍ୱନାଥ ଓ ବଦ୍ରୀନାଥ ମନ୍ଦିରରେ ଉଭୟଙ୍କର ମୋକ୍ଷ ପାଇଁ ପୂଜାପାଠ ଏବଂ ଗୟା ତଟରେ ସେମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବା ପରେ ଭୁବନେଶ୍ବରଠାରେ ଏହି ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା।

ସ୍ବର୍ଗତଃ ପୂର୍ଣଚନ୍ଦ୍ର ରଥ ୧୯୩୭ ମସିହା ଏପ୍ରିଲ ମାସ ୨୫ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ଆଠଗଡ଼ ତହସିଲ ଅନ୍ତର୍ଗତ କଟକିଆ ସାହିର ପାଟେଣି ଗାଁରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ଜୀବନରେ ଖୁବ ମେଧାବୀ ଛାତ୍ର ରହିଆସିଥିବା ସ୍ବର୍ଗତଃ ରଥ ଦୁଇଟି ବିଷୟ ବିଜ୍ଞାନ ଓ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଉପାଧି ହାସଲ କରିବାରେ,ତାଙ୍କ ଅଞ୍ଚଳରେ ପ୍ରଥମ ଥିଲେ। ଜଣେ ଇଞ୍ଜିନିୟର ଭାବରେ, ସେ ଓଡ଼ିଶା ସରକାରଙ୍କର ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ହୋଇ କାର୍ଯ୍ୟକ୍ଷେତ୍ରରେ ନିଜର ଅଧ୍ୟବସାୟ ଏବଂ ପେଶାଦାରି ପାରଦର୍ଶିତା ପାଇଁ ବହୁ ସୁନାମ ଅର୍ଜନ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ସାଫଲ୍ୟର ଶ୍ରେଷ୍ଠତ୍ୱ ହାସଲ କରିଥିବା ଇଞ୍ଜିନିୟର ରଥ ଜଣେ ଉଚ୍ଚକୋଟୀର ଲେଖକ ଭାବରେ ସାଧାରଣ ଲୋକଙ୍କୁ ଘର ତିଆରି ନେଇ ମାର୍ଗ ଦର୍ଶନ କରିବା ଉଦ୍ଦେଶ୍ୟରେ ରଚନା କରିଥିବା ‘ବାସକଳା’ ପୁସ୍ତକ ସାଧାରଣରେ ବେଶ ଆଦୃତ ହେଉଛି । ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟ ଉପରେ ଗବେଷଣା କରି ସେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଜଣେ ପ୍ରତିଭା ସମ୍ପନ୍ନ ଚିତ୍ର ଶିଳ୍ପୀ ଭାବରେ ତାଙ୍କ ଦ୍ୱାରା ଅଙ୍କିତ ବହୁ ଉପାଦେୟ ଚିତ୍ର ରହିଛି।ସ୍ବର୍ଗତଃ ରଥ ୧୯୬୫ ମସିହା ନଭେମ୍ବର ମାସ ୧୮ ତାରିଖରେ ଦୟାମୟୀ ରଥଙ୍କୁ ବିବାହ କରିଥିଲେ ।

ସ୍ବର୍ଗତଃ ଶ୍ରୀମତୀ ଦୟାମୟୀ ରଥ ୧୯୪୬ ମସିହା ନଭେମ୍ବର ୫ ତାରିଖରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ। ଜୀବନ ତମାମ ମହିଳା ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ଉଦ୍ୟମ କରିଥିବା ଶ୍ରୀମତୀ ରଥ ଜଣେ ଅଗ୍ରଣୀ ନାରୀ ନେତ୍ରୀ, ସୁନାମଧନ୍ଯ ସମାଜସେବୀ ତଥା ସମାଜ ସଂସ୍କାରକ, ନାରୀ ଶିକ୍ଷାର ଧୂରୀଣ ପ୍ରୋତ୍ସାହକ, ଲିଙ୍ଗ ବୈଷମ୍ୟ ବିରୁଦ୍ଧରେ ଜୋରଦାର ସଙ୍ଘର୍ଷକାରୀ ଏବଂ ନାରୀ ଅଧିକାର ସାବ୍ୟସ୍ତ ସପକ୍ଷରେ ପ୍ରଗଳ୍ଭା ପ୍ରବକ୍ତା ଥିଲେ।

୧୯୯୯ ମସିହାର ମହାବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ ତାଙ୍କର ରିଲିଫ ବିତରଣ ଖୁବ୍ ପ୍ରଶଂସନୀୟ ଥିଲା। ସ୍ୱାମୀ ଇଞ୍ଜିନିୟର ପୂର୍ଣଚନ୍ଦ୍ର ରଥଙ୍କ ସହିତ ଦୟାମୟୀ ସଦା ସର୍ବଦା ଦୁଃଖିରଙ୍କିଙ୍କର ସେବା ପାଇଁ ସମର୍ପିତ ସାଧନା କରି ଆସିଥିଲେ। ୭୩ ବର୍ଷ ବୟସରେ ୨୦୧୯ ମସିହା ଜୁନ ୨୬ ତାରିଖରେ ଶ୍ରୀମତୀ ରଥଙ୍କର ବିୟୋଗ ଘଟିଥିବା ବେଳେ ପତି ପୂର୍ଣ୍ଣଚନ୍ଦ୍ର ୮୪ ବର୍ଷ ବୟସରେ ୨୦୨୦ ମସିହା ଅକ୍ଟୋବର ୧୫ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ।

ସମାଜ ପ୍ରତି ରଥ ଦମ୍ପତ୍ତିଙ୍କର ଅମୂଲ୍ୟ ତଥା ଅତୁଳନୀୟ ଯୋଗଦାନର ପରମ୍ପରାକୁ ଜାରି ରଖିବାକୁ ଯାଇ ସେମାନଙ୍କର ସୁଯୋଗ୍ୟ ଦାୟାଦ କନିଷ୍ଠ ପୁତ୍ର ଆବୁଧାବିଠାରେ ଅବସ୍ଥାପିତ ଯନ୍ତ୍ରୀ ପ୍ରଦୀପ କୁମାର ରଥ ଚା ୱାଲା ଭାବରେ ପ୍ରସିଦ୍ଧି ହାସଲ କରିଥିବା ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଡି.ପ୍ରକାଶ ରାଓଙ୍କ ଦ୍ୱାରା ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ କଟକଠାରେ ପ୍ରତିଷ୍ଠିତ ‘ଆଶା ଓ ଆଶ୍ୱାସନା’ ଅନୁଷ୍ଠାନକୁ ପୌଷ୍ୟ ଭାବରେ ଗ୍ରହଣ କରି ଏହାର ଉତ୍ତୋରତର ଉନ୍ନତି ଦିଗରେ ବ୍ରତୀ ଥିବା ଜଣାଯାଇଛି ।

ଏହି ସଭା ଅବସରରେ ସଂସ୍ଥାର ପ୍ରତିନିଧିକୁ ଛାତ୍ରଛାତ୍ରୀମାନଙ୍କର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦିଗରେ ଗ୍ଯାସ ଷ୍ଟୋଭ ରଥ ପରିବାର ତରଫରୁ ପ୍ରଦାନ କରାଯାଇଥିଲା । ରଥ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ବର୍ଦ୍ଧିତ କରାଯାଇଥିବା ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦେବ,ନବ କିଶୋର ମଲ୍ଲିକ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ,

ରବୀନ୍ଦ୍ର କୁମାର ମହାନ୍ତି, ଡଃ. ଗୌରାଙ୍ଗ ଚରଣ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାଲିକା ରାୟ, କର୍ପୋରେଟର ଚନ୍ଦ୍ର ଶେଖର ମଲିଆ, ଶିବ ନାରାୟଣ ରାୟ, ଶିବ ପ୍ରସାଦ ବେହେରା, ବାବୁଲି ସାମନ୍ତ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଓଝା, ଇଞ୍ଜିନିୟର ରବୀନ୍ଦ୍ର ନାଥ ମିଶ୍ର, ୱାର୍ଲଡ ଓଡ଼ିଶା ସୋସାଇଟିର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ଏବଂ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ମନସ୍ମିତା ଜେନା ନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ରଥ ପରିବାରର ସମ୍ପର୍କୀୟ ଚଳିତ ବର୍ଷର ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଦୁଇ ମେଧାବୀ ବିଦ୍ୟାର୍ଥୀ ଯଥା:- ଅଭୀପସା ପତି ଏବଂ ବୈଭବ ତ୍ରିପାଠୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଯୁବନେତା ମନୋଜ ନାୟକ, ବରିଷ୍ଠ ସାମ୍ବାଦିକ ଶାରଦା ମହାପାତ୍ର ଓ ଦୂରଦର୍ଶନର ସମ୍ବାଦ ପାଠକ ବଳଭଦ୍ର ରଥ ପ୍ରମୁଖ ସାମିଲ ଥିଲେ । ପ୍ରସିଦ୍ଧ ଗାୟକ ସୁଶାନ୍ତ କୁମାର ପଣ୍ଡା ଏବଂ ଗାୟିକା ରଶ୍ମିତା ଦାଶ ଏହି ସଭାରେ ସୁମଧୁର ଭଜନ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ସ୍ମୃତି ସମାରୋହକୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ରଥ ଦମ୍ପତ୍ତିଙ୍କର ଜ୍ୟେଷ୍ଠ ପୁତ୍ର ଶିକ୍ଷାବିତ ଡଃ. ପ୍ରଭାତ କୁମାର ରଥ, କନିଷ୍ଠ ପୁତ୍ର ଯନ୍ତ୍ରୀ ପ୍ରଦୀପ କୁମାର ରଥ, ସୁପୁତ୍ରୀ ଡଃ. ପଦ୍ମାଳୟା ରଥ, ପୁତ୍ରବଧୁ ପ୍ରିୟମ୍ବଦା ରଥ, ବହ୍ନିପ୍ରଭା ରଥ, ଜାମାତା ଡଃ ଶିବ ନାରାୟଣ ଏବଂ ନାତି ନାତୁଣୀ ପ୍ରତ୍ୟୁଷ, ପ୍ରୀତୀଶ , ସିତୁ , ପ୍ରଜ୍ଞା, ପାୟଲ ଏବଂ ନିକ୍କୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version