ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) କଳାହାଣ୍ଡି : – କଳାହାଣ୍ଡି ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି , ଉତ୍ତର ବନଖଣ୍ଡ ଓ ନର୍ଲା ବ୍ଲକ ସ୍ଥିତ ସେରଗଡ଼ ଗ୍ରାମର ଜୟ ଜଗନ୍ନାଥ କ୍ଲବ ପକ୍ଷରୁ ସେହି ଗ୍ରାମର ରାସ୍ତା ଦୁଇ ପାର୍ଶ୍ୱରେ ସବୁଜ ଗ୍ରାମ ସ୍ୱଚ୍ଛ ଗ୍ରାମ ଅଭିଯାନରେ ବୃକ୍ଷ ରୋପଣ କାର୍ଯ୍ୟ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ନର୍ଲା ବ୍ଲକ ଜାତୀୟ ଯୁବ ସ୍ଵେଚ୍ଛାସେବୀ ମିଲନ କୁମାର ଭୋଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ବସନ୍ତ କୁମାର ଭୋଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ କ୍ଲବର ସାଧାରଣ ସଦସ୍ୟ ପ୍ରତାପ ଭୋଇ ,ମକରନ୍ଦ ମାଝୀ ,ବିକାଶ ଭୋଇ ଓ ସ୍ବେଚ୍ଛାସେବୀ ଅସୀମ ଭୋଇ ଉପସ୍ଥିତ ଥିଲେ । ସମସ୍ତେ ମାସ୍କ ବ୍ୟବହାର କରି,ସାମାଜିକ ଦୂରତା ଅବଲମ୍ବନ ସହ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)














