No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆଜକୁ ୧୦ ବର୍ଷ ହେଲା ରଣପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷିତ ହେବାର… ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସଧାରଣଙ୍କ ଠାରେ କିଛି ନା କିଛି ସୁଧାର ଆଣିଥିବା ବେଳେ ଗାଈ ଗୋରୁ, କୁକୁର ମାନଙ୍କ ଭଳି ନିରୀହ ପଶୁଙ୍କ ସୁବିଧା ପାଇଁ କିଛି ସୁଧାର ଆଣିନାହିଁ ।
ପ୍ରତିବର୍ଷ ଏନଏସିରେ ନିରୀହ ପଶୁ ଗୋରୁ ଗାଈ ଇତ୍ୟାଦି ଙ୍କୁ ସୁବିଧା ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ସେମାନଙ୍କ ରକ୍ଷଣା ବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ଅନୁମତି ଦେଉଥିବା ବେଳେ ରଣପୁର ବ୍ଲକ୍ ଠାରୁ ଆରମ୍ଭ କରି ,ରେଞ୍ଜର ଅଫିସ୍ ,

-
ଗୋରୁ ଗାଈ ମାନଙ୍କ ରଣପୁର ବଜାର ରେ ଉପଦ୍ରବ ବଡ ଅସହ୍ୟ ହେଲାଣି ,କହିଲେ କିଏ ଶୁଣିବାକୁ ନାହାନ୍ତି,ବଜାର ରୁ ସାଧାରଣ ଲୋକଟିୟେ ପରିବା ,ଯେ କୌଣସି ଖାଦ୍ୟ ପଦାର୍ଥ ,କିଣି ସାଇକେଲ, ମଟର ସାଇକେଲ ରେ ବ୍ୟାଗ୍ ରେ ରଖିଲେ ମଧ୍ୟ ,ସାମାନ୍ୟ ଟିକେ ଅଳଖ୍ୟ ରେ ଗୋରୁଗାଇ ମାନେ ଅତି ଚତୁରତାର ସହ ତାକୁ ଖାଇ ଦେଉ ଛନ୍ତି ,ନିରୀହ ଲୋକଟି ସଉଦା କରି ଖର୍ଚାନ୍ତ ହୋଇ ଘରକୁ ଖାଲି ହାତରେ ଭାଗ୍ୟ କୁ ଆଦରି ଫେରେ।
-
କଥା ଗୋରୁ ଗାଈ ରାସ୍ତାରେ ଦିନରାତି ସୋଇ ରହିବା ଫଳରେ ଯାତାୟାତ ଓ ଗାଡି ଚାଳନା କରିବାରେ ପ୍ରବଳ ଅସୁବିଧା ଓ ଦୁର୍ଘଟଣା ର ସମ୍ଭାବନା ବୃଦ୍ଧି ହେଉଛି, ଶେଷ ରେ ରାସ୍ତା ରେ ଗୋରୁ ଗାଈ ଦିନ ରାତି ବ୍ରିସାମ ନେବା ଦ୍ୱାରା ମଳ ତ୍ୟାଗ କରି ରାସ୍ତା କୁ ଗୁହାଳ ଠାରୁ ଅତ୍ୟଧିକ ଆବର୍ଜନା ରେ ପରିଣତ କରୁଛନ୍ତି।
-
ଗୋରୁଗାଇ ଗୁଡିକ ଅଧିକାଂଶ ସମୟରେ ଚାଷୀ ମାନଙ୍କ ନିକଟ ବର୍ତ୍ତୀ ଚାଷ ଜମିରେ ଅବାଧ ରେ ପ୍ରବେଶ କରି ଧାନ,ମୁଗ ବିରି,ଓ ପନିପରିବା ଚାଷ ର ଅଶେଷ କ୍ଷତି ସାଧନା ଓ ଚାଷୀ ମାନଙ୍କର ଶ୍ରମ ,ଅର୍ଥ ଓ ସମୟ ନଷ୍ଟ ହେଉଅଛି, ଫଳରେ ଚାଷୀ ଟିଏ ଅଯଥା ରେ ହଇରାଣ ହୋଇ ଚାଷ ରୁ ବିମୁଖ୍ ହେଉ ଅଛି । ଏହା ସାଙ୍ଗ କୁ ମାଙ୍କଡ ଉଭୟ ହନୁ ଓ ପାତି ଙ୍କ ଦଉରତ୍ମା ଆହୁରି ଅସହ୍ୟ ହେଲାଣି । ଏହାକୁ ଦୃଷ୍ଟି ରେ ରଖି ପଦଖେପ ନେବା ଜରୁରୀ
ଦାଣ୍ଡସାହି ପରିବା ବଜାର ,ଏନଏସି ଅଫିସ୍ ସମ୍ମୁଖରେ ମାଳ ମାଳ ଗୋରୁପଲ ବୁଲୁଥିବା ଦେଖିବାକୁ ମିଳୁଛି ଯେଉଁଥିପାଇଁ ଲୋକ ଦୁର୍ଘଟଣା ଓ ଯାନବାହାନ ଯାତାୟାତରେ ଅତିଶୟ ଭିଡ ଦେଖିବାକୁ ମିଳେ । ଏତଦ୍ ବ୍ୟତୀତ ସଧାରଣ ଗରିବ ଲୋକଟିଏ ଅଳ୍ପ ପଇସାରେ ପରିବା ନେଉଥିବା ବେଳେ ପରିବା ଗୋରୁ ଗାଈମାନେ ଖାଇ ଦେଉଥିବାରୁ ବହୁ ଅସନ୍ତୋଷ ପ୍ରକାଶ କରନ୍ତି ।
ପରିବା ମାର୍କେଟ ରେ ଗୋରୁଗାଈଙ୍କୁ ନିସ୍ତୁକ ମାଡ଼ ମାରି ଘଉଡାଇବାର ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ଏକ ସଧାରଣ ଅସୁବିଧାର ସମାଧାନ ପାଇଁ ଏନଏସି ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ଏକ ପ୍ରକାର ଅପାରଗତା ରାଜନୀତି ବୋଲି ମନେ ହୁଏ । ପଶୁ ଙ୍କ ସୁରକ୍ଷା କୁ ଆଖିଆଗରେ ରଖି ସରକାରଙ୍କ ସହାୟତା ଅର୍ଥ ରାଶି ଅନୁମୋଦନ ହୋଇଛି ନା ନାହିଁ ପଚାରିବାରୁ ଏନଏସି ପକ୍ଷରୁ ଶୁଣିବାକୁ ମିଳେ ୧୦ ବର୍ଷ ହେଲା ଏନଏସିକୁ ପଇସା ଆସିନି ।
ଏଭଳି ଏକ ଜନସାଧାରଣଙ୍କ ସମସ୍ୟାକୁ ସୁଧାରିବାରେ ଏନଏସି ଅଧ୍ୟକ୍ଷା ଅସମର୍ଥ ହେବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟବସ୍ତୁ ପାଲଟିଛି । ଗାଈ ଗୋରୁଙ୍କୁ ସୁରକ୍ଷା ଦେଉନଥିବା ଡବଲ ଇଞ୍ଜିନ ସରକାରର କଥା ପ୍ରବଳ କାମ କମ ହେଲା ଭଳି ଲାଗୁଛି । ହବ ହବ ବୋଲି ବିଜେଡି ସରକାରରେ ୫ ବର୍ଷ ବିତିଗଲା , ଡବଲ ଇଞ୍ଜିନ ସରକାର ଆସିବାର ଦେଢ଼ ବର୍ଷ ବିତିଗଲେ ହେଁ ଗୋରୁ ଗାଈଙ୍କ ପାଇଁ ସୁବ୍ୟବସ୍ଥା ଦେଖିବାକୁ ମିଳିଲାନି ।
ରଣପୁର ନିର୍ବାଚନ ମଣ୍ଡଳୀର ଉନ୍ନତି କାର୍ଯ୍ୟକୁ ଛାଡି ବିଜେପି ନେତା ନେତ୍ରୀ ମାନେ ପାଲା ,ପୂଜା ମଣ୍ଡପ ବୁଲିବାରେ ଅବହେଳା କରୁନାହାନ୍ତି ହେଲେ ରଣପୁରର ଉନ୍ନତି ମୂଳକ କାର୍ଯ୍ୟ ସାଧନ ତଥା ଗୋରୁ ଗାଈ କୁକୁର ମାନଙ୍କ ପାଇଁ ସୁବ୍ୟବସ୍ଥା କରିବାରେ ଏତେ ଅବହେଳା କାହିଁକି ପରିଲକ୍ଷିତ ହୋଇଛି ସଧାରଣରେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଡବଲ ଇଞ୍ଜିନ ସରକାରକୁ ଏକ ବର୍ଷ ପୂର୍ଣ୍ଣ ହେବା ଖୁସିରେ ବିକାଶ କାର୍ଯ୍ୟର ବୁକଲେଟ୍ ବାଣ୍ଟୁଥିବା ବେଳେ ବିଜେପି ନେତା ନେତ୍ରୀ ମାନଙ୍କ ମଧ୍ୟରେ ତିକ୍ତତା କୁ ନେଇ ଏ ପର୍ଯ୍ୟନ୍ତ ରଣପୁର ଅଞ୍ଚଳରେ ଉନ୍ନତି ଦେଖିବାକୁ ମିଳିନାହିଁ କାହିଁକି ?
କଥା କୁହା ସାଂସଦ ନିର୍ବାଚନ ମଣ୍ଡଳୀ ଅବସ୍ଥା ଦେଖିବାକୁ ଆସୁନଥିବା ବେଳେ ଏନଏସି ର ଏଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଶୁଭ ଉଦଘାଟନ ହେବା ଆକାଶ କଇଆଁ ଚିଲିକା ମାଛ ପରି କପୋଳକଳ୍ପିତ ଯାହାକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ପ୍ରକାଶ ପାଇଛି ।

No Result
View All Result