ଭୂବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶାରଦୀୟ ଦୁର୍ଗାପୂଜା ପାଇଁ କଟକ – ଭୁବନେଶ୍ଵର ହୋଇ ଉଠିଛି ଉତ୍ସବ ମୁଖର।ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ପ୍ରତିମା । ଗୋଟିଏ ପଟେ ଓଡ଼ିଶା ରେ ଲାଗି ରହିଛି ପ୍ରବଳ ବର୍ଷା ଅନ୍ୟ ପଟେ ବର୍ଷା କୁ ଖାତିର ନକରି ଚାଲିଛି ମା ଦୁର୍ଗା ଙ୍କ ପୂଜା ଅର୍ଚ୍ଚନା । ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼ । ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି ।
ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ୱର ର ବରମୁଣ୍ଡା ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି ।
ସେହି ଭଳି କାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନେ “ଗଣେଶ ବନ୍ଦନା, ବର୍ଷା, ନବ ଦୁର୍ଗା, ରାଧା ରାଣୀ, ଯୁଗେ ଯୁଗେ ଜଗନ୍ନାଥ ଏବଂ ସମ୍ବଲପୁରୀ” ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ ।















