No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିରିଡି ଅଞ୍ଚଳରେ ଧୁମ ଧାମରେ ଦଶହରା ପୂଜା ପାଳନକରାଯାଉଛି l ଚଳିତ ବର୍ଷ ଏଠାରେ 59 ଟି ମୃଣ୍ମୟୀ ମେଢ଼ ଶୋଭା ପାଉଛି l ଗତ ସୋମବାର ପୂଜା ଆରମ୍ଭ ହୋଇଛି ମଙ୍ଗଳ ବାର ସୁଧା ପାଗ ଅନୁକୂଳ ଥିବାରୁ ମଣ୍ଡପ ଗୁଡିକର ସାଜସଜା ଝଲସୁଛି l

ସବୁ ମେଢ଼ ପାଖରେ ପ୍ରବଳ ଭିଡ ଦେଖିବାକୁ ମିଳିଛି l ବିଶେଷ କରି ଅଲାଣ୍ଡ ବଡ ଦୂର୍ଗା ସର୍ବ ପୁରାତନ, ରଢେଇ ବନଦୁର୍ଗା, ବାଲିଆରେ 2 ଟି ଦୂର୍ଗା, ହାଜିପୁର ବଜାର ଦୂର୍ଗା, ଚନ୍ଦପୁରେ 2 ଟି ଦୂର୍ଗା, ମଙ୍ଗୁଲି ଦୂର୍ଗା, ବିରିଡି ହାଟ ଦୂର୍ଗା, ବିରିଡି ମଦନମୋହନ ମଠ ବିଂଶ ଭୁଜା ଦୂର୍ଗା,

ଉତ୍ତରଶାସନ ମହାବୀର ନିକଟ ଦୂର୍ଗା, ଧ୍ୟାନକୁଦ ମଠ ଦୂର୍ଗା ବେଶ ଶୋଭା ପାଉଛି l ଅନ୍ୟାନ୍ୟ ସବୁ ଗାଁରେ ଶିବ ପାର୍ବତୀ, ରାମ, ଲକ୍ସମଣ, ସୀତା ହନୁମାନ, କାଳୀୟ ଦଳନ ବେଶ ଆକର୍ଷଣୀୟ ହୋଇଛି l ପୋଲିସ ପସକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରା ଯାଇଛି l

No Result
View All Result