ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସହିଦ୍ ଯୁବ ସଂଘ୍,ନୟାଗଡ଼ ଦ୍ବାରା ପରିଚାଳିତ ଶ୍ରୁତି ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ରେ ବିଶ୍ଵ ବଧିର ଦିବସ ପାଳନ ହୋଇଯାଇଅଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୁତି ର ଅଧ୍ୟକ୍ଷା ଜୟଶ୍ରୀ ନାୟକ ଅଧକ୍ଷତା କରି ବିଶ୍ଵ ବଧିର ଦିବସ ର ମହତ୍ତ୍ଵ ଓ ଆମ ସମାଜ ରେ ବଧିର ବ୍ୟକ୍ତି ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ତାର ନିରାକରଣ ଉପରେ ଆଲୋକ ପାତ କରିଥିଲେ l















