ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଜିଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତିର କାର୍ଯ୍ୟରତ ବିଭିନ୍ନ ଦାବୀ ପୂରଣ ପ୍ରଦୀଵାଦରେ ୬ଦିନ ଧରି ଗୋଷ୍ଠୀ ସହାୟିକା କର୍ମୀମାନେ ଗଣଧାରଣାରେ ବସିଥିଲେ। ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସହାୟିକା କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନକୁ ପରିବର୍ତନ କରି ଏକ ନିର୍ଦ୍ଦିଷ୍ଟ ପାରିଶ୍ରମିକ ପ୍ରଦାନ ଦାବୀରେ ବ୍ଲକ ସମ୍ମୁଖରେ ଧାରଣାରେ ଶତାଧିକ କର୍ମୀ ବସି ରହିଥିଲେ ।

ନିଜ ଦାବିକୁ ସ୍ଲୋଗାନମାଧ୍ୟମରେ ଜଣାଇ ଥିଲା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସେଠରେ ପହଁଞ୍ଚି ଧlରଣରେ ବସିଥିବା ମହିଳା କର୍ମୀ ସହିତ ବିଭିନ୍ନ ସମସ୍ୟାର ଉପରେ ଆଲୋଚନା କରିବା ସହିତ ସେମାନେ କିପରି ଅଗାମି ଦିନରେ ନିଜର ହକ ପାଇବା ପାଇଁ ସମସ୍ତେ ଏକତ୍ରିତ ହୋଇ ରହିବା ଦରକାର ବୋଲି କହିଥିଲେ l.














