• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ ହେଉଛି ଏକ ସମୟୋଚିତ ପଦକ୍ଷେପ

Proprietor Abhimanyu Maharana by Proprietor Abhimanyu Maharana
September 28, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ ହେଉଛି ଏକ ସମୟୋଚିତ ପଦକ୍ଷେପ
Share on FacebookShare on TwitterWhatsapp

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ (କେସିଆଇଏଏମ୍‌)ର କର୍ଟେନ ରେଜର ଏବଂ ଭିଜନର ଶୁଭାରମ୍ଭ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍‌ର ବିଚାରପତି ଡ. ଜଷ୍ଟିସ୍ ଅବଦୁଲକାୱି ଏ. ୟୁସୁଫ୍‌; ଭାରତ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କ ସମେତ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସୁଜିତ ନାରାୟଣ ପ୍ରସାଦ, ଜଷ୍ଟିସ୍ ଆନନ୍ଦ ସେନ୍‌, ଜଷ୍ଟିସ୍ ରାଜେଶ କୁମାର; ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସନ୍ଦୀପ କୁମାର; ବରିଷ୍ଠ ଅଧିବକ୍ତା ତଥା ପୂବର୍ତନ ଅତିରିକ୍ତ ସଲିସିଟର ଜେନେରାଲ୍ ପିଙ୍କି ଆନନ୍ଦ ପ୍ରମୁଖ ଯୋଗଦେଇ ଥିଲେ।

ଜଷ୍ଟିସ୍ ମେହେଟା କେସିଆଇଏଏମ୍ ପ୍ରତିଷ୍ଠାକୁ ଏକ ସମୟୋଚିତ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରି କହିଲେ, ଏହା ବିଶ୍ୱସ୍ତରୀୟ ଆଇନ ସୁବିଧା ପ୍ରଦାନ, ସହଯୋଗକୁ ପ୍ରୋତ୍ସାହନ ସହ ଭବିଷ୍ୟତର ଆର୍ବିଟ୍ରେଟର୍‍ମାନଙ୍କୁ ତାଲିମ ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି କେନ୍ଦ୍ର ସର୍ବୋତ୍ତମ ଆର୍ବିଟ୍ରେସନ୍‍ ଓ ମଧ୍ୟସ୍ଥତା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। କେସିଆଇଏଏମ୍ ଏ କ୍ଷେତ୍ରରେ କେବଳ ସେବା ଯୋଗାଇ ଦେବ ନାହିଁ ବରଂ ଆର୍ବିଟ୍ରେସନ ଓ ମଧ୍ୟସ୍ଥତା ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ଭାବରେ ଭାରତର ବୃହତ ଦୃଷ୍ଟିକୋଣରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ନିମନ୍ତେ ପ୍ରୟାସ କରିବା ଉଚିତ ବୋଲି ସେ କହିଥିଲେ।

ଜଷ୍ଟିସ୍ ଅବଦୁଲକାୱି କହିଲେ, ସମସ୍ୟା ସମାଧାନ ଓ ମଧ୍ୟସ୍ଥତା ଭାରତରେ ନୂଆ ନୁହେଁ। ଏହାର ମୂଳ ଗଭୀର ଭାବେ ଭାରତର ଇତିହାସ ସହ ଜଡ଼ିତ ରହିଛି । ଏହି ନୂତନ କେନ୍ଦ୍ର ଦେଶରେ ସଂସ୍ଥାଗତ ଆର୍ବିଟ୍ରେସନର ଏକ ନୂତନ ଯୁଗକୁ ସୂଚୀତ କରିବ ବୋଲି ସେ ଆଶା ପୋଷଣ କରିଥିଲେ । ଜଷ୍ଟିସ୍ ସନ୍ଦୀପ କୁମାର କହିଲେ, ଭୁବନେଶ୍ୱର ଏପରି ଏକ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ । କାରଣ ଏହା ଏକ ପ୍ରଯୁକ୍ତିବିଦ୍ୟା ହବ୍‍ ଭାବରେ ଜଣାଶୁଣା । ଭାରତର ଆର୍ବିଟ୍ରେସନ ଦୃଶ୍ୟପଟ ଆମୂଳଚୂଳ ଭାବରେ ପରିବର୍ତ୍ତିତ ହୋଇଛି। ନିକଟ ବର୍ଷଗୁଡ଼ିକରେ କେବଳ ଆର୍ବିଟ୍ରେସନ ଦ୍ୱାରା ୫୮ହଜାରରୁ ଅଧିକ ମାମଲାର ସମାଧାନ କରାଯାଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଆର୍ବିଟ୍ରେସନ୍‍ ଓ ମେଡିଏସନ୍‍ ପାଇଁ ପକ୍ଷମାନେ କେବଳ ଦିଲ୍ଲୀ କିମ୍ବା ମୁମ୍ବାଇ ଉପରେ ନିର୍ଭର କରିବା ଅପେକ୍ଷା ଭୁବନେଶ୍ୱରରେ ବିବାଦର ସମାଧାନ କରିପାରିବେ । ବୋଲି ସେ କହିଥିଲେ।

ଜଷ୍ଟିସ୍ ରାଜେଶ କୁମାର ଆର୍ବିଟ୍ରେସନ ଓ ମେଡିଏସନ୍‍ ଉପରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ବିଦେଶକୁ ଯାଉଥିବା ମାମଲାର ସଂଖ୍ୟା ହ୍ରାସ ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ୍ ଆନନ୍ଦ ସେନ୍ କହିଲେ, ଆର୍ବିଟ୍ରେସନ ଏବଂ ମେଡିଏସନ୍‍ ବିକଳ୍ପରୁ ବିବାଦ ସମାଧାନର ମୁଖ୍ୟଧାରା ଭାବେ ପରିଣତ ହେବାରେ ଲାଗିଛି। ଦୃଢ଼ ଆଇନଗତ ପୃଷ୍ଠଭୂମି ସହିତ ପ୍ରଶିକ୍ଷିତ ଆର୍ବିଟ୍ରେଟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେସିଆଇଏଏମ୍ ବିଶ୍ୱ ସ୍ତରରେ ସର୍ବୋତ୍ତମ କେନ୍ଦ୍ର ମଧ୍ୟରୁ ଗୋଟିଏ ହୋଇ ଉଭା ହେବାର ସମ୍ଭାବନା ରହିଛି ବୋଲି ଜଷ୍ଟିସ୍ ସୁଜିତ ନାରାୟଣ ପ୍ରସାଦ ପ୍ରକାଶ କରିଥିଲେ ।

ବରିଷ୍ଠ ଅଧିବକ୍ତା ଏବଂ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ଡ ପିଙ୍କି ଆନନ୍ଦ କହିଲେ, ଏହି କେନ୍ଦ୍ରର ପ୍ରତିଷ୍ଠା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଆକାଂକ୍ଷାକୁ ପ୍ରତିଫଳିତ କରିବା ସହ ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବ। କିଟ୍‍ ଲ ସ୍କୁଲର ପ୍ରଫେସର ଏମେରିଟସ୍ ପ୍ରଫେସର ଏନ ଏଲ ମିତ୍ର କହିଲେ, କେସିଆଇଏଏମ୍ ଏକ ବିଶ୍ୱସ୍ତରୀୟ ଆର୍ବିଟ୍ରେସନ୍‍ କେନ୍ଦ୍ର ହେବ ଏବଂ ଏଥିରେ ଆର୍ବିଟ୍ରେସନ ଓକିଲଙ୍କ ଭଲ ପ୍ୟାନେଲ ରହିବ।

ଏହି ଅବସରରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତିରେ କେସିଆଇଏଏମ୍ ର ୱେବସାଇଟ୍ ଓ ଲୋଗୋ ଉନ୍ମୋଚନ କରାଯାଇଥିଲା। କେସିଆଇଏଏମ୍ ର ଅଧ୍ୟକ୍ଷ ତଥା କିଟ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ ପରିଜା ସ୍ୱାଗତ ଭାଷଣ ଦେଇ ଭାରତୀୟ ଆଇନ ବ୍ୟବସ୍ଥାରେ ସ୍ଥାପିତ ଏହି କେନ୍ଦ୍ର ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ସହ ସମନ୍ୱୟ ରଖିବ ବୋଲି କହିଥିଲେ। କେସିଆଇଏଏମ୍ ବ୍ୟବସାୟ, ନିବେଶକ, ସରକାର ଏବଂ ପ୍ରତିଷ୍ଠାନଗୁଡ଼ିକୁ ଉତ୍ତମ ଆଇନ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ସେ କହିଥିଲେ । ଶେଷରେ କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Malabar Gold & Diamonds unveils its Bridal Show Campaign at its Bhubaneswar Showroom

Malabar Gold & Diamonds unveils its Bridal Show Campaign at its Bhubaneswar Showroom

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

May 10, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Malabar Gold & Diamonds unveils its Bridal Show Campaign at its Bhubaneswar Showroom

Malabar Gold & Diamonds unveils its Bridal Show Campaign at its Bhubaneswar Showroom

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version