ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭକ୍ତ ମନେଇସାହୁ ଙ୍କ ଜନ୍ମସ୍ଥାନ ବ୍ରହ୍ମଗିରି ର କାଣ୍ଡଗଦା, ଦୀର୍ଘ ୫00ବର୍ଷର ପୁରାତନ ଐତିହ୍ୟ ପୀଠ | ଏହି ମନ୍ଦିର ଭକ୍ତ ମନେଇସାହୁ ନିଜ ହସ୍ତରେ ପ୍ରତିଷ୍ଠା କରିଥିଲେ ବୋଲି କିମ୍ବଦନ୍ତୀ ଅଛି | ଏତେ ପୁରାତନ ବିଗ୍ରହ ବୋଧହୁଏ ଦେଖାଯିବା ବିରଳ. | କିଛି ଦିନ ତଳେ କାଣ୍ଡଗଦା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ଗର୍ଭ ଗୃହରେ ଭୁଲ ବଶତ ଅଗ୍ନି ସଂଯୋଗ ହୋଇ ଶ୍ରୀ ବିଗ୍ରହଙ୍କ ଅଙ୍ଗ ବସ୍ତ୍ର ପୋଡି ଯାଇଥିଲା | ଶ୍ରୀ ବିଗ୍ରହଙ୍କ କୋୖଣସି କ୍ଷତି ହୋଇ ନଥିଲା. |















