No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ତିନି ବର୍ଷର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ କଣ୍ଟ୍ରାଗଡ଼ ଗ୍ରାମରେ ଥିବା ଶିବ ମନ୍ଦିର ନିକଟରେ ଅଭିଯୁକ୍ତ ଏମ. ରାମୁଲୁ, ଏମ. ଦେଲି ଓ ଏମ. ମୋହିନୀ ମିଳିତ ଭାବେ ତା ୦୬-୦୮-୨୦୧୭ରିଖ ଦିନ ଏତଲାକାରି ଅଲ୍ୟାଣୀ ଯୋଗେନ୍ଦ୍ର ରାଓଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଯାହା ଫଳରେ ତାଙ୍କର ମୁଣ୍ଡ, ଜଙ୍ଘ ଆଦି କ୍ଷତାକ୍ତ ହୋଇଥିଲା ।
ଏହି କାରଣରୁ ସେ ଏକ ମାମଲା ସେ ସମୟରେ ଗୁରାଣ୍ଡି ଥାନାରେ ମାମଲା ନମ୍ବର ୬୧ରେ ରୁଜୁ କରିଥିଲେ ଓ ତତ୍କାଳୀନ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଲଳିତ ମୋହନ ଦାସ ଓ ଇନ୍ସପେକ୍ଟର ପି ଶ୍ୟାମ ସୁନ୍ଦର ରାଓ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ୧୦ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ଏସଡ଼ିଜେଏମ୍ ଶ୍ରୀମତି ବିଷ୍ଣୁପ୍ରିୟା ସାମନ୍ତରାୟ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ ରେ ଉକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି
ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୪ ଅନୁଯାୟୀ ଚେତାବନୀ ଦେଇ ଜିଲ୍ଲା ପ୍ରୋବେଶନ ଅଧିକାରୀଙ୍କ ନଜରରେ ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରଖିବା ସହ ଏକ ଶୃଙ୍ଖଳାଗତ ରିପୋର୍ଟ ପ୍ରଦାନ କରିବେ ବୋଲି ନିଜ ବିଚାରରେ ଉଲ୍ଲେଖ କରିଛନ୍ତି । ଘଟଣାର ଗମ୍ଭୀରତାକୁ ନଜରରେ ରଖି ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ଅଜିତ ପଟ୍ଟନାୟକ ଓ ସହ ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଏଲ ସଞ୍ଜୟ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି ।

No Result
View All Result