କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଛେନା ଦର ବୃଦ୍ଧି ଯୋଗୁଁ ମିଠା ଦର ବୃଦ୍ଧି ଦାବିରେ ତିନିଦିନ ଧରି ପାହାଳର ମିଠା ବ୍ୟବସାୟୀମାନେ ସେମାନଙ୍କର ମିଠା ଦୋକାନ ବନ୍ଦ ରଖିଛନ୍ତି । ରାଜ୍ୟ ସରକାର ଓମଫେଡ ଦୁଗ୍ଧ ଉପରୁ ଜିଏସଟି କମାଇଥିଲା ବେଳେ , ଦୁଗ୍ଧ ଚାଷୀ ମାନେ ଛେନାର ଦର ନକମାଇବା ଫଳରେ ମିଠା ଦୋକାନୀମାନେ ସେମାନଙ୍କ ଦର ପୂର୍ବ ଭଳି ମିଠା ଦୋକାନୀଙ୍କ ଠାରୁ ନେଉଛନ୍ତି ।

ଛେନା ବେପାରୀ ଛେନା ଦର ନକମାଇଲେ ମିଠା ପ୍ରସ୍ତୁତି କରୁଥିବା ଦୋକାନୀମାନେ ସେମାନଙ୍କର ମିଠା ଦର ବୃଦ୍ଧି କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ମିଠା ଦର କେତେ ଟଙ୍କା ବୃଦ୍ଧି ହେବ ସେବିଷୟରେ ଦିନେ ଦୁଇ ଦିନ ମଧ୍ୟରେ ଜଣା ପଡ଼ିଯିବ ।














