• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

Proprietor Abhimanyu Maharana by Proprietor Abhimanyu Maharana
September 18, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ
Share on FacebookShare on TwitterWhatsapp

ନିକଟବର୍ତ୍ତୀ ଅଞ୍ଚଳ, ଭୁବନେଶ୍ୱର ଆଇଆଇଟିର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଗମନାଗମନ ପାଇଁ ନୂତନ ସୁବିଧା ।

ତରାବୋଇ ଠାରେ ଗୋଟିଏ ଏକ୍ସପ୍ରେସ ଟ୍ରେନ ସହ ଚାରି ଯୋଡ଼ା ଟ୍ରେନ ରହଣି ପ୍ରଦାନ କରିବ ।

ଭୁବନେଶ୍ୱର/ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ କୁ ଆଜି ଅପରାହ୍ନରେ ଉଦ୍ଘାଟନ କରାଯାଇଅଛି । ମାନନୀୟା ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏହି ପାସେଞ୍ଜର ହଲ୍ଟକୁ ଉଦଘାଟନ କରିବ ସହ ସବୁଜ ପତାକା ପ୍ରଦର୍ଶନ କରାଇ ତରବୋଇ ଠାରେ ମେମୁ ଟ୍ରେନର ରହଣି କୁ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନର ତରାବୋଇରେ ନୂତନ ପାସେଞ୍ଜର ହଲ୍ଟକୁ ଉଦଘାଟନ କରି ସେ ବହୁତ ଖୁସି । ଏହି ବହୁ ପ୍ରତୀକ୍ଷିତ ସୁବିଧା ତରାବୋଇ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ବହୁତ ଲାଭ ପ୍ରଦାନ କରିବା ସହ IIT ଭୁବନେଶ୍ୱର, NISER ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପକମାନଙ୍କୁ ସେବା ଯୋଗାଇବ । ଏଠାରେ ଚାରି ଯୋଡ଼ା ଟ୍ରେନ୍ ରହଣି ପ୍ରଦାନ କରିବା ସହିତ ଦୈନନ୍ଦିନ ଯାତ୍ରୀଙ୍କ ସୁବିଧା ବହୁଗୁଣିତ ହେବ ।

ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ରହଣି କେବଳ ଶିକ୍ଷା କେନ୍ଦ୍ର ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଉତ୍ତମ ସଂଯୋଗ ପ୍ରଦାନ କରିବ ନାହିଁ ବରଂ ବରୁଣେଇ ପାହାଡ଼, ଖୋର୍ଦ୍ଧା ଦୁର୍ଗ ଏବଂ ବରୁଣେଇ ମନ୍ଦିର ଭଳି ଐତିହାସିକ ସ୍ଥାନଗୁଡ଼ିକୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଏହା ଭାରତୀୟ ରେଳବାଇର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ଶେଷ ମାଇଲ ସଂଯୋଗୀକରଣ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ବର୍ଦ୍ଧିତ ଯାତ୍ରୀ ସୁବିଧା ପାଇଁ ଦୃଷ୍ଟିକୋଣ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ ।

ଏହି ଅବସରରେ ଉପସ୍ଥିତ ମାନ୍ୟବର ବିଶିଷ୍ଟ ବ୍ୟକ୍ତି, ଜନପ୍ରତିନିଧି, ଗଣମାଧ୍ୟମ ଏବଂ ସ୍ଥାନୀୟ ନାଗରିକମାନଙ୍କୁ ସ୍ୱାଗତ କରି, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ତରାବୋଇ ପାସେଞ୍ଜର ହଲ୍ଟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଯାହା ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବ ବୋଲି କହିଥିଲାବେଳେ ଏହି ଅଞ୍ଚଳର ପ୍ରତ୍ୟେକ କୋଣରେ ଅନ୍ତର୍ଭୁକ୍ତ ବିକାଶ ଏବଂ ଉନ୍ନତ ସଂଯୋଗ ଆଣିବାରେ ଭାରତୀୟ ରେଳବାଇର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜାନୁଆରୀ 2024 ରେ ରେଳ ବୋର୍ଡ ଦ୍ୱାରା ଅନୁମୋଦିତ ତରାବୋଇ ପାସେଞ୍ଜର ହଲ୍ଟ ସେପ୍ଟେମ୍ବର 2025 ରେ ₹80 ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ଅଞ୍ଚଳର ପାଞ୍ଚରୁ ଅଧିକ ଗ୍ରାମ ପଞ୍ଚାୟତକୁ ସେବା ଯୋଗାଇବା ପାଇଁ ପାସେଞ୍ଜର ହଲ୍ଟକୁ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି _ ପାନୀୟ ଜଳ (ହ୍ୟାଣ୍ଡପମ୍ପ), ପ୍ରତୀକ୍ଷା ହଲ୍, 06 ବେ ସହିତ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ପର୍ଯ୍ୟାପ୍ତ ଆଲୋକୀକରଣ, ରେଲ ସ୍ତରର ପ୍ଲାଟଫର୍ମ, ସମୟ ସାରଣୀ ବୋର୍ଡ ଏବଂ ଯାତ୍ରୀଭଡା ଚାର୍ଟ, ଡଷ୍ଟବିନ୍ ଏବଂ ଶୌଚାଳୟ ଇତ୍ୟାଦି ।

ଚାରି ଯୋଡ଼ା ଟ୍ରେନ୍ 68443/68444 ଭଦ୍ରକ-ଦସପଲ୍ଲା-ଭଦ୍ରକ ମେମୁ, 68429/68430 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ମେମୁ, 18423/18424 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ଏବଂ 68449/68450 ପୁରୀ-ଦସପଲ୍ଲା-ପୁରୀ ମେମୁ ନୂତନ ଭାବରେ ପ୍ରଦାନ କରାଯାଉଥିବା ତରାବୋଇ ପାସେଞ୍ଜର ହଲ୍ଟରେ ଆଜିଠାରୁ ରହଣି ପ୍ରଦାନ କରିବ ।

ତରାବୋଇରୁ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନ ଗୁଡିକ ଯଥା 68443 ଭଦ୍ରକ ଦଶପଲ୍ଲା ମେମୁ ତରାବୋଇ ଠାରେ ପୂର୍ବାହ୍ନ 09ଘ.18 ମି.ରେ ପହଞ୍ଚି ପୂର୍ବାହ୍ନ 09ଘ.19 ମି.ରେ ଛାଡିବ; 68429 ଭୁବନେଶ୍ୱର-ଦଶପଲ୍ଲା ମେମୁ ପୂର୍ବାହ୍ନ 10ଘ.19 ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.20 ମି.ରେରେ ଛାଡିବ; 18423 ଭୁବନେଶ୍ୱର-ଦଶପଲ୍ଲା ଏକ୍ସପ୍ରେସ ସନ୍ଧ୍ୟା 7 ଘଟିକାରେ ପହଞ୍ଚି ସନ୍ଧ୍ୟା 7 ଘ.02 ମି.ରେ ଛାଡିବ ଏବଂ 68449 ପୁରୀ-ଦଶପଲ୍ଲା ମେମୁ ସନ୍ଧ୍ୟା 7 ଘ.25 ମି.ରେ ପହଞ୍ଚି ସନ୍ଧ୍ୟା 7 ଘ.26 ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ ।

ସେହିପରି, ତରାବୋଇରୁ ଖୋର୍ଦ୍ଧା ରୋଡ ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନ ଯଥା 18424 ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ତରାବୋଇ ଠାରେ ସକାଳ 7 ଘ.55 ମି.ରେ ପହଞ୍ଚି ସକାଳ 7 ଘ.56 ମି.ରେ ଛାଡିବ; 68450 ଦଶପଲ୍ଲା-ପୁରୀ ମେମୁ ସକାଳ 8ଘ. 18ମି.ରେ ପହଞ୍ଚି ସକାଳ 8ଘ. 20ମି.ରେ ଛାଡିବ; 68430 ଦଶପଲ୍ଲା-ଭୁବନେଶ୍ୱର

ମେମୁ ସନ୍ଧ୍ୟା 5ଘ.25ମି.ରେ ପହଞ୍ଚି ସନ୍ଧ୍ୟା 5ଘ.26ମି.ରେ ଛାଡିବ ଏବଂ 68444 ଦଶପଲ୍ଲା-ଭଦ୍ରକ ମେମୁ ସନ୍ଧ୍ୟା 6ଘ.08ମି.ରେ ପହଞ୍ଚି ସନ୍ଧ୍ୟା 6ଘ.09ମି.ରେ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଯାତ୍ରା କରିବ । ଏହି ନୂତନ ପାସେଞ୍ଜର ହଲ୍ଟ ଷ୍ଟେସନର ଉଦଘାଟନ ଭାରତୀୟ ରେଳବାଇର ଶେଷ ମାଇଲ ସଂଯୋଗୀକରଣକୁ ଉନ୍ନତ କରି ଯାତ୍ରାର ସହଜତା ପ୍ରଦାନ କରିବ ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version