ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଖଙ୍ଗୁରିଆ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମିଳିତ ଉଦ୍ୟମରେ ଆୟୋଜିତ “ଆସ ସ୍କୁଲ ଯିବା” ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ନିରନ୍ତର ଶିକ୍ଷା ଗ୍ରହଣ ପ୍ରତି ଆକୃଷ୍ଟ କରିବା ପାଇଁଁ ଖଙ୍ଗୁରିଆ ଗ୍ରାମ ର ସବୁ ସାହି ରେ ସଚେତନତା ସୃଷ୍ଟି କରାଯାଇଛି ।
ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଏହି ପଦଯାତ୍ରା କୁ ଉଦଘାଟନ କରି ଏବଂ ସମ୍ପୂର୍ଣ ଯୋଗଦାନ କରି ଗ୍ରାମ ପରିକ୍ରମା କରିଥିଲେ । ପିଲାମାନେ ବିଭିନ୍ନ ସଚେତନତା ମୂଳକ ସ୍ଳୋଗାନ ଦେଇଥିଲେ ।
ଖଙ୍ଗୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶେଖ୍ ଉମର ଫାରୁକ୍ ଏବଂ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁବାଳା ବଳିୟାର ସିଂହଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା । ସହକାରୀ ଶିକ୍ଷକ ଅପର୍ତି ଅଟ୍ଟ,ଶିକ୍ଷୟିତ୍ରୀ ମୀନା ସେନାପତି,ସୋନାଲିସା ପ୍ରଧାନ, କନକଲତା ଦେଇ ଓ ଗୀତାଞ୍ଜଳି ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ ।













