No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ବମ୍ଫକୁଦ ଗ୍ରାମର ସନ୍ଦିପ କୁମାର ଜେନା ପ୍ରତାପନଗରୀ ଠାରେ ଥିବା ଏନ ଏଚ ଟ୍ରାଫିକ ଥାନାର ରାଇଟର ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ଜେନା ମଙ୍ଗଳବାର ଦିନ ଦୁଇଟା ରେ ଅଫିସ କାର୍ଯ୍ୟ ସାରି ଘରକୁ ଆସି ଖାଇସାରିବା ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡିଯାଇଥିଲେ। ତାଙ୍କ ପରିବାର ଲେ।କେ ଏବଂ ସାହିର ଯୁବକ ମାନେ ତାଙ୍କୁ ଚିକିତ୍ସା ପାଇଁ ଫଲନଖରା ସ୍ଥିତ ସମ ଟୁ ହସପିଟାଲକୁ ନେଇ ଯାଇଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୣତ ଘେ।ଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବାମାତ୍ରେ ଗ୍ରାମର ସମସ୍ତ ଯୁବକ ଏବଂ ଟ୍ରାଫିକ ଥାନାର ଆଇଆଇସି ଦୁର୍ଗା ପ୍ରସାଦ ଜେନା ଓ ତାଙ୍କର ସମସ୍ତ କର୍ମଚାରୀ ମାନେ ସମ ଟୁ ହସ୍ପିଟାଲରେ ପହଂଚି ଶେଷ ଦର୍ଶନ କରିଥିଲେ। ବୁଧବାର ଦିନ ସକାଳେ ତାଙ୍କର ଶବ ବ୍ୟବଛେଦ କରାଯିବା ପରେ ତାଙ୍କ ମୣତ ଶରୀରକୁ ଗ୍ରାମକୁ ଅଣାଯାଇ ଶବସଂସ୍କାର କରାଯିବ। ଏନେଇ ସ୍ଥାନୀୟ ଅଞ୍ଚଳ ରେ ଶେ। କର ଛାୟା ଖେଳି ଯାଇଛି।

No Result
View All Result