ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଚାଲିଥିବା ଅପରେସନ ଚକ୍ର ଆଧାରରେ ଥାନାରେ ପଡ଼ିରହିଥିବା ଏନବିଡ଼ବ୍ଲୁ ମାମଲାରେ ଚଢାଉ କରାଯାଉଛି । ସତ୍ଯବାଦୀ ଥାନା ପକ୍ଷରୁ ଚଢାଉ କରାଯାଇ ତିନିଜଣ ୱାରେଣ୍ଟିକୁ ଗିରଫ କରାଯାଇଛି । ସାରଙ୍ଗଯୋଡ଼ି ଗ୍ରାମର ରଶ୍ମି ରଞ୍ଜନ ସେନାପତି( ୪୭)ଙ୍କୁ ୱାରେଣ୍ଟ ବଳରେ ଗିରଫ କରାଯାଇଛି ।

ପୁରୀ ମାନ୍ୟବର ଜେଏମଏଫସି (।।) କୋର୍ଟଙ୍କ ଗିରଫ ପରୱାନା ନମ୍ବର ଜିଆର/୨୮୧୮/୨୨ ବଳରେ ତାଙ୍କୁ ଗିରଫ କରାଯାଇଛି । ସେହିପରି ସତ୍ୟବାଦୀ ଥାନା ମଳୁକପାଟଣା ଗ୍ରାମର ଶିବ ଶଙ୍କର ଦାସ ଓ ଚନ୍ଦ୍ରଶେଖର ଦାସଙ୍କୁ ପରିବାର ଅଦାଲତ ଗିରଫ ପରୱାନା ନମ୍ବର ଜିଆର/୯୩୬/ ୨୦୦୩ ବଳରେ ଗିରଫ କରାଯାଇ ମଙ୍ଗଳବାର ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ତିନି ଅଭିଯୁକ୍ତ ମାନେ ୱାରେଣ୍ଟ ହେବା ପର ଠାରୁ ଫେରାର ଥିଲେ ।














