• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରର ସାଧାରଣ ପରିଷଦ ବୈଠକରେ ଦାବୀ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ

Proprietor Abhimanyu Maharana by Proprietor Abhimanyu Maharana
September 17, 2025
in ଓଡ଼ିଶା, ଗଜପତି, ହୋମ୍
0
କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରର ସାଧାରଣ ପରିଷଦ ବୈଠକରେ ଦାବୀ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦ ପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି l କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ସଂଗଠନର ସାଧାରଣ ପରିଷଦ ବୈଠକରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ, ସରକାରୀ ସ୍ଵୀକୃତି ପାଇଁ ଆବେଦନ କରିଥିବା ସମ୍ୱାଦପତ୍ରଗୁଡ଼ିକୁ କୋହଳ ମନୋଭାବ ପ୍ରକାଶ କରି ସରକାରୀ ସ୍ଵୀକୃତି ପ୍ରଦାନ କରାଯାଉ,ସ୍ଵୀକୃତି ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ଅବଲମ୍ୱନ କରାଯାଉ, ଓଡ଼ିଶାରେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ପାଇଁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ସମ୍ପାଦକମାନଙ୍କୁ ଟୋଲ ଗେଟମାନଙ୍କରେ ନିଃଶୁଳ୍କ ଯାତାୟାତର ବ୍ୟବସ୍ଥା କରାଯାଉ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ପ୍ରତି ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସ୍ଵତନ୍ତ୍ର ନୀତି ନିର୍ଦ୍ଧାରଣ କରାଯାଉ, ସାମ୍ୱାଦିକ ଅଧିସ୍ଵୀକୃତି କମିଟିକୁ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l

ଆସନ୍ତା ଦୁର୍ଗାପୂଜା ପରେ ଉପରୋକ୍ତ ଦାବିଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା l ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ସମ୍ପାଦକ ଓ ପ୍ରକାଶକମାନେ ଏହି ସଂଗଠନକୁ ଏକ ରାଷ୍ଟ୍ରୀୟ ସଂଗଠନରେ ପରିଣତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ l ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା l

ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ଓ ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ରଙ୍କୁ ସଂଗଠନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା l
ସଂଠଗନର ରାଜ୍ୟ ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ୱାଦିକ କିଶୋର ଦ୍ଵିବେଦୀ ଯୋଗଦେଇ ଏହି ସଂଗଠନର ଇତିହାସ ଓ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ l ସମ୍ପାଦକମାନଙ୍କ ଦାବି ଯୁକ୍ତିଯୁକ୍ତ ହୋଇଥିବାରୁ ଏ ସମ୍ପର୍କରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି କହିଥିଲେ l

ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ର ପାତ୍ର ତାଙ୍କ ବକ୍ତବ୍ୟରେ ସମ୍ୱାଦପତ୍ରଗୁଡ଼ିକର ଅନୁମୋଦନ ପାଇଁ ଏକ ସ୍ପଷ୍ଟ ନୀତି ପ୍ରଣୟନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ l ସାଧାରଣ ସମ୍ପାଦକ ଜେ୍ୟାତି ରଂଜନ ମହାପାତ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ l ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ର, ସଂଗଠନ ସମ୍ପାଦକ ଜଗଦୀଶ ମିଶ୍ର, ଅକ୍ଷୟ କୁମାର ନାୟକ, ଉପସଭାପତି ଅକ୍ଷୟ କୁମାର ନାୟକ, ସହ ସମ୍ପାଦକ ସ୍ଵଦେଶ ଦାଶ ଓ ରମାକାନ୍ତ ପରିଜା ପ୍ରମୁଖ ମଞ୍ଚାସୀନ ଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ବିଷୋୟୀ, ପ୍ରକାଶ ଚନ୍ଦ୍ର ଖଟୋଇ, ତପନ କୁମାର ପତି, ଚିତ୍ତରଂଜନ ସ୍ଵାଇଁ, ଅନିଲ କୁମାର ସାହୁ, ସରୋଜ ରଂଜନ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ସଂଜୟ କୁମାର ଓଝା, ବିଷ୍ଣୁପ୍ରିୟା ସାହୁ, ସତ୍ୟ ନାରାୟଣ ନାୟକ, ବାବୁଲି ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ସମ୍ପାଦକମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପିତ କରିଥିଲେ l ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୪୦ ରୁ ଊର୍ଦ୍ଧ୍ଵ ସମ୍ପାଦକ, ପ୍ରକାଶକ ଯୋଗ ଦେଇଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version