ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ପଦ୍ମପୁର :- କାଳଜୟୀ ଶାନ୍ତନୁ ବିଶ୍ବାଳ ସଃ ଜାତୁ ଯେନ ଜାତେନ ଜାତି ବଂଶମ୍ ସମୁନ୍ନତିମ୍ ,ମଣିଷ ଜାତିରେ ଜନ୍ମ ହୋଇ ପର ପାଇଁ ଜୀବନକୁ ଉତ୍ସଗ କରିଥିବା ବହୁ ପ୍ରତିଭାଧାରୀ ସାମ୍ବାଦିକ ଶାନ୍ତନୁ ଦାଦାଙ୍କୁ ଭକ୍ତପୂତ ଅଶ୍ରୁଳ ଶ୍ରଦ୍ଧାଂଜଳି । ଦାଦା_ ସମସ୍ତଙ୍କର ପ୍ରିୟ ଡାକ। ଦାଦା ଡାକିଲେ ବରଗଡ ଜିଲ୍ଲାର ଚିର ପରିଚିତ ଶାନ୍ତନୁ ବିଶ୍ବାଳଙ୍କୁ ଲୋକମାନେ ଜାଣନ୍ତି । ସାହିତ୍ୟ,ସାମ୍ବାଦିକତା, ସାମାଜିକ ସଂଗଠନ,ସେବା,ସଂସ୍କୃତି,କ୍ରୀଡା କ୍ଷେତ୍ରରେ ସେ ଜଣେ କ୍ରାନ୍ତିକାରୀ ମଣିଷ । ବରଗଡ ଜିଲ୍ଲାର ତାଙ୍କୁ ଭାଷାକୋଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଡେବ୍ରିଗଡ ପାହାଡର ଜୀବଯନ୍ତୁ, ପାହାଡ,ଝରଣା,ଗଛ ଲତା, ପଥର ସହ ସଂପର୍କ, ଗ୍ରାମାଂଚଳରେ ବିଦେଶାଗତ ପକ୍ଷୀ,ପୁରାତନ ମନ୍ଦିର ଦେହରେ ବିରଳ ମୂର୍ତ୍ତି,ନୃସିଂହନାଥରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ପ୍ରସ୍ତାବ,ଲୁପ୍ତ ପ୍ରାୟ ଶବ୍ଦ ନୃତ୍ୟ,କଉଡି, ବାଡିଖେଳ, ମହୁଳଫୁଲ ରସପୁଟୁକା, ସୁଆଲି,ଆରିସା ପିଠାର ତିଆରି ପ୍ରକ୍ରୀୟା,ଦେବଦର୍ହା ମନ୍ଦିରରେ ବିଜେ ବିରଳ ଶ୍ରୀଗଣେଶ ମୂର୍ତ୍ତି,ଗନ୍ଧମାର୍ଦ୍ଦନ ପାହାଡର ଜଳମହାଦେବ ଓ ରାସ୍ତାରେ ଖଟା ତିଆରି ହେଉଥିବା ଲୋଦୋରୋ ଲତାର କଅଁଳି ପତ୍ର, ଶିମୁଳୀଖୋଲରେ ସପ୍ତାହ ବ୍ୟାପି ୯ ଟି ଯଜ୍ଞ,ହରିହାଟ ,ବିଶ୍ବଶାନ୍ତି ବ୍ରହ୍ମ ଯଜ୍ଞ,ଲୋକମହୋତ୍ସବର ମାର୍ଗଦର୍ଶନ, ସୁନାବେଡା ପାହାଡର ଭୁଞିଆଂକ ଜୀବନ ଶୈଳୀ, ବିଧବା ଗ୍ରାମ ଅନେକ ଅନେକ ଅକୁହା,ଅଦୃଶ୍ୟ ଉପକରଣର ଥିଲେ ନିଖୁଣ ବିନ୍ଧାଣୀ
। ତାଂକର କାର୍ଯ୍ୟ କଳାପ ଓ ସାମ୍ବାଦିକତା ଜୀବନ ସହ ସମାଜ ସଂସ୍କାରରେ ଆଗ୍ରହ ଅବର୍ଣ୍ଣନୀୟ । ତାଙ୍କର କେହି ଶତ୍ରୁ ନ ଥିଲେ। ସାନମାନଙ୍କୁ ପ୍ରବଳ ଗାଳି କରୁଥିଲେ । କିନ୍ତୁ ଗାଳି ଭିତରେ ସ୍ନେହ ,ଶିକ୍ଷା ଥିଲା । ସରଳ ଜୀବନଯାପନ ଓ ସମସ୍ତଙ୍କ ର ଶୁଭେଚ୍ଛୁ ଭାବରେ ତାଙ୍କର ସ୍ଥାନ ଉଚ୍ଚରେ ଥିଲା। ସେ ନମସ୍ୟ!ପୂଜ୍ୟ !! ସେ ସେବା,ସାଧନା,ସଂଗଠନ,ଜୀବନର ଅସରନ୍ତି ସରଣୀ । ତାଙ୍କର ଅନୁପସ୍ଥିତ ପରେ ବରଗଡ ଜିଲ୍ଲା ସାମ୍ବାଦିକ ଜଗତରେ ମୁରବୀ ଶୂନ୍ୟ ହେଲା । କାଳର ପ୍ରକୋପରେ ସେ ଅନ୍ତରିମାକୁ ଭେଦ କରି ହୋଇଛନ୍ତି କାଳଜୟୀ । ଦାଦା ତୁମେ ଚିର ଅମର । ନମସ୍ୟ ,ତୁମେ କାଳଜୟୀ । ଉପସ୍ଥାପନା – ରମେଶ ବାରିକ, ସାମ୍ବାଦିକ, ଝାରବନ୍ଦ, । (ପଦ୍ମପୁର /ରିପୋର୍ଟ,ନିରୋଜ କୁମାର ପାଣୀ)
















