No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ବାଲୁଗାଁ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମା ଭଗବତୀ କଳା ନିକେତନ ପରିସରରେ ବିଶ୍ବ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ରେ ତଥା ମା ଭଗବତୀ କଳା ନିକେତନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମାଧବ ଚନ୍ଦ୍ର ପଲେଇ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,
ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ପ୍ରଧାନ, ଆଇନ ଜୀଵି ତଥା ସାମ୍ବାଦିକ ଅଵୋକ କୁମାର ପାଇକରାୟ, କବି ଦିଗମ୍ବର ବିଶ୍ଵାଳ ପ୍ରମୁଖ ଯୋଗଦେଇ ବିଭିନ୍ନ ମନୁଷ୍ୟକୃତ ଓ ପ୍ରାକୃତିକ ଦୁର୍ଘଟଣା ଗ୍ରସ୍ତ ରୋଗୀ ମାନଙ୍କ ପାଇଁ ହସ୍ପିଟାଲ୍ ରେ ପହଞ୍ଚାଇବା ପୂର୍ବରୁ ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ଓ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।
ବିଶିଷ୍ଟ ନ୍ରୃତ୍ୟଗୁରୁ ତଥା ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଜାଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାରମ୍ଭିକ ଅଭିଭାଷଣ ରଖି ଥିଲେ ଅନୁଷ୍ଠାନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ। ସମାଜସେବୀ ଅନନ୍ତ ଚରଣ ଖଟେଇ ଦୁର୍ଘଟଣା ର ସମ୍ମୁଖୀନ ବିଭିନ୍ନ ରୋଗୀ ମାନଙ୍କର ପ୍ରାଥମିକ ଉପଚାର ପ୍ରଦର୍ଶନ ମାଧ୍ୟମରେ ଉପସ୍ଥାପିତ କରିଥିଲେ। ପରିଶେଷରେ ପ୍ରଶିକ୍ଷକ ରଘୁନାଥ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

No Result
View All Result