• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଦୃଷ୍ଟି ଆଢୁଆଳରେ ସଂଗ୍ରାମୀ ଗୋପବନ୍ଧୁ ଚୈାଧୁରୀ

Proprietor Abhimanyu Maharana by Proprietor Abhimanyu Maharana
September 12, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଦୃଷ୍ଟି ଆଢୁଆଳରେ ସଂଗ୍ରାମୀ ଗୋପବନ୍ଧୁ ଚୈାଧୁରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରୁ ସତ୍ୟବାଦୀ ବନବିଦ୍ୟାଳୟ – ଏହାହିଁ ପା ଦଶନ୍ଧିରୁ ଉର୍ଦ୍ଧ୍ୱକାଳର ଜୀବନଯାତ୍ରା । ସେ ଯାତ୍ରାର ଆରମ୍ଭ ହୋଇଥିଲା ୯ ଅକ୍ଟୋବର ୧୮୭୭ରୁ ଆଉ ଯାତ୍ରାର ସମାପ୍ତି ଘଟିଲା ୧୭ ଜୁଲାଇ ୧୯୨୮ ପବିତ୍ର ନେତ୍ରୋତ୍ସବ ତିଥିରେ । ସେବା, ତ୍ୟାଗ ଓ ତିତିକ୍ଷାରେ ବିତିଗଲା ଜୀବନ । ମଣିଷ ପଣିଆର ନିଚ୍ଛକ ଉଦାହରଣ ଭିତରେ ହଜିଗଲା ଜୀବନଟି । ଜୀବନ ସିନା ହଜିଗଲା, ହେଲେ ସେ ଜୀଇଁ ରହିଛନ୍ତି ଆମ ଭିତରେ ତାଙ୍କ ସୁକର୍ମ ପାଇଁ ଆଉ ଜୀଇଁ ରହିଥିବେ ସବୁଦିନ ପାଇଁ । ଅଶିକ୍ଷା, କୁସଂସ୍କାର ଓ ଦାରିଦ୍ର‌୍ୟ ହିଁ ସମାଜର ମୁଖ୍ୟ କଳଙ୍କ ବୋଲି ମର୍ମେ ମର୍ମେ ଅନୁଭବ କରିଥିଲେ ଗୋପବନ୍ଧୁ । ଏଥିରୁ ମୁକ୍ତିପାଇଁ ସେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀର ବକୁଳ ଛୁରୀଅନା କୁଞ୍ଜତଳେ ଆରମ୍ଭ କଲେ ସତ୍ୟବାଦୀ ବନବିଦ୍ୟାଳୟ । ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ଥିଲା ଏକ ମଣିଷ ତିଆରି କାରଖାନା ।

ଏହାର ମୁଖ୍ୟ ଆଭିମୁଖ୍ୟ ଥିଲା ଜାତୀୟଚେତନା, ଦେଶାତ୍ମବୋଧ ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା । ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପ୍ରଚାରକ ଅନନ୍ତ ମିଶ୍ର, ପଣ୍ଡିତ ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ମନିଷୀମାନଙ୍କ ନିଷ୍ଠାପର ସାଧନା ଓ ଶ୍ରମଦାନରେ ଗୁରୁକୁଳ ଶିକ୍ଷାର ଏକ ନୂତନ ଅ୍ମାୟ ସୃଷ୍ଟି ହୋଇଥିଲା । ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଶାନ୍ତିନିକେତନ ଏବଂ ଆର୍ଯ୍ୟସମାଜ ଦ୍ୱାରା ପ୍ରତିଷ୍ଠିତ ବୈଦିକ ଶିକ୍ଷାନୁଷ୍ଠାନ ଢ଼ା । ରେ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । ଏହା ପଛରେ ଥିଲା ଗୋପବନ୍ଧୁଙ୍କ ନିରବଚ୍ଛିନ୍ନ ଉଦ୍ୟମ ଓ ସାଧନାର ‘ଫଳଶ୍ରୁତି । ରାଜନୈତିକ, ସାମାଜିକ ଓ ଜନସେବା ପରି ବିଭିନ୍ନକ୍ଷେତ୍ରରେ ଥାଇ ମଧ୍ୟ ସେ ସାହିତ୍ୟ ସେବା ପ୍ରତି ବିମୁଖ ହୋଇନଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋପବନ୍ଧୁ ଥିଲେ ନୂତନ ଯୁଗର ସ୍ରଷ୍ଟା ଯାହା ‘ସତ୍ୟବାଦୀ ଯୁଗ’ ରୂପେ ପରିଚିତ ।

ଗୋପବନ୍ଧୁ ଦାସ ଓ ତାଙ୍କର ସହଯୋଗୀ ସ୍ରଷ୍ଟାମାନେ ସେମାନଙ୍କ ଲେଖାରେ ଜାତୀୟତାବାଦକୁ ଗୁରୁତ୍ୱ ଦେଇଥିଲେ । ଉତ୍କଳମଣି ଗୋପବନ୍ଧୁ ସାରା ଓଡ଼ିଶାର ମଉଡ଼ମଣି ଥିଲେ । ସେଇ ଗୋପବନ୍ଧୁ ଯିଏ ନିଜ ପୁଅକୁ ମୃତ୍ୟୁର ଦ୍ୱାର ଦେଶରେ ଛାଡ଼ି ଶହ ଶହ ମାଆଙ୍କ ସନ୍ତାନକୁ ମୃତ୍ୟୁ ମୁଖରୁ ବ । ଇବାକୁ ଘରୁ ବାହାରି ଆସିଥିଲେ, ସେ ଆଜି ନାହାଁନ୍ତି । ଆଜିବି ବଢ଼ି, ମରୁଡ଼ି ବେଳେ ଅସହାୟ ମଣିଷର ଆ ର୍ ଚିତ୍କାର ଶୁଭୁଛି । କିନ୍ତୁ ଲୋକଙ୍କ ପାଖରେ ପହ ô ତାଙ୍କୁ ବୋଧ ଦେଇ, ଭରସା ଦେଇ ଆଖିର ଲୁହ ପୋଛି ନିଜ ହାତରେ ଖୁଆଇ ଦେବା ଭଳି ମଣିଷ ଜଣେ ବି କେହି ନାହାଁନ୍ତି । ସେଥିପାଇଁ ଆମ ଗୋପବନ୍ଧୁ ଆମ ପାଇଁ କାଳେ କାଳେ ନମସ୍ୟ, ସବୁଦିନର ଆଦର୍ଶ । ସେହିପରି ଆଉଜଣେ ଗୋପବନ୍ଧୁ ହେଉଛନ୍ତି- ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ଗୋପବନ୍ଧୁ ଚୈାଧୁରୀ ଜଗତସିଂହପୁର ଚୈାଧୁରୀ ପରିବାରର ସୁଯୋଗ୍ୟ ସନ୍ତାନ । ଏହି ପରିବାରର ମୁଖିଆ ଥିଲେ ତତ୍‌କାଳିନ ଜମିଦାର ବରିଷ୍ଠ ଆଇନଜୀବୀ ତଥା ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ଘନିଷ୍ଠ ସହଯୋଗୀ ଗୋକୁଳାନନ୍ଦ ଚୈାଧୁରୀ । ସାରା ଭାରତ ବର୍ଷରେ ଏହି ଚୈାଧୁରୀ ପରିବାର ଏମିତି ଏକ ପରିବାର ଯେଉଁ ପରିବାରର ପ୍ରତ୍ୟେକ ସଦସ୍ୟ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଝାସ ଦେଇଥିଲେ ।

ଗୋପବନ୍ଧୁ ଚୈାଧୁରୀଙ୍କ ସହଧର୍ମିଣୀ ରମା ଦେବୀ, ସାନଭାଇ ବିପ୍ଳବୀ ଜନନାୟକ ନବକୃ୩⁄୪ ଚୈାଧୁରୀ , ଭାଇବୋହୂ ମାଳତୀ ଚୈାଧୁରୀ , ପୁତ୍ର ମନମୋହନ ଚୈାଧୁରୀ , କନ୍ୟା ଅନ୍ନପୂର୍ଣ୍ଣା ମହାରଣା, ଜ୍ୱାଇଁ ଶରତ ମହାରଣା, ଝିଆରି କ୍ରୀ୩⁄୪ା ମହାନ୍ତି ଓ ଝିଆରୀ ଜ୍ୱାଇଁ ପ୍ରଫୁଲ ମହାନ୍ତି ଙ୍କୁ ବା ନଜାଣେ କିଏ? ଭାରତର ମୁକ୍ତି ସଂଗ୍ରାମ ଏମାନଙ୍କ ଅନେକ ତ୍ୟାଗ, ବଳିଦାନ ଓ ବୀରତ୍ୱର କଥା କହେ । ଚୌଧୁରୀ ପରିବାରର ବଡପୁଅ ଗୋପବନ୍ଧୁ ଚୌଧୁରୀ । ଏହି ମହାନ୍ ଜନନାୟକ ୧୮୯୫ ମସିହା ମେ’ ୮ତାରିଖ କଟକ ସହରରେ ସ୍ୱରାଜ ଆଶ୍ରମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଜନ୍ମସ୍ଥାନ ଜଗତସିଂହପୁରର ଖେରସ ଗ୍ରାମରେ ।ଗୋପବନ୍ଧୁ ଚୌଧୁରୀ ଥିଲେ ଜଣେ ମେଧାବୀ ଛାତ୍ର । ସେ କଟକରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି କଲିକତାରେ କୃତିତ୍ୱର ସହ ବି.ଏ. ଓ ଏମ୍‌.ଏ ପାଶ୍ କରିଥିଲେ । ପରେ କଲିକତାରେ ଆଇନ ପରୀକ୍ଷାର ପ୍ରଥମ ଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଆଇନ ପାଠ ଅସମାପ୍ତ ରଖି କଟକରେ ଡେପୁଟି ମାଜିଷ୍ଟ୍ରେଟ୍‌ ରୂପେ ଅବସ୍ଥାପିତ ହୋଇଥିଲେ । ମାତ୍ର ଏହି ଚାକିରି ତାଙ୍କୁ ଭଲ ଲାଗୁନଥିଲା । ଓଡ଼ିଆ ମାନଙ୍କ ପ୍ରତି ଇଂରେଜ ମାନଙ୍କ ତାଚ୍ଛଲ୍ୟ ବ୍ୟବହାର ତାଙ୍କୁ ବ୍ୟଥିତ କରି ପକାଇଥିଲା । ୧୯୨୦ ମସିହାରେ ଯେତେବେଳେ ଯାଜପୁର ଅ ଳରେ ଭୀଷଣ ନଈବଢି଼ ସମୟରେ ବନ୍ୟା ବିଧ୍ୱସ୍ତ ଗ୍ରାମ ମାନଙ୍କୁ ଦେଖି ସେ କାନ୍ଦି ପକାଇଥିଲେ ଓ ସରକାରଙ୍କୁ ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି ଦାବି ଜଣାଇଥିଲେ ।

ସରକାର ଗୋପବନ୍ଧୁଙ୍କ ଦାବିକୁ ଆଗ୍ରାହ୍ୟ କରିଦେବାରୁ ବାଧ୍ୟ ହୋଇ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ । ଏହାପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ଅଳକାଶ୍ରମର ତ ୍ୱାବଧାରକ ଦାୟିତ୍ୱନେଇଥିଲେ ସେ । ପରବ ର୍ୀ ପର୍ଯ୍ୟାୟରେ ସେ ଅସହଯୋଗ ଅନ୍ଦେନ୍ଦାଳନ,ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଅନ୍ଦୋଳନରେ ସାମିଲ ହୋଇ ଜେଲ୍ ଯାଇଥିଲେ ଓ କାରାବରଣ କରିଥିଲେ ।୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା । ହେଲେ ଗୋପବନ୍ଧୁ ଚୌଧୁରୀ ଅନୁଭବ କଲେ ଯେ, ଏ ସ୍ୱରାଜ ଗାନ୍ଧିଜୀଙ୍କ ପରିକଳ୍ପିତ ସ୍ୱରାଜ ନୁହେଁ । ସେଥିପାଇଁ ସେ କ୍ଷମତା ରାଜନୀତିରୁ ଦୂରେଇ ଯାଇଥିଲେ । ବରୀକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ନେଇଥିଲେ ଓ ଏଇଠି ଗଢ଼ି ଉଠିଥିଲା “ ମାନବ ସେବା – ମାଧବ ସେବା ”ର ଯଜ୍ଞବେଦୀ ବହୁ ଚର୍ଚ୍ଚିତ ବରୀ ଆଶ୍ରମ । ଏହି ମହାନ୍‌ ଜନନାୟକଙ୍କ ମହାପ୍ରୟାଣ ଘଟିଲା ୧୯୫୮ ମସିହା ଏପ୍ରିଲ ୨୯ ତାରିଖରେ । କିନ୍ତୁ ଏହି ମହାନ ସ୍ୱଧୀନତା ସଂଗ୍ରାମୀ ଧୀରେ ଧୀରେ ବିସ୍ମୃତିକୁ ଚାଲିଯାଉଛନ୍ତି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଚେହେରା ସହ ସାମଞ୍ଜସ୍ୟ ଥିବା ଏହି ଗାନ୍ଧିବାଦୀ ମଣିଷ ପ୍ରସାର ପ୍ରଚାର ଅଭାବରୁ କ୍ରମଶଃ ଉ ର ପିଢିଙ୍କ ଠାରୁ ଦୂରରେ । ତାଙ୍କ ବିଷୟରେ ବିଶେଷ କିଛି ଆଲୋଚନା ହୁଏ ନାହିଁ । କେବଳ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ଆସିଲେ ଜଗତସିଂହପୁର ଜିଲ୍ଲା ସଦରମହକୁମା ସ୍ଥିତ ଡାକ ବଙ୍ଗଳା ଛକ ଓ ତାଙ୍କ ଜନ୍ମମାଟି ଖେରସ ଠାରେ ଥିବା ଦୁଇଟି ପ୍ରତିମୂ ର୍ିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣରେ ଆମ କ ର୍ବ୍ୟ ଶେଷ ହୋଇଯାଏ ।

ସେହିପରି ଯାଜପୁର ବରୀରେ ମଧ୍ୟ ସେହିଭଳି ଢଙ୍ଗରେ ସ୍ମୃତି ଚାରଣରେ ପୂଜ୍ୟପୂଜା ପରମ୍ପରା ବଜାୟ ରଖାଯାଏ । ଜୀବିତାବସ୍ଥାରେ ସେ ଯେପରି ପ୍ରସାର ପ୍ରଚାର ଠାରୁ ଦୂରରେ ଥିଲେ ତାଙ୍କ ଅବ ର୍ମାନରେ ବି ଉପଯୁକ୍ତ ପ୍ରସାର ପ୍ରଚାର ଅଭାବରୁ ସେ ବି ବିସ୍ମୃତିରେ । ଏହାହିଁ କ୍ଷୋଭର ବିଷୟ । କେବଳ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଦୁଇଟି ପୁସ୍ତକ- ‘ଦୀପଂ ଜ୍ୟୋତି ପରମ ଜ୍ୟୋତି’ ଓ ‘ଧୂଳି ମାଟିର ସନ୍ଥ’ ତାଙ୍କ ଅମ୍ଳାନ ସ୍ମୃତିକୁ ସାଇତି ରଖିଛି । ସେହିପରି ବରୀ-ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ମହାବିଦ୍ୟାଳୟ ତାଙ୍କୁ ମନେ ରଖିବାର ଅନ୍ୟ ଏକ ମାଧ୍ୟମ ହୋଇ ରହିଛି । ଜିଲ୍ଲା ସ୍ତରରେ ବା ରାଜ୍ୟ ସ୍ତରରେ ଏହି ମହାନ ସଂଗ୍ରାମୀଙ୍କ ଜୟନ୍ତୀ ଓ ଶ୍ରଦ୍ଧୋତ୍ସବ ସେପରି ଆଖିଦୃଶିଆ ଭାବେ ପାଳନ କରାଯାଏ ନାହିଁ । ଏବେବି ସମୟ ଅଛି । ଡେରିରେ ହେଲେବି ଏହି ତ୍ୟାଗ ବୀର ତଥା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବା ପାଇଁ ଓଡିଶା ସଂସ୍କୃତି ବିଭାଗ , ସାହିତ୍ୟ ଏକାଡେମୀ ବିଶେଷ କରି ଓଡିଶା ସରକାର ସମୁଚିତ ପଦକ୍ଷେପ ନେଲେ ବିସ୍ମୃତିକୁ ଚାଲିଯାଉଥିବା ଏହି ମହାନ ବ୍ୟକ୍ତିଙ୍କୁ ପୁଣି ଜନମାନସରେ ଉଜ୍ଜିବୀତ କରି ରଖାଯାଇପାରନ୍ତା ! ( ରିପୋର୍ଟ /ହିମାଂଶୁ ଶେଖର ଆଚାର୍ଯ୍ୟ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version