କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ଠାରେ ରବିବାର ସନ୍ଧ୍ୟାରେ ସ୍ଵାଧୀନ ମହାନ୍ତିଙ୍କ ଦ୍ଵାରା ରଚିତ ଗୀତିକବିତା ସଂକଳନ ଗୀତିଝର ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପୁସ୍ତକକୁ ପୂର୍ବତନ ସାଂସଦଙ୍କ, ବିଧାୟକ ତଥା ସମ୍ବାଦର ପୂର୍ବତନ ସଂପାଦକ ସୈ।ମ୍ୟରଞନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜିତ ଉଦଘାଟନ ଉତ୍ସବରେ ବିଜେପି ରାଜ୍ୟ ସଂଯୋଜକ ଦିଲ୍ଲୀପ କୁମାର ମଲ୍ଲିକ ମୁଖ୍ୟ ବକ୍ତା ବିଜେପିର ପୂର୍ବତନ କଟକ ଜିଲ୍ଲା ସଭାପତି ସେନ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, କବିତା ଲେଖୁଥିବା ବ୍ୟକ୍ତି ନିଜେ ଖୁସି ଅନୁଭବ କଲେ ଅନ୍ୟଙ୍କୁ ତାଙ୍କ କବିତା ମାଧ୍ୟମରେ ଖୁସି ବାଣ୍ଟିଥାନ୍ତ ।

ଯାହାଫଳରେ ଭାରାକ୍ରାନ୍ତ ବ୍ୟକ୍ତି ଜଣକ ଏଥିରୁ ରକ୍ଷା ପାଇବା ପାଇଁ ଅବସର ସମୟରେ ଗୀତିକବିତା ପଢିଲେ କିମ୍ବା ଗୀତ ଶୁଣି ନିଜ ମନରେ ଥିବା ଦୁଃଖକୁ ଲାଘବ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ ଉତ୍ସବରେ ଗୀତିକବିତା ପୁସ୍ତକର ଲେଖକ ସ୍ଵାଧୀନ ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଉନ୍ମୋଚିତ ଗୀତିକବିତା ପୁସ୍ତକରେ ୯୫ ଟି କବିତା ସ୍ଥାନ ପାଇଛି । ପୁସ୍ତକ ଉଦଘାଟନ ଉତ୍ସବରେ ଲେଖକ ଲିଙ୍ଗରାଜ ମହାନ୍ତି, ସ୍ତମ୍ବକାର ସନ୍ୟାସୀ ପଣ୍ଡା, ସିରିଏଲ ତଥା ମଞ୍ଚ କଳାକାର ମୁକ୍ତିକାନ୍ତ ମହାପାତ୍ର, ଲେଖକ ଡଃ ଶରତ ଚନ୍ଦ୍ର ରଥଙ୍କୁ ସ୍ଵତନ୍ତ୍ର ଟ୍ରଫି ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହାସହିତ ଗୀତିକବିତା ରଚୟିତା ଙ୍କ ସହିତ ଦୀର୍ଘ ବର୍ଷ ଧରି ବିଭିନ୍ନ କାର୍ଯ୍ୟରେ ସହଯୋଗ କରି ଆସିଥିବା ଭାଗ୍ୟଧର ଦଳାଇ, ଚିତ୍ତରଞ୍ଜନ ଦାସ, କିଶୋର ପଟ୍ଟନାୟକ, ଧୃବ ଚରଣ ବେହେରା, ମଧୁସୁଦନ ପଟ୍ଟନାୟକ,ସୁରେନ୍ଦ୍ର ମହାପାତ୍ର, ଭକ୍ତବନ୍ଧୁ ବରାଳ, ଠାକୁର ପ୍ରସାଦ ଦାସଙ୍କୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା, ଏହି ଉତ୍ସବରେ ସୁଶାନ୍ତ କୁମାର ମହାନ୍ତି, ଆଡଭୋକେଟ କବି ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, ଦିଲିପ କୁମାର ସ୍ଵାଇଁ, ନଳୀନ ସେନାପତି,ବାଦଲ କୁମାର ଜେନା, ପ୍ରମୋଦ କୁମାର ଓଝା, ରାଜେଶ କୁମାର ଭଟ୍ଟ, ବିଚିତ୍ରାନନ୍ଦ ଦଳାଇ, ପ୍ରସନ୍ନ କୁମାର ପ୍ରଧାନ , ସୁକାନ୍ତ ଭୋଇ, ସୂର୍ଯ୍ୟ କାନ୍ତ ବରାଳ ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।














