ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଖୋର୍ଦ୍ଧା ଜିଲ୍ଲା, ଜୟଦେବ ନିର୍ବାଚନ ମଣ୍ଡଳୀ ପୂରଣପଧାନ ପଞ୍ଚାୟତ ଅନ୍ତର୍ଗତ ସିସିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ସ୍ଥାୟୀ ସଭାପତି ତଥା ମୁଖ୍ୟଅତିଥି ଶ୍ରୀଯୁକ୍ତ ରାଧାନାଥ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂସ୍କୃତ ଶିକ୍ଷକ ପଣ୍ଡିତ ରାମଚନ୍ଦ୍ର ପଣ୍ଡାଙ୍କ ଶ୍ଳୋକ ଉଚ୍ଚାରଣ ପୂର୍ବକ ବିଦ୍ୟାଳୟରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା ।

ପରେ ଏହି ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା, ଏହି ଅବସପ୍ରାପ୍ତ କର୍ମଚାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ମାଗୁଣି ଚରଣ ସେଠୀ, ଏବଂ ସମ୍ମାନୀତ ଅତିଥିଭାବେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ନାରାୟଣ ସୁବୁଦ୍ଧି,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଖୁଣ୍ଟିଆ, ଶିକ୍ଷାବିତ୍ ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ପ୍ରଧାନ,
















