No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ଆମଣ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେପି ନେତା କ୍ଷିରୋଦ ଦଳାଇଙ୍କ ପରଲୋକ । କଟକ,( ଓଡ଼ିଶା ତାଜା ନିୟୁଜ ) କଟକ ସଦର ଥାନା ଫୁଲନଖରା ନିକଟସ୍ଥ ଆମଣ ପଞ୍ଚାୟତର ପୂର୍ବତନ ସରପଞ୍ଚ , ଜିଲ୍ଲା ପରିଷଦ ସଭ୍ୟ,ଅଠାଳିଆ ସେବା ସମବାୟ ସମିତିର ସଭାପତି, କଟକ ଜିଲ୍ଲା ବିଜେପି ର ଉପ ସଭାପତି, ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ , ବିଶିଷ୍ଟ ସମବାୟବିତ୍ ଶାସୋଳ ଗ୍ରାମର ବ୍ୟୟଜ୍ୟେଷ୍ଠ ମୁରବୀ କ୍ଷିରୋଦ ଚନ୍ଦ୍ର ଦଳାଇଙ୍କର ଶନିବାର ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ସୋଇଯାଇଛି ।
ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଶନିବାର ଦିନ ହଠାତ୍ ତାଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଖରାପ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଚିିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା କାର୍ଯ୍ୟ ଚାଲିଥିଲାବେଳେ ପରଲୋକ ହୋଇଯାଇଥିଲା । ଶ୍ରୀ ଦଳାଇ ୧୯୯୨ ରୁ ୧୯୯୫ ପର୍ଯ୍ୟନ୍ତ ସରପଂଚ ରହିଥିଲାବେଳେ , ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ କଟକ ଜିଲ୍ଲା ୪ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ଭାବେ ରହିଥିଲେ ।
ଲଗାତାର ତିନିଥର ଅଡାଳିଆ ସେବା ସମବାୟ ସମିତିର ସଭାପତି ଭାବେ ସୂଚାରୁରୂପେ କାର୍ଯ୍ୟ ତୁଲାଇଥିଲେ । ଏହି ଖବର ପ୍ରଚାରିତ ହେବା ମାତ୍ରେ ବିଜେପି ଦଳର ନେତା ଦିଲିପ୍ ମଲ୍ଲିକ, ହୃଷୀକେଶ ଜେନା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ବନ୍ଧୁ ଚରଣ ସିହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି, ପୂର୍ବତନ ସରପଂଚ ପୁନାନନ୍ଦ ଭୋଇ , ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ସାହୁ,
ପୂର୍ବତନ ସରପଂଚ ଶିବ ଚରଣ ପୃଷ୍ଟି, ସମବାୟବିତ ମହେନ୍ଦ୍ର ନାୟକ, ସୁବାସ ରାଉତରାୟ, , ବିଜୟ କୁମାର ପୁଷ୍ପାଳକ, ସରପଂଚ ମାନସୀ ପୃଷ୍ଟି , ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ ପ୍ରମୁଖ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ଶାସୋଳ ଏବଂ ଆଖପାଖ ଅଞ୍ଚଳରରେ ଶୋକର ଛାୟା ଖେଳିଯାଇଛି ।

No Result
View All Result