ଟିକାବାଲି (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ପ୍ରତି ଗୋଷ୍ଠୀଗତ ସାମାଜିକ ଦାୟିତ୍ୱବୋଧ, ମାନସିକ ଅସୁସ୍ଥତାକୁ ନେଇ ଥିବା ଭୁଲ୍ ଧାରଣା, ଗୁଣିଗାରେଡି ଚିକିତ୍ସା ଏବଂ ମାନସିକ ଅସୁସ୍ଥଙ୍କ ସୁସ୍ଥତା ପାଇଁ ଥିବା ସରକାରୀ ଚିକିତ୍ସା ସେବା ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ମିଳିତ ସହାୟତା ରେ ଟିକାବାଲି ଓ କ.ନୂଆଗାଁ ବ୍ଲକ୍ର ବିଭିନ୍ନ ଗ୍ରାମରେ ପାରମ୍ପରିକ ଲୋକ କଳା ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।















