ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ କେରେଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ମେଟ୍ ଗ୍ରୁପ୍ର ପ୍ରୟାସରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ଅଞ୍ଚଳର ଶିକ୍ଷାର୍ଥୀଙ୍କୁ ଆଧୁନିକ ଜ୍ଞାନକୌଶଳରେ ସଶକ୍ତ କରିବାର ଲକ୍ଷ୍ୟ ନେଇ ଅଞ୍ଚଳର ୮ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିମାପଡ଼ା ମେଟ୍ ଗ୍ରୁପ୍ ତରଫରୁ କମ୍ପ୍ୟୁଟର ବିତରଣ କରାଯାଇଛି ।

















