• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହରେ ୬୦୦ ମହିଳା ସମ୍ମାନିତ

Proprietor Abhimanyu Maharana by Proprietor Abhimanyu Maharana
September 13, 2025
in ଓଡ଼ିଶା, ଗଞ୍ଜାମ, ବାଣିଜ୍ୟ, ହୋମ୍
0
କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହରେ ୬୦୦ ମହିଳା ସମ୍ମାନିତ
Share on FacebookShare on TwitterWhatsapp

ମହିଳା ସଶକ୍ତିକରଣକୁ ଆଗକୁ ବଢ଼ାଇବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌)ର ଦିଶା କାର୍ଯ୍ୟକ୍ରମକୁ ମନ୍ତ୍ରୀଙ୍କ ପ୍ରଶଂସା

ସାରା ଓଡ଼ିଶାରେ ୫,୦୦୦ ମହିଳାଙ୍କୁ ସଶକ୍ତ କରିଛି “ଦିଶା”

ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର  :- ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଆଜି ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। “ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ (କେନ୍ଦୁଝର) ଏବଂ ମେରାମଣ୍ଡଳୀ (ଢେଙ୍କାନାଳ)ର ୬୦୦ରୁ ଅଧିକ ମହିଳା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଥିଲା ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଟାଟା ଷ୍ଟିଲ ସ୍ପେସିଆଲ ଇକନୋମିକ ଜୋନ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାୟକ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୌରଭ ରୟ(ଭିଡିଓ କନଫରେନ୍ସିଂରେ), ଲିଡ୍‌-ଜେଣ୍ଡର ଆଣ୍ଡ୍ କମ୍ୟୁନିଟି ଏଂଟରପ୍ରାଇଜେସର ଶ୍ରୀମତୀ ସ୍ମିତା ବର୍ମା ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗୋପାଳପୁରର ୟୁନିଟ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ନିଜ ଅଭିଭାଷଣରେ ଶ୍ରୀ ଜେନା ଦିଶା କାର୍ଯ୍ୟକ୍ରମ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଏହା ପୂର୍ବରୁ ୪,୯୮୧ ଜଣ ମହିଳା ଲିଡରଙ୍କୁ ସଶକ୍ତ କରାଯାଇଛି ।

ଯେଉଁମାନେ ପ୍ରାୟ ୧୫,୦୦୦ ଅନ୍ୟ ଲୋକଙ୍କ ସହାୟତା କରୁଛନ୍ତି। ମହିଳାମାନଙ୍କୁ ଏକଦା ଦୁର୍ବଳ ବୋଲି ଧରାଯାଉଥିଲା ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାରୁ ବଂଚିତ କରାଯାଉଥିଲା। ଆଜି ସେମାନେ କ୍ଷମତା, ସ୍ଥିରତା ଏବଂ ବ୍ୟକ୍ତିତ୍ୱ ପ୍ରଦର୍ଶନ କରୁଛନ୍ତି। ଶିକ୍ଷା ଏବଂ ସଶକ୍ତିକରଣ କିପରି ମହିଳାମାନଙ୍କୁ ସ୍ୱାଧୀନତା ଏବଂ ସାମାଜିକ ନେତୃତ୍ୱ ଆଡକୁ ଅଗ୍ରସର କରୁଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ସୌରଭ ରାୟ କହିଥିଲେ, ଓଡ଼ିଶା ଓ ଝାଡ଼ଖଣ୍ଡରେ ତୃଣମୂଳସ୍ତରରେ ମହିଳାମାନଙ୍କୁ ଦିଶା ନେତୃତ୍ୱ କାର୍ଯ୍ୟକ୍ରମ ଅଧୀନରେ ତାଲିମ ପାଇଁ ବ୍ୟକ୍ତିଗତ ପସନ୍ଦ ଚୟନ କରିବା ଏବଂ ସମାଜରେ ପରିବର୍ତ୍ତନ ଆଣିବାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି ।

ଏହା ହେଉଛି ସାଂପ୍ରତିକ ସାମାଜିକ ଧାରାରେ ରହି ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନଟ କରିବା ଏବଂ ଅନ୍ୟମାନଙ୍କ ଜୀବନରେ ମୂଲ୍ୟ ପ୍ରଦାନ କରିବା । ଅନଗ୍ରସର ସମ୍ପ୍ରଦାୟର ମହିଳାମାନଙ୍କୁ ସେମାନଙ୍କ ଗ୍ରାମରେ ସକ୍ରିୟ ଲିଡର ଏବଂ ପରିବର୍ତ୍ତନ ସୃଷ୍ଟିକାରୀ ହେବାର ସୁଯୋଗ ଦେବାର ଦୃଷ୍ଟିକୋଣ ନେଇ ୨୦୨୧-୨୨ ଆର୍ଥିକ ବର୍ଷରେ ଦିଶା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୫ ବର୍ଷରେ ୬,୦୦୦ ମହିଳାଙ୍କୁ ଲିଡରରେ ପରିଣତ କରିବାକୁ ଏହା ଲକ୍ଷ୍ୟ ରଖିଛି। ୫୬୪ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଦିଶା କାର୍ଯ୍ୟକ୍ରମ ୨୦୨୪-୨୫ ଆର୍ଥିକବର୍ଷ ମଧ୍ୟରେ ତିନୋଟି ମଡ୍ୟୁଲ୍ ଅଧୀନରେ ୪୯୮୧ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରଶିକ୍ଷିତ କରିଛି ।

ଏହି କାର୍ଯ୍ୟକ୍ରମରେ ମହିଳାମାନେ ନେତୃତ୍ୱ ଓ ଲିଙ୍ଗଗତ ମୁଖ୍ୟ ଧାରା, ସ୍ଥାନୀୟ ସ୍ୱାୟତ୍ତ ଶାସନରେ ମହିଳାମାନଙ୍କ ଭୂମିକା ଏବଂ ସାମୂହିକ କାର୍ଯ୍ୟ ପାଇଁ ନେଟୱର୍କ ଏବଂ ପରାମର୍ଶ ଦକ୍ଷତା ଉପରେ ତିନୋଟି ଗଠନମୂଳକ ମଡ୍ୟୁଲ୍ ସଫଳତାର ସହିତ ପୂରଣ କରିଛନ୍ତି । ଏହି ମଡ୍ୟୁଲଗୁଡିକ ଅଂଶଗ୍ରହଣ କାରୀଙ୍କୁ ଆତ୍ମବିଶ୍ୱାସ ଗଠନ ଏବଂ ସାମାଜିକ ବିକାଶ ପାଇଁ ଆଡଭୋକେସି ନେଟୱାର୍କ ସୃଷ୍ଟି କରିବାରେ ସକ୍ଷମ କରିଛି । ସାରା ଓଡ଼ିଶାରେ ସାମାଜିକ ରୂପାନ୍ତରଣକୁ ଆଗକୁ ବଢ଼ାଇବାରେ ମହିଳାମାନଙ୍କ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ପ୍ରଶିକ୍ଷିତ ମହିଳା ଲିଡରମାନଙ୍କୁ ପୁରସ୍କୃତ ଏବଂ ସାର୍ଟିଫିକେଟ ବିତରଣ ସହିତ ଏହି ସମାରୋହ ସମାପ୍ତ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version