ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ ଉକ୍ତ ମାମଲାରେ ଅଭିଯୁକ୍ତକୁ ପୋଲିସ ଦାରିଙ୍ଗବାଡିରୁ ଗିରଫ କରିଛି। ଗିରଫ ଯୁବକ ଦାରିଙ୍ଗବାଡି ଥାନା ବୁର୍ଜୁବାଡ଼ି ଗ୍ରାମର ପ୍ରଶାନ୍ତ ପ୍ରଧାନ (୨୭)ବୋଲି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ପରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଜୟନ୍ତ ସେଠୀ କହିଛନ୍ତି।















