ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିକାଶ କାର୍ଯ୍ୟର ଗତି ଦେବା ପାଇଁ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ପୌରହିତ୍ୟରେ ଉନ୍ନତି ଯୋଜନାର ଅନେକ ଗୁଡିଏ ପ୍ରକଳ୍ପର ଶୁଭପ୍ରଦାନ କରାଯାଇଛି ।
ବିଜ୍ଞାପିତ ଅଞ୍ଚଳ ପରିଷଦ, ରଣପୁର ଅନ୍ତର୍ଗତ 15ଗୋଟି ୱାର୍ଡ ମଧ୍ୟରୁ 12ଟି ୱାର୍ଡର ବିଭିନ୍ନ ପ୍ରକଳ୍ପ ଯଥା ଗୋଷ୍ଠି କେନ୍ଦ୍ରର ଉନ୍ନତିକରଣ, ରାସ୍ତା ମାନଙ୍କରେ ପେଭର ବିଛାଇବା କାର୍ଯ୍ୟର ଶୁଭପ୍ରଦାନ କରାଗଲା ।
ଏହି ଅବସରରେ ସମସ୍ତ ସ୍ଥାନୀୟ କାଉନସିଲର ମାନେ ସକ୍ରିୟ ଯୋଗଦାନ ଦେଲେ, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥରେ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ନିବେଦନ ରଖିଥିଲେ । ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏ ସମସ୍ତ କାର୍ଯ୍ୟର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନଗର ବାସୀଙ୍କ ଅନ୍ୟାନ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।
ଉନ୍ନତି ଯୋଜନାର ଆସିଥିବା 31ଗୋଟି ଯାହାର ଆନୁମାନିକ ବ୍ୟୟ ଅଟକଳ 84ଲକ୍ଷ୍ୟ ଟଙ୍କା । ଏହି ସମସ୍ତ ପ୍ରୋଜେକ୍ଟ କୁ ଖୁବଶୀଘ୍ର ସମାପ୍ତ କରିବା ସହିତ ଆଗାମୀ ଦିନରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ, ପରିବା ବଜାର ଏବଂ ଆମିଷ ବଜାର, ତଥା ବିଭିନ୍ନ ଖେଳପଡ଼ିଆର ଉନ୍ନତିକରଣ ଏବଂ ବଧୀ ତଥା ଅନ୍ୟାନ୍ୟ 12ଗୋଟି ପୁଷ୍କରିଣୀ ର ପୁନରୁଦ୍ଧାର ଏବଂ
ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ନେଇ କହିଥିଲେ । ସୂଚନାଯୋଗ୍ୟ ଯେ 669 ଗୋଟି ଷ୍ଟ୍ରୀଟ ଲାଇଟ୍ ଏବଂ 8 ଗୋଟି ହାଇ ମାଷ୍ଟ୍ ଲାଇଟ୍ ର ଲୋକାର୍ପଣ କାର୍ଯ୍ୟ ମଧ୍ୟ ହୋଇଥିଲା , ଯାହାକି 2 ସପ୍ତାହ ମଧ୍ୟରେ ରାସ୍ତା ଆଲୋକିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି କହିଥିଲେ ।

© 2023 Odisha Taza News.