ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜିଲ୍ଲାରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ ପୋଲିସ ଅଙ୍ଗନୱାଡି ହେଲ୍ପର ଓ ତାଙ୍କ ସ୍ଵାମୀଙ୍କୁ ଗିରଫ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ଗତ କିଛି ଦିନ ତଳେ ମୋହନା ଥାନା କୁସୁମପୁର ଗାଁରେ ଗୁଣିଗାରେଡି ହତ୍ୟା ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କୁସୁମପୁର ଗାଁ ଅଙ୍ଗନୱାଡି କେନ୍ଦ୍ର ହେଲ୍ପପର ସୁମତି ମଲ୍ଲିକ ଓ ତାଙ୍କ ସ୍ଵାମୀ ଶଙ୍କର ମଲ୍ଲିକ ।

ପୂର୍ବରୁ ଏହି ଘଟଣାରେ ୧୦ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଗିରଫଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ବୋଲି ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି । ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଅଛନ୍ତି ।















