କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକର ପ୍ରତାପନଗରୀ ସ୍ଥିତ ଧାକୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ପତ୍ରିକା “କାୟାକଳ୍ପ ” ପକ୍ଷରୁ ଶ୍ରୀଯୁକ୍ତ ତ୍ରିଲୋଚନ ଦାଶଙ୍କ ପରିଚାଳନାରେ ବିଜ୍ଞାନ ଜନିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ତ୍ରିଲୋଚନ ରାୟ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅଧ୍ୟାତ୍ମ ସାଧକ,ବିଭୁବୈଭବର ସମ୍ପାଦକ ଲୋକଶିକ୍ଷକ ଡକ୍ଟର ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ୟ ଯୋଗଦେଇ ପିଲାମାନଙ୍କୁ ଶୈକ୍ଷିକ ପରାମର୍ଶ ଦେଇଥିଲେ ।















