କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକ ସଦର ଥାନା ଅନ୍ତର୍ଗତ ସିଏମସି ୫୮ ନମ୍ବର ୱାର୍ଡର ଭାଣପୁର ଦୂର୍ଗା ପୂଜା କମିଟି ପକ୍ଷରୁ କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ପାରମ୍ପରିକ ବିଧି ଅନୁସାରେ ପବିତ୍ର ବାମନ ଜନ୍ମ ସୁନିଆରେ କୁଆଖାଇ ନଦୀ କୂଳରେ ପୂଜା ଅର୍ଚ୍ଚନା କରାଯାଇ ମୂର୍ତ୍ତୀ ନିର୍ମାଣ ଲାଗି କୁଆଖାଇ ନଦୀରୁ ମାଟି ଉଠାଯାଇଥିଲା ।

ବାଜା , ଘଣ୍ଟ ,ଖୋଳ କର୍ତ୍ତାଳ ବଜାଇ କୁଆଖାଇ ନଦୀରୁ ମାଟି ଉଠାଇ ମୂର୍ତ୍ତୀ ନିର୍ମାଣ ହେବା ସ୍ଥାନକୁ ଶୋଭାଯାତ୍ରାରେ ଅଣା ଯାଇଥିଲା । ଏହି ମାଟି ଉଠା ଶୋଭାଯାତ୍ରାରେ ଭାଣପୁର ଦୂର୍ଗା ପୂଜା କମିଟିର ସଭାପତି ପ୍ରମୋଦ କୁମାର ଓଝା, ସଂପାଦକ ଅଜିତ କୁମାର ରାଉତ, କୋଷାଧ୍ୟକ୍ଷ ରାଜେଶ କୁମାର ଭଟ୍ଟ, ଗ୍ରାମ୍ୟ କମିଟିର ସଭାପତି ଲକ୍ଷ୍ମୀଧର ଜେନା,

ଶରତ କୁମାର ଜେନାଙ୍କ ସମେତ ପୂଜା କମିଟି ସମସ୍ତ ସଦସ୍ୟ ସାମିଲ୍ ହୋଇଥିଲେ । ୨୭ ତାରିଖ ଷଷ୍ଠୀରୁ ପୂଜା ଆରମ୍ଭ ହୋଇ ୪ ତାରିଖ ରେ ଭଷାଣୀ କରାଯିବ । ନବମୀରେ ଦହି ପଖାଳ ଏବଂ ଦଶମୀରେ ଖିରି ଭୋଗ ଶ୍ରଦ୍ଧାଳୁମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଦଶମୀ ଏକାଦଶୀ ରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ପୂଜା କମିଟିର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।














