• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରଡ଼ି ନେବ ମାଆ କରଡି : ମାଆ କଁଅଲିଆ କରଡିି ।।…..

Proprietor Abhimanyu Maharana by Proprietor Abhimanyu Maharana
September 11, 2020
in Uncategorized, ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
କରଡ଼ି ନେବ ମାଆ କରଡି : ମାଆ କଁଅଲିଆ  କରଡିି ।।…..
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ସେଦିନ ଥିଲା ରବିବାର।।ସକାଳ ପ୍ରାୟ ନଅଟା ହେବ।।।ମୁଁ ଜଳଖିଆ ତିଆରି କରୁ ଥାଏ।।। ଏତିକି ବେଳେ ଶୁଭିଲା ଗୋଟିଏ ଡାକ।।। କରଡ଼ି ନେବ ମାଆ କରଡି। ମାଆ କଁଅଲିଆ କରଡିି।।….. କରଡ଼ି ର ନା ଶୁଣିବା ମାତ୍ରେ ରୋଷେଇ ଛାଡ଼ି ଦୋୖଡି ଆସିଲି ବାହାରକୁ।।। କରଡ଼ି ସହ ମୋ ସ୍ମୃତି ଭାରି ପୁରୁଣା।। ଏକ ପାହାଡିଆ ଅଞ୍ଚଳରେ ଥିବା ବକ୍ସାଇଟ ଖଣି ରେ କାମ କରୁିଥିଲେ ମୋ ବାପା।। ସେଇଠି ହିଁ ମୋ ଜନ୍ମ।। ବଣ ଜଙ୍ଗଲ ଘେରା ଅଞ୍ଚଳ ହେଇ ଥିବାରୁ ଋତୁ ଅନୁସାରେ ସମସ୍ତ ବନ୍ୟଜାତ୍ ଫଳ ମୂଳ ଯେମିତିକି ଚାର କୋଳି,ଖଜୁରୀ କୋଳି,ସୁଆଁ, ଜନା, ମକା,ଶ୍ରାବଣ ଛତୁ, କରଡିି , ସିତାଫଳ,ବରଡା ଶାଗ ଇତ୍ୟାଦି ପ୍ରଚୁର ପରିମାଣ ରେ ମିଳେ ସେଇଠି।।। ସବୁଠୁ କିନ୍ତୁ ବେଶୀ ଭଲ ଲାଗେ ମୋତେ ଏଇ କଂଳିଆ ବାଉଁଶ।।। ଖୁବ୍ ଛୋଟ ବେଳେ ବୋଉ ପଚାରେ ମୋତେଗୋଟେ ପହେଲି।।। ବାଳୁତ କାଳ ରୁ ମୁଣ୍ଡରେ ଟୋପି ଦ୍ୱାପର ଯୁଗ ରେ ମୋହିଲେ ଗୋପୀ ତ୍ରେତୟା ଯୁଗରେ ରାବଣ ମାରି ଆଜି ଆମ ଘରେ ସେହି ତରକାରୀ।।।

ମୁଁ ହସି ହସି କହି ଦିଏ “କରଡ଼ି”।।।। ବର୍ଷା ଋତୁ ଆସିବା ମାତ୍ରେ ଯେମିତି ହେଉ ଘର କୁ ଆସିବ କରଡିି।।। କରଡିି ଆସିଲେ ବୋଉ ତାକୁ କାଟି ପାଣି ରେ ପକେଇଦିଏ।।ତାପରଦିନ ତାକୁ ସିଝେଇ ଛାଣି ଦିଏ।। ଚାଉଳ ସହ ଅଦା ରସୁଣ, ଜିରା ବାଟି ଲୁଣ ହଳଦୀ ମସଲା ଗୋଲେଇ କରଡ଼ି ପିଠାଉ ଭଜା ହେଉ କିମ୍ବା ଆମ୍ବୁଲ କି ତେନ୍ତୁଳି ଓ ଚାଉଳ ବଟା ସହ କରଡ଼ି ମିଶେଇ କରଡ଼ି ଆମ୍ବିଳା,କିମ୍ବା ବିଭିନ୍ନ ପରିବା ସହ ମଟର ଓ କରଡ଼ି ଦେଇ ପ୍ରସ୍ତୁତ କରେ ଘାଣ୍ଟ।।। ସେ ଯାହା ମଧ୍ୟ ହୋଇଥାଇ ବୋଉ ର କୁହୁକ ସ୍ପର୍ଶ ଓ କରଡ଼ି ର ବାସ୍ନା ରେ ତା ସ୍ଵାଦ ଅନନ୍ୟ ହୋଇଯାଏ।। ଖୁବ୍ ସୁସ୍ୱାଦୁ ଲାଗେ କରଡ଼ି ର ସମସ୍ତ ଆଇଟମ।।। ଯିଏ ଥରେ ଖାଇଛି ସିଏ ତ ବାରମ୍ବାର ଖାଇବାକୁ ଇଛା କରିବ।।।। ବର୍ଷ ର ସବୁ ସମୟ ରେ ମିଲେନି ବୋଲି ତୋ ବୋଉ ସୁଖା କରଡ଼ି (ହେଣ୍ଡୁଆ) କୁ କିଣି ରଖିଥାଏ।। କେବେ କେମିତି ଏଇ ହେଣ୍ଡୁଆ କୁ ତର କାରୀ ଓ ଆମ୍ବିଳା ରେ ବ୍ୟବହାର କରିବା ନିମନ୍ତେ।।…. କରଡ଼ି ର କୌଣସି ଜିନିଷ ହେବା ଦିନ ମୁଁ କାଳେ ବହୁତ ଭାତ ଖାଇଦିଏ।।। ମୋତେ ଭାରି ପସନ୍ଦ ଏ କରଡ଼ି।।। ମୋ ପସନ୍ଦ କୁ ଦେଖି ବାପା ବର୍ଷା ଦିନେ ପ୍ରାୟ କରଡି ଆଣନ୍ତି।।। ପାଠ ପଢିବା ପାଇଁ ବାହାରକୁ ଚାଲିଯିବା ପରେ, ବାହାସାହା ହୋଇ ସହର ରେ ବସବାସ କରିବା,ଓ ମୋ ଡକ୍ଟର ସ୍ବାମୀ ଙ୍କୁ କରଡ଼ି କଥା କହିଲେ ସେ ବାଉଁଶ ଗୁଡା କଣ ଭଲ ଲାଗେ ଯେ।।।

ତାର କୌଣସି ସ୍ଵାଦ ନାହିଁକି ସେଥିରେ କୌଣସି ଖାଦ୍ୟ ଗୁଣ ନାହିଁ।।। ତାଛଡା ସେଗୁଡ଼ାକ କେମିତି ଗୋଟାଏ ପୋକ ମରା ବିଚିକିଟିଆ ଗନ୍ଧ ହୁଏ। ଏସବୁ ଶୁଣି ଶୁଣି ଏ ଭିତରେ ମୁଁ ସଂପୂର୍ଣ୍ଣ ଭୁଲି ଯାଇଥିଲି କରଡ଼ି ର ବାସ୍ନା ଓ ତା ସ୍ଵାଦ କୁ।।।….. ଡକ୍ଟର ସ୍ବାମୀ ଙ୍କ ର ପୁନଶ୍ଚ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁ ବଦଳି ହୋଇ ଆସିବା ପରେ ପୁଣି ଥରେ କରଡ଼ି ର ନା ଶୁଣି ପୁରୁଣା ସ୍ମୃତି ତାଜା ହୋଇଗଲା।।।। ବାହାରକୁ ଯାଇ ଦେଖେ ତ ଗୋଟିଏ ୧୦/୧୧ ବର୍ଷର ପତଳା,କଳା ପିଲାଟିଏ ଠିଆ ହୋଇଛି।। ନୁଖୁରା ଚୁଟି।l ପିନ୍ଧି ଥାଏଗୋଟିଏ ଧଳା ଉନିଫର୍ମଶାର୍ଟ୍ ଟିଏ।। ବହୁତ ଦିନରୁ ସଫା ହୋଇ ନଥିଲା ବୋଧେ।। ଆଉ ପ୍ୟାଂଟ ଟା ଫାଟି ଯାଇଥାଏ ଠାଏ ଠାଏ।।ଆଉ ହାତରେ ସିଲେଇ କରାଯାଇଥିଲା।।।… ବ୍ୟାଗ୍ ଟିଏ ଓହଳlଇ ଥିଲା ତା ହର୍କୁଲେଶ୍ ସାଇକେଲ ର ହ୍ୟାଣ୍ଡ ଲ ରେ।। ହାତରେ ଧରିଥାଏି ଶାଳ ପତ୍ର ର ଦୁଇଟି ପୁଡିଆ।। ତା ଅପରିଷ୍କାର ବେଶ ଭୂଷା ଦେଖି କରଡ଼ି କିିଣିିବାର ଇଚ୍ଛା ମୋର ମରିଯାଇଥାଏ।। କିଣିବି ନା କିଣିବି ନାହିଁ ଏମିତି ଦୋଦୋ ପାଞ୍ଚ ହେବାଭିତରେ ପିଲାଟି କହିଲା ମାଆ କେତେଟା ପୁଡ଼ା ନେବୁ…??? ମୁଁ କହିଲି , ଯା ଏଇଠୁ ସେ କରଡ଼ି ମୋର ରଖିବାର ନାହିଁ। ପିଲାଟି ବିକଳ ହୋଇ କହିଲା ମାଆ ସକାଳୁ ଵଇନି ହେଇନି,

ଗୁଟେ ହେଲେ ପୁଡା ରଖ।ପିଲାଟି ର ସ୍ୱର୍ ରେ କରୁଣତା ଭରି ରହିଥିଲା।। ତା କରୁଣ ସ୍ଵର୍ ଶୁଣି ମନ ତରଳିଗଲା ହଉ ଗୋଟିଏ ପୁଡିଆ ଦେ।। ମାଆ ମାଆ ଦୁଇଟା ନେ କିନା। ବେଶୀ ଭଲ୍ ଲାଗିବାର ଏ କରଡ଼ି।। ମୁଇଁ ଆରି ଗୁଟେ ଦିନ ଅସଲେ କେନ୍ତା ଲାଗସି କଇବୁ ମୋତେ।।। ତା କଥା ଶୁଣି ମୁଁ ଦୁଇଟି ପୁଡିଆ ପାଇଁ ହାତ ବଢ଼ାଇ ବଢାଉ ପଚାରିଲି _ତୋର ନା କଣ…??? ତୁ କଣ ପାଠ ପଢୁନୁ….??? ଏ ପାଠ ପଢ଼ିବା ବୟସ ରେ ଏ କରଡ଼ି ବିକୁଚୁ।। ତୋ ଘରେ ତୋ ମାଆ ବାପା କେହି ନାହାନ୍ତି ନା କଣ…..??? ତୋତେ ପାଠ ନ ପଢେଇ ଏସବୁ କାମ କରିବାକୁ ଛାଡୁଛନ୍ତି କିପରି….??? ମୋ କଥା ଶୁଣି ପିଲାଟି କହିଲା ମାଆ ଟିକେ ପାଣି ଦେ।। ଶୋଷ ରେ ମୋ ତଣ୍ଟି ଶୁଖି ଗଲାଣି।। ମୁଁ ପଚାରିଲି ଖାଇଛୁ କି କିଛି??? ନାହିଁ ମା ସକାଳୁ ସକାଳୁ ପଳେଇ ଆସିଥିଲି।। ଜଲ୍ଦୀ ବିକା ହୋଇଗଲେ ଘରକୁ ଯିବି ଆଉ ଖାଇବି ବୋଲି।। ହେଲେ ଏବେ ପର୍ଯ୍ୟନ୍ତ ବଇନି ପଡିନି।।…. ତା କଥା ଶୁଣି ଖୁବ୍ ଦୟା ହେଲା ମୋର।। ତାକୁ ଗେଟ୍ ଭିତର କୁ ଡାକିଲି।। ବାରଣ୍ଡା ରେ ବସେଇ ଭିତର କୁ ଯାଇ କିଛି ବିସ୍କୁଟ ଓ ପାଣି ଗ୍ଲାସ୍ ଟେ ଆଣି ତାକୁ ଦେଲି।। ବିସ୍କୁଟ ଖାଇ ପାଣି ପିଇବା ପରେ ପିଲାଟି ଟିକେ ହାଲିଆ ମାରିକହିଲା, “ମାଆ ମୋ ନା ଶଙ୍କର”। ଏ ଯେଉଁ ଡଙ୍ଗର (ପାହାଡ) ଦେଖୁଛ ତାର ସେପଟେ ଆମ ଗାଆଁ।। ଏଇଠୁ ୩ କିମି ହେବ।। ମୋ ଘରେ ମାଆ, ଦୁଇ ଭଉଣୀ ଆଉ ଗୋଟେ ଭାଇ ଅଛି।।। ତୋ ବାପା ନାହାଁନ୍ତି!!!! ଥିଲା ମାଆ।। ମୋର ବୁଆ (ବାପା) ଏ‌ ଗାଆଁ ମେଡିକାଲ ରେ ଝାଡୁ ଦାର ଭାବେ କାମ କରୁଥିଲା।। ବେଶୀ ମଦ ପାଣି ପିଇବାର।। ପିଇ ପିଇ ତାର ଦେହ ଖରାପ ହୋଇଗଲା ଆଉ ଏ ବର୍ଷେ ତଳେ ମରି ଗଲା।। କହିଲା ବେଳକୁ ତା ଆଖି ରୁ ଲୁହ ବୋହି ପଡୁଥାଏ।। ଲୁହ ପୋଛି କହିଲା ମୋର ବୁଅା ମଦ ପିଇ ଲେ ମିଶା(ମଧ୍ୟ) ସେ ଜିଁ ଥିଲା ବେଳେ ଆମ ର ଲାଗି ସବୁ ଆଣିବାର।। କେବେ ଦୁଃଖ ବୋଲି ଆମେ ଜାଣିବାର ନାହିଁ।।। ବାପା ମଲା ପରେ ଆମ ଅବସ୍ଥା ବେଶୀ ଖରାପ।। ଚଳି ବାରେ ଭାରି ଅସୁବିଧା ।।। ମୁଁ ଗାଆଁ ସ୍କଲରେ ପାଞ୍ଚ ପଢ଼ୁଥିଲି।। ମୋର ନାନୀ ୧୦ ଶ୍ରେଣୀ ରେ ପଢୁଛି।l

ଆଉ ଘରେ ଦୁଇ ଜଣ ସାନ୍ ସାନ୍ ଭାଇ ଭଉଣୀ ଅଛନ୍ତି।। ବାପା ମଲା ପରେ ଆମ ଅବସ୍ଥା ବେଶୀ ଖରାପ।। ଘରେ ଖାଇବାକୁ ନାହିଁ।। ମାଆ ଡଙ୍ଗର ଡଙ୍ଗର ବୁଲି ଛାଞ୍ଚୁଣି, ଖଲିପତ୍ର, କରଡ଼ି ଆମ୍ବ, ମହୁଲ ଛତୁ ଆଣି ବିକୁଛି ll ସେ ପଇସା ରେ ତେଲ ଲୁଣ କରୁଛୁ।l ସରକାର ଚାଉଳ ଗଣ୍ଡେ ଦେଉଛି ବୋଲି କଷ୍ଟ ରେ ଚଳି ଯାଉଛୁ।। ହଉ ହେଲା ଯେ ତୁ ସ୍କୁଲ ଯାଉଁଚୁ କି ନାହିଁ…..???? ନାହିଁ ମାଆ ମୁଁ ଆଉ ସ୍କୁଲ୍ ଯାଉନି।।। ଆମ ଗାଁ ରେ ପାଞ୍ଚ ପରେ ଆଉ ସ୍କୁଲ୍ ନାହିଁ।। ମୁଁ କୋଉ ଆଶ୍ରମ ସ୍କୁଲ୍ କୁ ପଳେଇଲେ ମୋ ମାଆ ଭଉଣୀ ଭାଇ କୁ କିଏ ଦେଖିବ।।। ତୋର ନାନୀ ଅଛି ପରା!!! ମୋ କଥା ଶୁଣି ସେ ପିଲା କହିଲା ମୋ ବଡ଼ ନାନୀ ୧୦ ରେ ପଢୁଛି।। ଭଲ ପାଠ ପଢୁଛି। ମାଆ ର ଇଛା ତାକୁ ବେଶୀ ପାଠ ପଢେଇ ବ ଆଉ ନାନୀ ଚାକିରୀ କରିବ।। ଆଉ ସେ ଚାକିରୀ କଲେ ଆମ ଦୁଃଖ ଘୁଞ୍ଚିଯିବ।। ଆଛା ତୋ ବାପା ଙ୍କ ଚାକିରୀ ଟା ମାଆକୁ ମିଳିବା କଥା।।ତମେ ମାନେ କେବେ କିଛିଚେଷ୍ଟା କରିନ??? ମାଆ କେତେ ଜଣଙ୍କୁ କହି କହି ହାଲିଆ ହେଇଗଲୁ, ମେଡିକାଲ୍ ର ଏ ବାବୁ ଙ୍କ ଠାରୁ ସେ ବାବୁ ଦଉଡ଼ି ଦଉଡ଼ି ଜୁତା (ଜୋତା)ଜିରି(ଘୋରି) ଗଲାଣି।। ସମସ୍ତେ ବେଶୀ ବେଶୀ ପଇସା ମାଗୁଛନ୍ତି।।।ଆମ ପାଖରେ ଖାଇବାକୁ ନାହିଁ ତାଙ୍କୁ କୁଆଡେ ପଇସା ଦେବୁ।।। ଆଛା ତୋ ମାଆ ଆଉ ତୁ ଦୁଇ ଜଣ କଣ ବିକିବାକୁ ଆସ??? ନାହିଁ ମାଆ,ମୁଁ କେବେ କେବେ ଆସେ।। ଘରେ ଭାଇ ଭଉଣୀ ଙ୍କୁ ଜଗେ।l ରନ୍ଧା ରନ୍ଧି କରେ।। ମାଆ ସବୁବେଳେ ଆସୁଥିଲା।। କାଲି କରଡ଼ି ଆଣିବାକୁ ଯାଇ ଆସିଲା ବେଳକୁ ଝୁଣ୍ଟି ହେଇଗଲା।। ମୁଣ୍ଡ ରେ ପଥର ବାଜି ମୁଣ୍ଡ ଟିକେ ଖଣ୍ଡିଆ ହେଇଯାଇଛି।। ବଡ଼ କଷ୍ଟ ରେ କରଡ଼ି ସବୁ ଗୋଟଗୋଟି କରି ଘରକୁ ଆସିଲା।। ରାତିରେ ତାକୁ ବେଶୀ ଜ୍ଵର ହୋଇଗଲା ।

ଏସବୁି ବିକିଲେ ମାଆ ପାଇଁ ଉଷ (ଔଷଧ)ଓ ଚିପା ଉଷ (ଅଏନ୍ଟ ମେଣ୍ଟ) ନେବି।।। ମାଆ ର ଜ୍ଵର ଛାଡ଼ିଗଲେ ସେ ଡଙ୍ଗର କୁ ଟିକେ କୋଡା କୋଡି କରି ଶୁଆଁ, କାଙ୍ଗୁ, ମାଣ୍ଡିଆ,ଅଳସି, ମକା, ଜନା ଏସବୁ ଚାଷ କରିବୁ।।। ମୁଁ ପାଠ ନ ପଢ଼ିଲେ କଣ ହେଲା ମୋ ଭାଇ ଭଉଣୀ ମାନଙ୍କୁ ବେଶୀ ପାଠ ପଢେଇ ଅଫିସର୍ ବନେଇବି।।।…. ତା କଥା ଶୁଣି ମୋ ଆଖିରେ ଲୁହ ଜକେଇ ଆସିଲା।।। ଆଉ ମୁଁ ଆଶ୍ଚର୍ଯ୍ୟ ହେଉଥିଲି!!!! ଏଡିକି ବକଟେ ପିଲା ମାଆ, ଭାଇ ଭଉଣୀ ଙ୍କ ଭବିଷ୍ୟତ୍ ପାଇଁ କେତେଚିନ୍ତା।!!!!।। ନିଜ କୁ ମାଟି ସହ ମିଶେଇ ମାଟି କରି ଭଉଣୀ ଭାଇ ଙ୍କ ମୁହଁ ରେ ହସ ଫୁଟେଇବାର କି ଚେଷ୍ଟା!!!! ଆଉ ତା ବୟସ ର ମୋ ବଡ଼ ପୁଅ ନିଜ ବାପା ମାଆଙ୍କ କଥା ଭାବିବ କଣ ନିଜ ପାଇଁ ପାଣି ଗ୍ଲାସ ଟି କେବେ ଆଣେନି।।।ସବୁ ଜିନିଷ ହାତକୁ ବଢେଇବାର ଅଛି।। ଅବଶ୍ୟ ଏଇଥି ପାଇଁ ମୁଁ ଓ ପରିସ୍ଥିତି ଉଭୟ ଦାୟୀ।।। ସତରେ ପରିସ୍ଥିତି ଓ ସେମିତି ଅଭାବ ଅସୁବିଧା ଆସିଲେ ସମସ୍ତେ ଚେତି ଯାଆନ୍ତି।।।କଥାରେ ଅଛି ପରା “କାନ୍ଧ ରେ ପଡିଲେ ବଜାଇ ଶିଖନ୍ତି”।। ତା କଥା ଶୁଣି ମୁଁ ଅନୁମାନ କଲି ତା ବ୍ୟାଗ୍ ରେ ବେଶୀ ରୁ ବେଶୀ ହେଲେ ଦେଢ଼ ଶହ ଟଙ୍କା ର କରଡ଼ି ଥିବ।। ଔଷଧ ପାଇଁ ସେତକ ଟଙ୍କା ମଧ୍ୟ ନିଅଣ୍ଟ ହେବ।।।। ମୁଁ କହିଲି , ଆଛା ମୁଁ ପଇସା ଦେଲେ ସବୁ କରଡ଼ି ମୋତେ ଦେବୁ….??? ଆଶ୍ଚର୍ଯ୍ୟ ହୋଇ ଅନେଇ ପଚାରିଲା ଆଉ ଟିକେ ଆଗରୁ ଗୋଟେ ପୁଡା ନେବା କହୁଥିଲ ଏବେ ଏତେ ଯାକ କରଡ଼ି କଣ କରିବ….???। ମୁଁ କହିଲି ଦରକାର ଅଛି।।।ତାକୁ ଶୁଖେଇ ରଖିବି।। ଅଛା ହେଉ ନିଅ।।। ଶହେ ସତୁରୀ ଟଙ୍କା ହେଲା।।ମୁଁ ତାକୁ ଦୁଇ ଶହ ଟଙ୍କା ଦେବାରୁ କହିଲା ମାଆ ମୋ ପାଖରେ ତିରିଶ ଟାଙ୍କା ନାହିଁ।।। ମୁଁ କହିଲି ରଖିଥା ଆଉ କେବେ କରଡ଼ି ଆଣି ଦେବୁ ହେଲା।।। ହଉ ମାଆ ମୁଁ ଆସୁଛି। ।

କହି ପିଲାଟି ଯିବାକୁ ବାହାରିଲା।।। _ମୁଁ କହିଲି ,ଟିକେ ରହ।।। ଆଛା କହିଲୁ ତୋ ମାଆ ର ଚାକିରୀ ହେଇଗଲେ ତୁ ପାଠ ପଢ଼ିବୁ…??? ହଁ ମାଆ ମୁଁ ପଢିବି।। ମୋତେ ପଢ଼ିବା ପାଇଁ ଭାରି ଇଚ୍ଛା।।ଖାଲି ଘର ର ଅବସ୍ଥା ଦେଖି ମୁଁପାଠ ଛାଡ଼ି ଦେଲି।। ହଉ ଠିକ୍ ଅଛି କହି ତାକୁ ଗୋଟିଏ ବ୍ରେଡ ପ୍ୟାକେଟ ଟିଏ, ମୋ ପୁଅ ର ଦୁଇ ହଳ ପୁରୁଣା ପ୍ୟାଂଟ ଶାର୍ଟ ଓ ପାରାସିଟାାମଲ୍ ଔଷଧ, ଆଉ ଗୋଟିଏ ଅଏଣ୍ଟ୍ତମେଣ୍ଟ ଦେଲି।। କହିଲି ତୋ ମାଆଙ୍କୁ ଏ ବ୍ରେଡ ଖୁଆଇ ଏହି ଔଷଧ ଖୁଆଇ ଦେବୁ ଓ ମୁଣ୍ଡରେ ଏ ଅଏଣ୍ଟ ମେଣ୍ଟ ଲଗେଇଦେବୁ।। ଜ୍ଵର ଟିକେ ଛାଡ଼ିଲେ ତୋ ମାକୁ ନେଇ ଆମ ଘର କୁଆସିବୁ।। ତୋ ବାବୁ ଙ୍କୁ କହି ମୁଁ ତୋ ମାଆ ର ଚାକିରୀ କଥା ବୁଝିବି।।।….. ମୋ ଠାରୁ ଏତକ ଶୁଣିବା ମାତ୍ରେ ଖୁସି ରେ ପିଲାଟି ର ଆଖି ଉଜ୍ଜ୍ୱଳ ହୋଇ ଉଠିଲା।।।। କରଡ଼ି କୁ ଏତେ ଭଲ ପାଉଥିବା ମଣିଷ ଟିଏ ମୁଁ କିନ୍ତୁ ସେଦିନ କାହିଁକି ସେ କୋରଡି ର ବାସ୍ନା ମୋତେ ଆକର୍ଷିତ କରୁନଥିଲା!!!…. ସେଇ କରଡ଼ି ରେ ସେ ପିଲା ର ଅଭାବ ଅସୁବିଧା ଓ ତା କରୁଣ ମୁହଁ ଜଳ ଜଳ ହୋଇ ଦିଶି ଯାଉଥିଲା।।। ସମସ୍ତ କରଡ଼ି କୁ ମୋ କାମବାଲୀ କାଟି ସିଝେଇ ଶୁଖେଇ ଦେଇଥିଲା।।। ତା ତିନି ଦିନ ପରେ ସେମିତି ସକାଳୁ ସେ ପିଲା ଟି ତା ମାଆ କୁ ଧରି ଆମ ଘର ନିକଟ ରେ ହାଜର।। କଲିଂ ବେଲ୍ ର ଶବ୍ଦ ଶୁଣୀ ମୁଁ କବାଟ ଖୋଲିବା ମାତ୍ରେ ସେ ମାଆ ଛୁଆ।।।। ବାରଣ୍ଡା ରେ ବସେଇଲି ଦୁଇ ଜଣଙ୍କୁ।। ୟା ପୂର୍ବରୁ ୟାଙ୍କ ସହ ସେ ପିଲା ବିଷୟ ରେ କଥା ବାର୍ତ୍ତା କରିଥାଏ।।। ଆମେ ସେ ସ୍ଥାନକୁ ଆସିବାର ମାତ୍ର ଦୁଇ ମାସ ହିଁ ହୋଇଥିଲା।।

ତେଣୁ ଏସବୁ ଘଟଣା ବିଷୟ ରେ ସେ କିଛି ଜାଣି ନଥିଲେ।।। ତାପରେ ସେମାନଙ୍କ ସହ ମିଶି ମେଡିକାଲ୍ ଯାଇ ସବୁ କାଗଜ ପତ୍ର କାମ ସାରି ଦେଲେ।।। ସନ୍ଧ୍ୟା ବେଳକୁ ଆସି ଇଏମୋତେ କହିଲେ ଯେ ସେ ସ୍ତ୍ରୀ ଲୋକ ଟି ର କାମ ଟି ହେଇଗଲା।। ଆଉ ଦୁଇ ଦିନ ପରେ ଜଏନ କରିବ କାମ ରେ ଏ କଥା ଶୁଣି ମୁଁ ଭାରି ଖୁସି।।କିଛି ନହେଲେ ସେମାନେ ତାଙ୍କ ଅଧିକାର ଫେରି ପାଇଲେ।। ଆଉ ଗୋଟିଏ ପିଲାର ଭବିଷ୍ୟତ ଟା ଅନ୍ଧାର ହେବା ଆଗରୁ ସଜାଡି ହୋଇଗଲା।। ତା ର ଠିକ୍ ଦୁଇ ଦିନ ପରେ ସକାଳୁ ସକାଳୁ ପୁଣି ଥରେ ସେ ପିଲା ଆସି ଆମ ଘରେ ହାଜର।।। ହାତରେ ଦୁଇଟି ପତ୍ର ପୁଡିଆ।।। ତାକୁ ଦେଖି ମୁଁ ପଚାରିଲି କିରେ ପୁଣି କଣ ହେଲା…??? ତୋ ମାଆ କୁ ପରା କାମ ମିଳିଗଲା!!! ତୁ ପାଠ ନ ପଢି ପୁଣି ଏସବୁ କାମ ରେ ଲାଗିଗଲୁ।। ମିଛୁଆ କୋଉଥିକାର।। ମୋ କଥା ଶୁଣି ହାତ ଦୁଇଟି ଯୋଡ଼ି କହିଲା ମାଆ ରାଗନି ଶୁଣ ମୋ କଥା ଟିକେ।।। ମୁଁ ବିକିବା ପାଇଁ ଆଣିନି ଏଇଟା। ତମ ପାଇଁ ଆଣି ଦେଇଛି।। ତମ କୁ ବେଶୀ ଭଲ ଲାଗେ ବୋଲି ସେଦିନ ସବୁ ରଖିଥିଲ ନା ଓ ତମ ତିରିଶି ଟଙ୍କା ପରା ମୋ ପାଖରେ ଥିଲା । ସେଇଥିପାଇଁ ଆଜି ଆଉ ଥରେ ଆଣି ଦେଇଛି।।। ତୁମେ ଆଉ ବାବୁ ନଥିଲେ ମୋ ମାଆ କଣ ଏ କାମ ପାଇଥାନ୍ତା…??? ତମେ ଆମ ପାଇଁ ଦେବତା ।

ଏହାକହି ସେ ତିରିଶି ଟଙ୍କା ଓ ଦୁଇ ପୁଡା କରଡ଼ି ବଢ଼େଇ ଦେଲା ମୋ ହାତକୁ।।। ମୁଁ କହିଲି ଏ ଟଙ୍କା ମୁଁ ନେବିନି।। ରଖେ ତ କରଡ଼ି ପଇସା।।। ନାହିଁ ମାଆ ମୋତେ ପାପ (ଅଧର୍ମ) ଲାଗିବ ତମ ଠାରୁ ଟଙ୍କା ରଖିଲେ।। ଯେତେ କହିବାରୁ ମଧ୍ୟ ସେ ନେଲା ନାହିଁ।।। ମୁଁ କହିଲି ରହ ଟିକେ ଘରୁ କିଛି ମିଠା ଓ ଚୋକଲେଟ୍ ଆଣି ତାକୁ ଦେଇ କହିଲି ତୋ ମାଆ ଚାକିରୀ ପାଇବା ଖୁସି ରେ ତୁ ଆଉ ତୋ ଭାଇ ଭଉଣୀ ଏ ମିଠା ଖାଇବ।।।.. ହଉ ମାଆ ମୁଁ ଆସୁଛି କହି ଚାଲିଗଲା ପିଲାଟି।।।….. ତାପରେ ସେ କରଡ଼ି କୁ ମୁଁ ସିଝେଇ ପିଠାଉ ଭଜା କରିଥିଲି।। ଇଏ ଆସିବାରୁ ତାଙ୍କୁ ଯେତେବେଳେ ଦେଲି ସେ ଖୁବ୍ ଆଗ୍ରହ ର ସହ ଖାଇଲେ।।। ୱାଓ ଏଇଟା କଣ…??? ଭାରି ସୁଆଦିଆ ଲାଗୁଛି!!!! ମୁଁ ହସି ହସି କହିଲି ସେଇ ବାଉଁଶ ମ। l ତୁମେ ସଦା ବେଳେ କୁହ ନା ଏଇ ବାଉଁଶ କୁ କେମିତି କଣ ଖାଆନ୍ତି ଏ ମଣିଷ ମାନେ…?? ଆଜି କେମିତି ଖାଇଲ…??? ଆଉ ଦୁଇ ଖଣ୍ଡ କରଡି ଭlଜି ଖାଉଖାଉ ସେ କହିଲେ, “ମହତ୍ ଉଦ୍ଧେଶ୍ୟ ରଖି କରିଥିବା କାମ କେବେ ବ୍ୟର୍ଥ ଯାଏnoନା”…… ଆଉ ଟିକିଏ ଯତ୍ନ ଓ ଶ୍ରଦ୍ଧା ର ସହ ଯାହା ରାନ୍ଧିଲେ ସବୁ ଖାଦ୍ୟ ପଦାର୍ଥ ଅମୃତ ଭଳି ଲାଗେ ସେ ମାଉଁସ ହେଉ ଅବା ବାଉଁଶ….(ଲେଖକ – କରଡ଼ି/ସୁନୀତା ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026

Recent News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version