• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶ୍ରୀମନ୍ଦିର ସୁରକ୍ଷା,ଗବେଷଣା ଓ ଧାଡି ଦର୍ଶନ ସଂପର୍କରେ ବିସ୍ତ୍ରୁତ ଆଲୋଚନା

Proprietor Abhimanyu Maharana by Proprietor Abhimanyu Maharana
September 4, 2025
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶ୍ରୀମନ୍ଦିର ସୁରକ୍ଷା,ଗବେଷଣା ଓ ଧାଡି ଦର୍ଶନ ସଂପର୍କରେ ବିସ୍ତ୍ରୁତ ଆଲୋଚନା
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ନିଳାଦ୍ରୀ ଭକ୍ତ ନିବାସ ଠାରେ ବୁଧବାର ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ସଦସ୍ଯଙ୍କୁ ସ୍ବାଗତ କରାଯିବା ସହ ବୈଠକ ଅନୁଷ୍ଠିତ ହୋଇଥିଯାଇଛି । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକରେ ଶ୍ରୀମନ୍ଦିର ସୁରକ୍ଷା, ସବକମିଟି ଗଠନ, ତତ୍ତ୍ବ ଓ ଗବେଷଣା, ସେବକ କଲ୍ଯାଣ, ଜମିଜମା ସମସ୍ଯା, ନୀତି ସମନ୍ଵୟ, ଧାଡି ଦର୍ଶନ ଓ ଅଦିନିଆ ରଥଯାତ୍ରା ସଂପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ନୂତନ ଭାବେ ଏକ ସବକମିଟି ଗଠନ କରାଯାଇଛି । ନୂଆ କମିଟିକୁ ପାଞ୍ଚ ଜଣ ସେବକ ମନୋନୀତ ହୋଇଛନ୍ତି । ରଥଯାତ୍ରାର ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା । ନୂଆ କମିଟିର ପ୍ରଥମ ବୈଠକରେ ୧୪ଟି ସବକମିଟି ଗଠନ ହୋଇଛି । ଅର୍ଥ,ନୀତି, ରତ୍ନଭଣ୍ଡାର, ଅପିଲ, ତତ୍ତ୍ବ ଗବେଷଣା,ସେବକ କଲ୍ୟାଣ, ଲ୍ୟାଣ୍ଡ, ପ୍ରକଳ୍ପ ବୈଷୟିକ, ପ୍ରକଳ୍ପ ସାଂସ୍କୃତିକ, ଏଷ୍ଟାବିଲସମେଣ୍ଟ ଏଥିସହ ଅନ୍ଯାନ୍ଯ ସବକମିଟି ଗଠନ କରାଯାଇଛି ।

ବିଶେଷକରି ନାଟମଣ୍ଡପ ଠାରେ ଧାଡି ଦର୍ଶନକୁ ନେଇ ଅଧିକ ସମୟ ଆଲୋଚନା ହୋଇଥିଲା । ପରୀକ୍ଷା ମୂଳକ ଭାବେ କିଛି ଦିନ ଧାଡି ଦର୍ଶନ କରାଯିବ । ନୀତି ଯେପରି ବିଭ୍ରାଟ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ଧାଡିରେ ବରିଷ୍ଠ ଭକ୍ତ, ମହିଳା, ଶିଶୁ ଓ ଦିବ୍ଯାଙ୍ଗ ଭକ୍ତଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଦିବ୍ଯାଙ୍ଗ ଭକ୍ତ ମାନେ ଉତ୍ତରଦ୍ବାର ରାମ୍ପ ଦେଇ ମନ୍ଦିର ଭିତର ପ୍ରବେଶ କରିବେ ।

ଏଥିପାଇଁ ସ୍ବତନ୍ତ୍ର ଏନଜିଓ ସହଯୋଗ କରିବେ । ଅଦିନିଆ ରଥଯାତ୍ରା ସମ୍ପର୍କରେ ଆଲୋଚନା ହୋଇ ଇସ୍କନକୁ ଜଣାଇ ଦିଆଯିବ । ଶ୍ରୀଜଗନ୍ନାଥ ଧାମ କେବଳ ପୁରୀକୁ ବୁଝାଇଥାଏ । ଏହି ଶଦ୍ଦ ଅନ୍ଯ କେହି ବ୍ୟବହାର ନକରିବା ପାଇଁ ଆଲୋଚନା ହୋଇଥିଲା । ଅଦିନିଆ ରଥଯାତ୍ରା ସମ୍ପର୍କରେ ୬ ତାରିଖ ଦିନ ଗଜପତି ମହାରାଜା ଗଣମାଧ୍ୟମକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ମତାମତ ଦେବେ । ସଂସଦ ଭବନରେ ତିନି ରଥର ତିନୋଟି ଚକ ସ୍ଥାପନ ବିଷୟରେ ଆଲୋଚନା ହୋଇଥିଲା । ଏହାସହ ଅନ୍ଯାନ୍ଯ ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂଙ୍କ ଓ ପରିଚାଳନା କମିଟିର ନୂତନ ସଦସ୍ଯ ମକ୍ତିମଣ୍ଡପ ପ୍ରତିନିଧି ଡ଼. ସିଦ୍ଧେଶ୍ୱର ମହାପାତ୍ର , ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର (ଟୁକୁ) ସାମନ୍ତରାୟ ,ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ , ବରିଷ୍ଠ ସେବାୟତ ଶ୍ରୀଜଗନ୍ନାଥ ପୁଜାପଣ୍ଡା , ବରିଷ୍ଠ ସେବାୟତ ଗଣେଶ ଦାସମହାପାତ୍ର , ବରିଷ୍ଠ ସେବାୟତ ରାମନାରାୟଣ ଗୋଛିକର , ବଳରାମକୋଟ ମଠ ରଘୁବୀର ଦାସ ମହାରାଜ, ମଠ ଓ ଅନ୍ୟାନ୍ୟ ସଂସ୍ଥା ପ୍ରତିନିଧି, ଡ଼. ଗିରିଶ ଚନ୍ଦ୍ର ମୁର୍ମୁ, ପୂର୍ବତନ ସିଏଜି.ଶ୍ରୀ ଏ.କେ ସାବତ, ଚାଟାର୍ଡ ଆକାଉଣ୍ଟାଣ୍ଟ ମହେଶ କୁମାର ସାହୁ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2026
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version