• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ବିଜେପି ସରକାର ଏସଟି ଏସସି ବିରୋଧୀ : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
September 4, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାଜ୍ୟ ବିଜେପି ସରକାର ଏସଟି ଏସସି ବିରୋଧୀ : ବିଜେଡି
Share on FacebookShare on TwitterWhatsapp

ଏସଟି ଏସସି ଅତ୍ୟାଚାର ଅଭିଯୋଗ ତଦନ୍ତ ଇନ୍ସପେକ୍ଟର, ସବଇନ୍ସପେକ୍ଟର ନିଷ୍ପତ୍ତିକୁ ବିରୋଧ ଏସଟି ଏସସି ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଅନ୍ଵେଷା ଯୋଜନାକୁ ଆନୁଦାନ ବନ୍ଦ ଗ୍ରହଣୀୟ ନୁହେଁ ପୂର୍ବ ସ୍ଥିତି ଫେରାଇ ନଆଣିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଦୀର୍ଘ ୫ମାସ ହେଲା ଆଦିବାସୀ ପିଲାଙ୍କ ଅନୁଦାନ ଆସି ନଥିବାରୁ, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବିଜେଡି ସରକାର ଅମଳରେ କାର୍ୟ୍ୟକାରୀ ହେଉଥିବା ଲୋକପ୍ରିୟ ‘ଅନ୍ୱେଷା’ ଯୋଜନା ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହାଛଡା, ଏସଟି ଏସସି ଆଟ୍ରୋସିଟି ଆକ୍ଟ ଅନୁଯାୟୀ, ଅତ୍ୟାଚାର ଅଭିଯୋଗ ଆସିଲେ ଜଣେ ଡିଏସପି ପଦବୀର ଅଫିସରଙ୍କ ଦ୍ୱାରା ତଦନ୍ତ କରିବାର ନିୟମ ଥିଲା, ଯାହାକୁ ଏବେ ଜଣେ ଇନ୍ସପେକ୍ଟର ବା ସବ ଇନ୍ସପେକ୍ଟର କରିପାରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ, ଏହା ରାଜ୍ୟ ସରକାରଙ୍କ ଆଦିବାସୀ ଓ ଦଳିତ ବିରୋଧୀ ନୀତି ବୋଲି ବିଜୁ ଜନତା ଦଳ କହିଛି।

ଶଙ୍ଖ ଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବିଧାୟିକା ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସୁଦାମ ମାରାଣ୍ଡି ଓ ଦଳର ମିଡ଼ିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ସମଗ୍ର ରାଜ୍ୟରେ ୧୭ଟି ଜିଲ୍ଲାରେ ୧୬୩ଟି ପବ୍ଲିକ ସ୍କୁଲର ୯୮ଟି ଛାତ୍ରାବାସରେ ରହୁଥିବା ଆଦିବାସୀ ଛାତ୍ରଛାତ୍ରୀମାନେ ଅନ୍ଵେଷା ଯୋଜନାରେ ଲାଭ ପାଉଥିଲେ। ୨୦୧୫-୧୬ରେ ନବୀନ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନ୍ଵେଷା ଯୋଜନାରେ ୨୨ ହଜାର ୩ଶହ ୪୦ଜଣ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ଶିକ୍ଷା ବର୍ଷ ଆରମ୍ଭ ହେବାର ୫ ମାସ ବିତି ଯାଇଥିଲେ ମଧ୍ୟ ସମଗ୍ର ଓଡିଶାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷା ବର୍ଷ ପାଇଁ ଅନୁଦାନ ମିଳିନାହିଁ । ଆଦିବାସୀ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢିବା ନିମନ୍ତେ ୨୦୧୫-୧୬ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନ୍ୱେଷା ଯୋଜନା ଆରମ୍ଭ କରିଥିଲେ। ସରକାର ଶିକ୍ଷା ଖର୍ଚ୍ଚ, ପୋଷାକ, ବହି ଖାତା, ଛାତ୍ରାବାସ ଓ ଚିକିତ୍ସା ଖର୍ଚ୍ଚ ବହନ କରୁଥିଲେ । ସରକାର ପ୍ରତି ଛାତ୍ରଛାତ୍ରୀ ପିଛା ବାର୍ଷିକ ସ୍କୁଲ ଫିସ୍ ବାବଦରେ ୨୦ ହଜାର, ପୋଷାକ ବହିପତ୍ର ଓ ପରିବହନ ବାବଦରେ ୧୮ ହଜାର ଓ ଖାଦ୍ୟପେୟ ବାବଦରେ ବର୍ଷକୁ ୧୫ ହଜାର ଟଙ୍କା କରି ଜଣକ ପିଛା ବର୍ଷକୁ ୫୩ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ।

ଶ୍ରୀମତୀ ମଲ୍ଲିକ କହିଥିଲେ, ପୂର୍ବ ବର୍ଷ ଅନୁସାରେ, ଶିକ୍ଷା ବର୍ଷ ଆରମ୍ଭ ହେବା ମାତ୍ରେ ଅନୁଦାନ ଆସି ଯାଉଥିଲା, କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ଆରମ୍ଭ ହେଲାଣି କିନ୍ତୁ ଅନୁଦାନ ଆସିନାହିଁ । ସୁନ୍ଦରଗଡ ଓ ରାଉରକେଲାରେ ୧୮ଶହ ଆଦିବାସୀ ଛାତ୍ରଛାତ୍ରୀ ରହୁଛନ୍ତି । ଆଗରୁ ଅନୁଦାନ ଆସିବାରେ ଦୈବାତ ବିଳମ୍ବ ହେଲେ ପୂର୍ବ ବର୍ଷର ବଳକା ଟଙ୍କାରେ କାମ ଚଳେଇ ନିଆଯାଉଥିଲା କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସ ସରିବା କ୍ଷଣି ସରକାର ସବୁ ବଳକା ଟଙ୍କା ଫେରାଇ ନେଇଗଲେ । ଏହା ଦ୍ୱାରା ହଷ୍ଟେଲ ଗୁଡିକରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ତରଫରୁ, ଅର୍ଥ ଆସି ନଥିବାରୁ ଅନେକ ଛାତ୍ର ଛାତ୍ରୀ ହଷ୍ଟେଲ ଛାଡିଲେଣି।

ଏହି ବର୍ଷ ୟୁ ଡାଇଜ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଶିକ୍ଷା ବର୍ଷରେ, ମାଧ୍ୟମିକ ସ୍ତରରେ, ଡ୍ରପ ଆଉଟ ହାର ୯.୮%କୁ ବୃଦ୍ଧି ପାଇଛି। ଏହା ଏସଟି ଏସସି ବର୍ଗର ଲୋକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଦର୍ଶାଉଛି। ଏସଟି ଏସସି ବର୍ଗର ଲୋକଙ୍କ ଵିକାଶ ରାଜ୍ୟ ସରକାର ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ ହେଉଛି। ଗୋଟିଏ ପଟେ, ଆଦିବାସୀ ଛାତ୍ରବାସରେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ୟାତନା ଦେଇ ଗଭର୍ବତୀ କରାଯାଉଥିଲା ବେଳେ ଅନ୍ୟପଟେ ସେମାନେ ଉପକୃତ ହେଉଥିବା ‘ଅନ୍ୱେଷା’ ଯୋଜନାକୁ ଏ ସରକାର ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।

ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ, ସ୍ୱାଭାବିକ ଭାବେ ଆଦିବାସୀ ଓ ଦଳିତ ମାନଙ୍କ ଵିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ, ବାସ୍ତବରେ ଫଳ ଓଲଟା ହୋଇଛି। ଅନ୍ଵେଷା ଭଳି ବହୁ ଉପାଦେୟ ଯୋଜନା ବନ୍ଦ ହେବା ସ୍ଥିତି ଉପୂଜିଛି। ଏହା ଛଡା, ଏସଟିଏସସିଙ୍କୁ ଅତ୍ୟାଚାର ଅଭିଯୋଗ ମାମଲାରେ ଜଣେ ଡିଏସପି ପଦବୀର ଅଫିସର ତଦନ୍ତ କରିବାର ଆଇନରେ ଥିବା ବ୍ୟବସ୍ଥାକୁ ଏବେ ରାଜ୍ୟ ସରକାର ପରିବର୍ତ୍ତନ କରି ଜଣେ ଇନ୍ସପେକ୍ଟର ବା ସବଇନ୍ସପେକ୍ଟର କରିବେ ବୋଲି ନିୟମ କରିଛନ୍ତି।

ରାଜ୍ୟରେ ବାସ କରୁଥିବା ଲୋକଙ୍କ ଭିତରୁ ପ୍ରାୟ ୪୦% ଲୋକ ଏସଟି ଏସସି ବର୍ଗର। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଏସଟି ଏସସି ବର୍ଗର ଲୋକଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର। ବିଜେଡି ନିନ୍ଦା କରିବା ସହିତ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ମାରାଣ୍ଡି କହିଥିଲେ। ଡ. ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଏସଟି ଏସସି ପ୍ରିଭେନସନ ଅଫ ଆଟ୍ରୋସିଟି ନିୟମାବଳୀ ୧୯୯୫ ଅନୁସାରେ ରୁଲ୍-୭ ରେ ଏହି ବ୍ୟବସ୍ଥା ଅଛି ଯେ, ଜଣେ ଡିଏସପି ପଦବୀର ଅଫିସର ଅତ୍ୟାଚାର ଅଭିଯୋଗର ତଦନ୍ତ କରିବେ।

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ (୧୯୮୯ ର ୩୩) ର ଧାରା ୨୩ ର ଉପ-ଧାରା (୧) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, କେନ୍ଦ୍ର ସରକାର ଏତଦ୍ଦ୍ୱାରା ନିମ୍ନଲିଖିତ ନିୟମ ପ୍ରଣୟନ କରୁଛନ୍ତି । ଏହାକୁ ୩୦/୦୮/୨୦୨୫ରେ ରାଜ୍ୟ ସରକାର ପରିବର୍ତ୍ତନ କରି, ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ତଦନ୍ତ କରିବେ ବୋଲି ଅର୍ଡର କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାର୍ଲିଆମେଣ୍ଟରେ ଅନୁମୋଦନ ହୋଇ ଲାଗୁ କରାଯାଇଥିବା ନିୟମକୁ ରାଜ୍ୟ ସରକାର ଏକ ତରଫା ଭାବେ ପରିବର୍ତ୍ତନ କରିବା ନିୟମ ବିରୋଧୀ। ରାଜ୍ୟ ସରକାର ଡ଼ିଏସପି ପଦବୀର ଉପରିସ୍ଥ ପଦବୀର ଅଧିକାରୀଙ୍କୁ ତଦନ୍ତ ଅଧିକାରୀର ଦାୟିତ୍ୱ ଦେଇ ପାରିଥାନ୍ତେ। କିନ୍ତୁ, ଏହାକୁ କମାଇ ଦେବା ଦ୍ୱାରା, ଅତ୍ୟାଚାରର ଶିକାର ହୋଇଥିବା ଏସଟି ଏସସି ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ବୋଲି ଡ.ମାଝୀ କହିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version