ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କୋରଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଲିଖିତା ନାୟକ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।ଏ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲିଖିତା ଏଫ୍ ଏଲ୍ ଏନ ଶିକ୍ଷୟତ୍ରୀ ଭାବେ ଅହରହ ପରିଶ୍ରମ କରି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର ସମସ୍ତ ଦକ୍ଷତା ଛାତ୍ର ଛାତ୍ରୀ ଙ୍କୁ ହାସଲ କରିବାରେ ସଫଳ ହୋଇଛନ୍ତି।

ଏଭଳି ଭାବେ ଶ୍ରେଣୀଗୃହ ରେ ଟି ଏଲ ଏମ୍ ସଜାଇଛନ୍ତି ଯାହାକି ଛାତ୍ର ଛାତ୍ରୀ ମାନଙ୍କ ମନରେ ଶିକ୍ଷା ଗ୍ରହଣ କରିବା ପାଇଁ ଅଧିକ ଆଗ୍ରହ ସୃଷ୍ଟି ହୋଇଛି । ବିଦ୍ୟାଳୟରେ ଏଭଳି ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବା ଏବଂ ଛାତ୍ର ଛାତ୍ରୀ କିପରି ସମସ୍ତ ଦକ୍ଷତା ହାସଲ କରିବେ ସେ ଉପରେ ଶିକ୍ଷୟତ୍ରୀ ଲିଖିତାଙ୍କୁ ପ୍ରତିଟି କ୍ଷେତ୍ରରେ ସହଯୋଗ ଓ ସୁ ପରାମର୍ଶ ଦେଇଥିଲେ ଶିକ୍ଷକ ପ୍ରଶିକ୍ଷକ ଦୀପକ ପ୍ରଧାନ,ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠୀ ଏବଂ ସି ଆର ସି ସି ଶ୍ରୀନିବାସ ରଥ ।
ସେପ୍ଟେମ୍ୱର ୫ ତାରିଖରେ ନୟାଗଡ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ଲିଖିତାଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶିକ୍ଷୟତ୍ରୀ ଲିଖିତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷୟତ୍ରୀ ଲିଖିତାଙ୍କୁ ଶିକ୍ଷକ , ଶିକ୍ଷୟତ୍ରୀ,ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।














