ଭୁବନେଶ୍ୱର ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ସ୍ଥିତ ୟୁନିଟ ୯ ବାୟାବାବା ମଠ ରୋଡ଼ରେ ବିନା ଚାନ୍ଦା ଭେଦାରେ ଦୀର୍ଘ 15 ବର୍ଷ ଧରି ବିନାୟକ କ୍ଲବରେ ଗଣେଶ ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ବିନାୟକ କ୍ଲବ୍ ପକ୍ଷରୁ ଚଳିତ ବର୍ଷ ଧୁମ୍ ଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ।
ପୂଜା କମିଟିର ୫୦ ଜଣ ସଦସ୍ୟ ଙ୍କ ଅକ୍ଲାନ୍ତ ଚେଷ୍ଟା ଦ୍ଵାରା ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କର ପୂଜାର ପେଣ୍ଡାଲ ସାଜସଜ୍ଜା ସହିତ ଲାଇଟ୍ ସାଉଣ୍ଡର ପରିବେଶ ଦେଖିବାକୁ ମିଳିଥିଲା । ଗଣେଶ ପୂଜା ଅବସର ରେ ଦୁଇ ଦିନ ଧରି ଦୁଇ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।
ଏବଂ ଭକ୍ତ ମାନଙ୍କ ଜୟ ଜୟକାର ପୂଜା ପେଣ୍ଡାଲ ଅତ୍ୟନ୍ତ ଭାବ ବିହ୍ବଳ ମୁଖରିତ ହୋଇପଡ଼ିଥିଲା । ଏବଂ ପୁଜା କମିଟିର ସଦସ୍ୟ ମାନେ ଭୁବନେଶ୍ୱର ପ୍ଲାଟ ଫର୍ମରେ ପ୍ରସାଦ ବଣ୍ଟନ କରିଥିଲେ ଭକ୍ତ ମାନେ ପ୍ରଭୁ ଶ୍ରୀ ଗଣେଶ ଙ୍କ ପ୍ରସାଦ ପାଇ ବେଶ୍ ଆନନ୍ଦିତ ହୋଇଯାଇଥିଲେ ।
ଅନ୍ୟ କିଛି ଭକ୍ତ ମାନେ କ୍ଲବ୍ ର ପିଲା ମାନଙ୍କୁ ଆଶୀର୍ବାଦ ଦେବା ସହ ଅଭିନନ୍ଦନ ଜ୍ଞାପନ କରିଥିଲେ । ବିନାୟକ କ୍ଲବ୍ ରେ ପାଳିତ ଗଣେଶ ପୂଜା ର ପଞ୍ଚମ ଦିବସରେ ବାୟା ବାବା ବସ୍ତିର ଶ୍ରୀ ଚୈତନ୍ୟ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ର ସଦସ୍ୟ ମାନଙ୍କ ଦ୍ଵାରା ଏକ ସଙ୍କୀର୍ତ୍ତନର ଆୟୋଜନ କରାଯାଇଥିଲା ।
ଉକ୍ତ ସଂକୀର୍ତ୍ତନରେ ମହିଳା ଭକ୍ତଙ୍କ ସହିତ ଅନେକ ଆବାଳବୃଦ୍ଧ ବନିତା ଯୋଗ ଦେଇଥିଲେ । ବିନାୟକ କ୍ଲବର ପଞ୍ଚମ ଦିନର ସଙ୍କୀର୍ତ୍ତନ ସବୁ ଭକ୍ତ ଓ କ୍ଲବ୍ ର ସଦସ୍ୟ ମାନଙ୍କ ମନକୁ ମୋହି ନେଇଥିଲା । ବିନାୟକ କ୍ଲବ୍ ର
ସଦସ୍ୟ ମାନେ ଗଣେଶଙ୍କ ପାଖରେ ରାମ ଖେଚେଡ଼ି ଓ ଡାଲମା ଭକ୍ତ ମାନଙ୍କୁ ବଣ୍ଟନ କରିଥିଲେ । ବିନାୟକ ଗ୍ରୁପ ର ସବୁ ମେମ୍ବର ମାନେ ସେଠାରେ ଉପସ୍ଥିତ ରହି ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ ଭକ୍ତି ର ସହିତ ବୁଧବାର ଦିନ ବିସର୍ଜନ କରିବା ପାଇଁ ମନସ୍ଥ କରିଛନ୍ତି ।


















