କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି:ପ୍ର ) :- କଟକ ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ୨୭ ତାରିଖରୁ ଆରମ୍ଭ ହୋଇଥିବା ଗଣେଶ ପୂଜାର ରବିବାର ଦିନ ଥିଲା ପ୍ରଥମ ପର୍ଯ୍ୟାୟ ଭଷାଣୀ ଉତ୍ସବ । ଏହି ଭଷାଣୀରେ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମ ଅନୁସାରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପାରମ୍ପରିକ ବାଦ୍ୟର ତାଳେତାଳେ ପିଲାମାନେ ନାଚିକୁଦି ଭଷାଣୀ ଉତ୍ସବ ର ମଜା ଉଠାଇଥିଲେ ।
ଫୁଲନଖରା ଛକ ନିକଟସ୍ଥ ଓମଫେଡ କଲୋନୀ, ନୂଆ କାଚରାମାଳ , ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆପାଟଣା, ରାମନଗର, ନୂଆଗଡ, ଭାଣପୁର , ଡାହାଳିଆବାଗ ବାଲିକୁଦା, ପୁରୁଣା କାଚରାମାଳ, ଆଦି ବିଭିନ୍ନ ପୂଜା ମଣ୍ଡପର ଗଣେଶ ମେଢ଼ ଗୁଡ଼ିକୁ ସାହି ପରିକ୍ରମା କରି ପାରମ୍ପରିକ ବାଜାବଜାଇ, ଘୋଡ଼ା,
ଆଦି ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାରେ ଯାଇ ରାତି ୧୦ ରେ ଅସ୍ଥାୟୀ ପୋଖରୀ ରେ ମୂର୍ତ୍ତୀ ବିସର୍ଜନ କରିଥିଲେ । ଏହି ଭଷାଣୀ ଉତ୍ସବ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ଥାନା ପକ୍ଷରୁ ବିଭିନ୍ନ ମେଢ଼ ରେ ପୋଲିସ ଫୋର୍ସ ମୂତୟନ କରାଯାଇଥିଲା ।


© 2023 Odisha Taza News.