• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୟୁ.କେ. ଓଡ଼ିଶା ସମାଜର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ

Proprietor Abhimanyu Maharana by Proprietor Abhimanyu Maharana
August 30, 2025
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
Odisha Society of U.K Celebrates 46th Anniversary with Grandeur
Share on FacebookShare on TwitterWhatsapp

ଲଣ୍ଡନ/ ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :-  ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ ଲଣ୍ଡନର ଵର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା। ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ଏଠାରେ ଆୟୋଜିତ ଓସୁକର ଦୁଇ ଦିନିଆ ଅଧିବେଶନ କାଳରେ ଓଡ଼ିଆ ସମ୍ପ୍ରଦାୟର ସମ୍ମିଳିତ ନେତୃତ୍ୱର ଅଭ୍ୟୁଦୟ,ସାମୁହିକ ବିକାଶର ନିଦର୍ଶନ ଏବଂ ସଂଗଠିତ ଅସ୍ମିତାର ପ୍ରଦର୍ଶନ ଘଟିଥିଲା।

ଏହି ଶୀର୍ଷ ବୈଠକରେ ଆଗନ୍ତୁକ ପ୍ରାୟ ଏକ ସହସ୍ର ଓସୁକର ସଦସ୍ୟ, ପଦାଧିକାରୀ ଏବଂ ଶୁଭେଚ୍ଛୁ ମାନେ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଏକ ମଞ୍ଚରେ ସମ୍ମିଳିତ ହୋଇ ପରସ୍ପର ମଧ୍ୟରେ ଥିବା ଘନିଷ୍ଠ ବନ୍ଧନ ଏବଂ ନିବିଡ଼ ଭାତୃତ୍ୱ ଭାବକୁ ଉଜାଗର କରିବାର ଭରପୁର ସୁଯୋଗ ଲାଭ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏବଂ ମା’ ସମଲେଇଙ୍କ ପ୍ରତିମା ସମ୍ମୁଖରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହିତ ଅଧିବେସନର ଶୁଭାରମ୍ଭ ହୋଇଥିଲା।

ସ୍ୱାଗତ ଭାଷଣ ପ୍ରଦାନ କରି ଓସୁକର ସଭାପତି ବିଶ୍ୱଜିତ ପ୍ରଧାନ ୟୁକେର ଓଡ଼ିଆ ସମ୍ପ୍ରଦାୟ ଓସୁକର କାର୍ଯ୍ଯକ୍ରମ ଗୁଡ଼ିକ ପ୍ରତି ଯେଭଳି ସ୍ୱତଃ ପ୍ରବୃତ୍ତ ସମର୍ଥନ ପ୍ରଦାନ କରି ଆସୁଛନ୍ତି ତାହା ଅଦ୍ଭୁତପୂର୍ବ ବୋଲି କହିଥିଲେ।ଏଜିଏମ୍ ବୈଠକରେ ଓସୁକର ସମ୍ପାଦକ ସୁକାନ୍ତ ସାହୁ ପ୍ରଦାନ କରିଥିବା ବାର୍ଷିକ ବିବରଣୀ ଏବଂ କୋଷାଧ୍ୟକ୍ଷ କିଶୋର ଦାଶ ଉପସ୍ଥାପିତ କରିଥିବା ଆର୍ଥିକ ହିସାବ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ସାଂସଦ ବୀରେନ୍ଦ୍ର ଶର୍ମା, ସମ୍ମାନିତ ଅତିଥି ମେୟର ମ୍ୟାଣ୍ଡି ବ୍ରାର, କାଉନସିଲର ଗୁର୍ଚ୍ଚ ସିଂହ, ଭାରତୀୟ ହାଇ କମିଶନର ପ୍ରତିନିଧି ଅଜୟ ଠାକୁର, ପଦ୍ମଶ୍ରୀ ଅଦ୍ୱେତ ଗଡ଼ନାୟକ,

ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ସୂର୍ଯ୍ୟ ରଥ ଏବଂ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଲୋକନାଥ ମିଶ୍ର ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପଶ୍ଚିମ ଜଗତରେ ଜୀବନ୍ତ ଓ ସକ୍ରିୟ ରଖିବା ନେଇ ଓସୁକର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓସୁକର ସଂସ୍ଥାପକ ସଦସ୍ୟା ଡଃ. ନିଶେବିତା ଦାସଙ୍କୁ ସଂସ୍ଥାକୁ ସମୃଦ୍ଧ କରିବା ପାଇଁ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଯୋଗୁଁ ଅତିଥିମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପତ୍ରିକା ବିଭାଗର ସମ୍ପାଦକ ଡଃ. ରାଜୀନ୍ଦର ସିଂଙ୍କର ତତ୍ତ୍ୱାବଧାନରେ ପ୍ରକାଶିତ ଓସୁକର ସ୍ମରଣିକା ‘ନବ ଗୁଞ୍ଜର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ବହୁମୁଖୀ ପ୍ରତିଭା ଓ ପାରଦର୍ଶିତା ପାଇଁ ସମ୍ମିଳନୀରେ ପୁରସ୍କୃତ କରାଯାଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରେଖା ସେନାପତି, ସୁସ୍ମିତା ରାଜହଂସ, ସନ୍ଧ୍ୟା ମହାପାତ୍ର, ରେଶମା ମହାପାତ୍ର, ରାଗିଣୀ ମହାନ୍ତି, ଡଃ. ଲିପ୍ସିତା ପଟ୍ଟନାୟକ, ଡଃ. ସହଦେବ ସ୍ୱାଇଁ, ଡଃ. ଜୟଶ୍ରୀ ନନ୍ଦ, ଡଃ. ଆଦିତ୍ୟ ସିଂହ, ଅନୁଶ୍ରୀ ପଟ୍ଟନାୟକ, ଶିବରଞ୍ଜନ ବିଶ୍ୱାଳ, ସତ୍ୟ ନାରାୟଣ ଦାସ, ଡଃ ଜୟାସ୍ମିତା ମିଶ୍ର, ମିଥିଳା ମହାନ୍ତି, ସଞ୍ଜୀତ କୁମାର ନାୟକ, ସୁବାସ ପ୍ରଧାନ, ଡଃ ଦେବାଶିଷ ପଣ୍ଡା, ଶ୍ରୀକାନ୍ତ ପାଢ଼ୀ, ଡଃ. ସ୍ମୃତି ରଞ୍ଜନ, ଡଃ ପୀତବାସ ମିଶ୍ର, ସଲିଳ ଦାସ, ଡଃ ରମେଶ ରାଉତରାୟ, ନୀଳମାଧବ କର, ଚିନ୍ମୟୀ ନାଥ, ଡଃ. କାଳୀ ମିଶ୍ର, ଡଃ. ଆଦ୍ୟାଶା ଦାସ, ସୁନୟନା ସୁବର୍ଣ୍ଣା ନନ୍ଦ, ଅରୁଣ ଲୁଇସ୍, ଆୟୋନା ଦାସ ଏବଂ ସ୍ରାଗଭି ସେଠୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ପ୍ରାଧ୍ୟାପକ ରାଜୁ ଷଡ଼ଙ୍ଗୀଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡ଼ିକ ତାଙ୍କର ସୁପୁତ୍ରି ମିଲି ମିଶ୍ରଙ୍କ ସୌଜନ୍ୟରୁ ପ୍ରଦାନ କରାଯାଇଥିଲା।

ଅଧିବେଶନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ ଓ ଇଂଲଣ୍ଡର ବହୁ ଉଦୀୟମାନ ତଥା ପ୍ରତିଷ୍ଠିତ କଳାକାର ମାନଙ୍କର ସୃଜନଶୀଳ ଚାତୁର୍ଯ୍ୟ ଦେଖିବାକୁ ମିଳିଥିଲା। ମହୋତ୍ସବର ମୁଖ୍ୟ ଆକର୍ଷଣ ମହାନ ଅଭିନେତା କୁନା ତ୍ରିପାଠୀ, ଓଲିଉଡ ଯୁବ ତାରକା ଦେବାଶିଷ ପାତ୍ର ଏବଂ କମେଡି କିଙ୍ଗ ପାପ୍ପୁ ପମପମଙ୍କର ଦମଦାର ଅଭିନୟ ଥିଲା। ବିଶେଷ କରି କୁନା ତ୍ରିପାଠୀଙ୍କର ଗୁରୁ ଗମ୍ଭୀର ଶିବ ସ୍ତୋତ୍ର ଗାୟନ ଏବଂ ଦେବାଶିଷ ପାତ୍ରଙ୍କ ସହିତ ଡଃ ସୁମିତା ନାୟକଙ୍କର ମଞ୍ଚ ଉପରେ ବୈଦ୍ୟୁତିକ ଗତିରେ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା।

ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସାଂସ୍କୃତିକ ପ୍ରସ୍ତୁତି ମଧ୍ୟରେ ତୁଳିକା ତ୍ରିପାଠୀ ଓ ପ୍ରେମ ସାହୁଙ୍କର ଓଡ଼ିଶୀ ନୃତ୍ୟ, ଶୁଭଶ୍ରୀ ସାହୁଙ୍କର ନେତୃତ୍ବରେ ଉତ୍କଳିକା ଟିମର ସମ୍ବଲପୁରୀ ନୃତ୍ୟ, ଇପସିତା ପଣ୍ଡା, ଡଃ. କପିଳ ମିତ କାଉର ଏବଂ କୁଲଦୀପ ପଟ୍ଟନାୟକଙ୍କର ସଙ୍ଗୀତ ପରିବେଷଣ ଏବଂ ମୌସୁମୀ ମିଶ୍ରଙ୍କର ଭଜନ ଖୁବ୍ ଉଚ୍ଚକୋଟୀର ଥିଲା। ଏହା ବ୍ୟତୀତ ଉତ୍ସବରେ ବିଭିନ୍ନ ଧରଣର କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, କୌଶଳ ବିନିମୟ କର୍ମଶାଳା ଏବଂ ରାମୋଲି କ୍ରିଏସନ଼ ଦ୍ୱାରା ପ୍ରସ୍ତୁତ ଫ୍ୟାଶନ ଶୋ ଆଦି ମଧ୍ୟ ସ୍ଥାନ ପାଇଥିଲା। ଜସ ଲାଇଭ ଡିଜିଟାଲ ମଞ୍ଚକୁ ଚିତ୍ତାକର୍ଷକ କରିବାର ସମସ୍ତ ସରଞ୍ଜାମ ଯୋଗାଇ ଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ଦିଶିତା ରାଉତ ଓ ଶୁଭଶ୍ରୀ ସାହୁ ଖୁବ୍ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଅନ୍ତାକ୍ଷରୀ ପ୍ରତିଯୋଗୀତାକୁ ଡଃ. ଲିପି ପ୍ରଧାନ ଏବଂ ଡଃ.ସଙ୍ଗୀତା ଦାସ ପରିଚାଳନା କରିଥିଲେ।

ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇ ପଦକ ଜିତିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ଭରତ ସ୍ୱାଇଁ, ମୃତ୍ୟୁଞ୍ଜୟ କର, ଶୁଭେନ୍ଦୁ ସେଠୀ, ଅଞ୍ଜନ ମିଶ୍ର, ଦେବବ୍ରତ ତ୍ରିପାଠୀ, କ୍ରିତିକ,ସୁଜାତା ସାମଲ, ପ୍ରିୟା ସାହୁ, ରେଶମା ମହାପାତ୍ର, ଶ୍ୱେତଲାନା ନନ୍ଦ, ଅଞ୍ଜଳି ପାତ୍ର, ସ୍ପର୍ଶ ନାୟକ, ଦିବ୍ୟାଂଶ ସ୍ୱାଇଁ, ଆଦିତି ମିଶ୍ର, ମନୀଷ କିରଣ, ପୃଥ୍ୱୀରାଜ ତ୍ରିପାଠୀ ଓ ଈଶାନ ଦାସ ପ୍ରମୁଖ ଅନ୍ୟତମ ଥିଲେ । ଦୁଇ ଦିନ ବ୍ୟାପୀ ଏହି ଅଧିବେଶନରେ ଉତ୍ତମ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୋଟଲି ଟିମ ଦ୍ୱାରା ପ୍ରତିନିଧିମାନଙ୍କୁ ଖୁବ୍ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା। ଏ ମଧ୍ୟରେ ମାଂସ କଷା, ବଡ଼ିଚୁରା , ଆଳୁଚପ, ଘୁଗୁନି, ମାଛ ବେସର, ରସଗୋଲା ଏବଂ ପାନ ଆଦି ଅନ୍ତର୍ଭୁକ୍ତ ଥିଲା।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରମେଶ ବାରିକ ସୁଜାତା ପ୍ରଧାନ, ସମ୍ବିତ ପ୍ରଧାନ, ରିଚିରିଚା ଦାସ, ରାମକୃଷ୍ଣ ପଟ୍ଟନାୟକ ଏବଂ ପ୍ରଦୀପ୍ତ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ। ଓସୁକ ଅଧିବେଶନକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ କୋର ଟିମ ସଦସ୍ୟ ଯଥା ସଙ୍ଗଠନ ସମ୍ପାଦକ ଅଶୋକ ଚନ୍ଦ୍ର ପାଣିଗ୍ରାହୀ, ନୀରା ତିୱାରୀ, ପତ୍ରିକା ସମ୍ପାଦକ ଡଃ ରାଜିନ୍ଦର ସିଂ, ସାଂସ୍କୃତିକ ସମ୍ପାଦକ ଅନୁଶ୍ରୀ ପଟ୍ଟନାୟକ, ଅକ୍ଷିତା ବ୍ରହ୍ମା, କୋଷାଧ୍ୟକ୍ଷ କିଶୋର ଦାଶ, ଆଇ ଟି ସମ୍ପାଦକ ବିଶାଳ ମାୟୋ ଏବଂ ସାଙ୍ଗଠନିକ କମିଟି ସଦସ୍ୟ ବୃନ୍ଦ ଉମାକାନ୍ତ ରାଉତ, ନନ୍ଦିତା ପଟ୍ଟନାୟକ, ତୃପ୍ତି ରଥ, ମୋନା ମହାପାତ୍ର, ସବିତା ତ୍ରିପାଠୀ,

ହାର୍ଦ୍ଦିକ ପ୍ରଧାନ, ସ୍ରାଗଭି ସେଠୀ, ଅନୁଷ୍କା ପାଢ଼ୀ, ସୌରୀଶ ବ୍ରହ୍ମା, ଇଶାନ ରାଉତ, ଅନିଷା ପଣ୍ଡା, ଆନ୍ୟା ପଣ୍ଡା, ଶୁଭଶ୍ରୀ ସାହୁ, ପଲ୍ଲୀ ପୁଷ୍ପା ସାମଲ, ଆଦିତ୍ୟ ବେହୁରିଆ, ନୀଲ ଦାଶ ଓ ରାଗିଣୀ ମହାନ୍ତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଧିବେଶନରେ ଶିରୋନାମା ପ୍ରୟୋଜକ ଭାବେ ଏଭୋସ ସ୍ଥାନ ପାଇଥିଲା। ଅନ୍ୟାନ୍ୟ ପ୍ରୟୋଜକ ମାନଙ୍କ ମଧ୍ୟରେ ୱାର୍ଲଡ ଓଡ଼ିଶା ସୋସାଇଟି, ଆର୍ ଆର୍ ଇଭେଣ୍ଟସ୍,ଏସଆର୍ ସିଷ୍ଟମସ୍, ଆସପୋରା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏସଆର୍ ଇଭେଣ୍ଟସ୍ , ୟୁକେର ଭାରତୀୟ ଷ୍ଟେଟ ବ୍ୟାଙ୍କ. ବ୍ୟାଙ୍କ ଅଫ ବରୋଦା, ହେମରାଜ ଜୁଏଲ୍ଲର୍ସ, ପୋଟଲିଏବଂ ଆମେଡିୟସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version