No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ତେଲେଙ୍ଗାପେଣ୍ଠ ନିକଟସ୍ଥ ସିଏମସି ୫୯ ନମ୍ବର ୱାର୍ଡ ରାମନଗର ଗ୍ରାମର ଆମ ଗାଁ ଶ୍ରୀଗଣେଶ ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ପୂଜାର ଶୁକ୍ରବାର ଦିନ ଥିଲା ୪ର୍ଥ ଦିବସ । ପାରମ୍ପରିକ ପୂଜା ନିତିରେ ବିଘ୍ନ ବିନାଶକ ପ୍ରଭୁ ଗଣପତିଙ୍କ ପୂଜା ପ୍ରତିଦିନ କରା ଯାଉଅଛି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ସୁନ୍ଦର ମୂର୍ତ୍ତୀ ଦର୍ଶକଙ୍କ ଦୃଷ୍ଟି ଆକରଷଣ କରୁଛି ।

ସନ୍ଧ୍ୟାରେ ପୂଜା ମଣ୍ଡପରେ ଗ୍ରାମର ଜନସାଧାରଣଙ୍କ ସମେତ ଦର୍ଶକଙ୍କ ଭିଡ ଜମୁଛି । ଶୁକ୍ରବାର ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ବେହେରା, ହୃଦାନନ୍ଦ ବେହେରା, ବୁଦ୍ଧେଶ୍ଵର ବେହେରା, ବିକ୍ରମ ବେହେରା, ବିଶ୍ଵଜିତ ବେହେରା, ସିଦ୍ଧେଶ୍ୱର ବେହେରା,ସୁରଥ ବେହେରା, ସ୍ମୃତି ରଞ୍ଜନ ସ୍ୱାଇଁ,ପ୍ରତୀକ୍ ମହାନ୍ତି ,
ରାଜେନ୍ଦ୍ର ବେହେରା,ସଦାନନ୍ଦ ବେହେରା, ଦେବାଶିଷ ମହାନ୍ତି, ହିମାଂଶୁ ବେହେରା,ବିବେକ ବେହେରା, ସତ୍ୟବ୍ରତ ଭୋଳ , କୃପାସିନ୍ଧୁ ବେହେରା ଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ । ଆସନ୍ତା ରବିବାର ଦିନ ମଧ୍ୟାହ୍ନରେ ନିଶାମୁକ୍ତ ଏବଂ ଡିଜେକୁ ମୁକ୍ତ ପାରମ୍ପରିକ ଘଣ୍ଟ ବାଦ୍ୟରେ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତୀ ବିସର୍ଜନ କରାଯିବ l

No Result
View All Result