ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସି ଏମ କିଶାନ ର କିସ୍ତି ଆଜି ପବିତ୍ର ଗଶେଣ ପୂଜା ଅବସରରେ ରାଜ୍ୟର କୃଷକ ମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି।ଆଜି ପୁରୀ ଜିଲ୍ଲାସ୍ତରୀୟ ସି.ଏମ କିଷାନ ଉତ୍ସବ ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର କୃଷି ଓ କୃଷକ ର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସରକାର ଦେଇଥିବା କଥା କୁ ପାଳନ କରିଛନ୍ତି ।

ଚାଷକୁ ଦ୍ବିଗୁଣିତ କରିବା ସହ କୃଷକ ଭାଇର ସର୍ବାଙ୍ଗୀନ ବିକାଶ ପାଇଁ ସରକାର କାର୍ଯ୍ୟ କରିଚାଲିଛନ୍ତି ବୋଲି ଡା ପାତ୍ର କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସିଏମ କିଶାନ ର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା । ପୁରୀ ଜିଲ୍ଲାର ମୋଟ ୨ ଲକ୍ଷ ୨୫ ହଜାର ୬୫୬ ଜଣ କ୍ଷୁଦ୍ର ଓ ନାମ ମାତ୍ର କୃଷକ ଏବଂ ୧୨୧୯ ଜଣ ଭୂମି ହୀନ କୃଷକ ଏହି କିସ୍ତିରେ ୨ହଜାର ଟଙ୍କା ହିସାବରେ ସି ଏମ କିଷାନ ସମ୍ମାନ ନିଧି ସହାୟତା ମାଧ୍ୟମରେ ୪୫,୩୭,୫୦୦୦୦ ଟଙ୍କା ପ୍ରାପ୍ତ କରିଛନ୍ତି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ ।















