No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ପକ୍ଷରୁ ୧୫ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ସିଏମସି ୫୮ ନମ୍ବର ୱାର୍ଡ ଭାଣପୁର ଗ୍ରାମର ଏନ୍ ଏଚ ସର୍ଭିସ୍ ରୋଡ଼ ଠାରୁ ବେହେରା ସାହି ଠାକୁର ଘର ପର୍ଯ୍ୟନ୍ତ କାର୍ଯ୍ୟ ହେବାକୁଥିବା ଢଳେଇ ରାସ୍ତା ର ଶିଳାନ୍ୟାସ କରିଥିଲେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା,
ବିଜେପି ଉପସଭାପତି ସ୍ଵାଧୀନ ଚେତା ମହାନ୍ତି, ତ୍ରିଲୋଚନ ପରିଡ଼ା, ପ୍ରମୋଦ କୁମାର ଓଝା, ରାଜେନ୍ଦ୍ର ପାତ୍ର, ମେୟରଙ୍କ କଟକ ସଦର ପ୍ରତିନିଧି ରଘୁ ପ୍ରସାଦ ଶତପଥୀ, ଶରତ ଚନ୍ଦ୍ର ଜେନା, ପ୍ରଶନ ପ୍ରଧାନ, ସତ୍ୟ ରଞ୍ଜନ ଦାସ, ସରୋଜ କୁମାର ବେହେରା, ଗଣେଶ ଓଝା , ଶ୍ରୀଧର ରାଉତ ମିଞା , ମହେଶ୍ୱର ଭଟ୍ଟ, ସନ୍ତୋଷ କୁମାର ଲେଙ୍କା,
ପ୍ରମୁଖ। ବିଧାୟକ ରାସ୍ତାର ଭିତ୍ତିପ୍ରସ୍ତର କାର୍ଯ୍ୟ ସାରି ଭାଣପୁର ଭଟ୍ଟ ସାହି ଶନି ମନ୍ଦିର ନିକଟସ୍ଥ ବରୁଣେଇ ସାଂସ୍କୃତିକ ମଣ୍ଡପକୁ ଫିତା କାଟି ଉଦଘାଟନ କରିଥିଲେ । ପରେପରେ ବିଧାୟକ ଅନ୍ୟ ଏକ ମନ୍ଦିର କାର୍ଯ୍ୟ ର ଶୁଭ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ୱ।ର୍ଡର ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

No Result
View All Result