ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ପୋଲିସ ସୁପରିଣ୍ଡେଣ୍ଟ ପ୍ରତୀକ ସିଂ, ଆଇ ପି ଏସ ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ ହଲ୍ରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର, ଅତିରିକ୍ତ ଏସ୍ପି ଦେବୀ ଶଙ୍କର ପ୍ରତାପ, ଅତିରିକ୍ତ ଏସ୍ପି ସଚିନ ପଟେଲ, ପୁରୀ ଜିଲ୍ଲାର ସମସ୍ତ ଡି ଏସ ପି ମାନେଓ ସମସ୍ତ ଥାନାରଅଧିକାରୀମାନେଯୋଗଦେଇଥିଲେ । ମୁଖ୍ୟ ଆଲୋଚନା ବିଷୟଗୁଡ଼ିକ. ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ସମ୍ପର୍କ ରେ ଆଲୋଚନା ହୋଇଥିଲା l ଆଗାମୀ ପର୍ବପର୍ବାଣୀ ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅପରାଧ ସମୀକ୍ଷା ଓ ହାବିଚୁଆଲ୍ ଅଫେଣ୍ଡର ମାନଙ୍କୁ ଚିହ୍ନଟ କରି ନଜର ରଖାଯିବ l ଜିଲ୍ଲାର ହାବିଚୁଆଲ୍ ଅଫେଣ୍ଡରମାନଙ୍କ ତାଲିକାକୁ ପୁନର୍ବୀକ୍ଷଣ କରି ସେମାନଙ୍କୁ କଡା ନଜରୀରେ ରଖାଯିବ l ପର୍ବ ପର୍ବାଣୀ ସମୟରେ ପକେଟ୍ମାର ଓ ଅନ୍ୟାନ୍ୟ ଅପରାଧୀମାନଙ୍କୁ ସତର୍କ କରାଯିବ । ନାର୍କୋଟିକ୍ସ କଣ୍ଟ୍ରୋଲ ମଧ୍ୟରେ ଗଞ୍ଜେଇ, ବ୍ରାଉନ ସୁଗର ଓ ଅନ୍ୟାନ୍ୟ ନିଷିଦ୍ଧ ଦ୍ରବ୍ୟ ବ୍ୟାପାରୀମାନଙ୍କୁ ଚିହ୍ନଟ କରିବା ସହ ଧରିବା ପାଇଁ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଆଗାମୀ ପର୍ବପର୍ବାଣୀ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ l ଗଣେଶ ପୂଜା, ଦୁର୍ଗା ପୂଜା, ଦୀପାବଳି, କାର୍ତିକ ଵା ଧର୍ମ ମାସ ଇତ୍ୟାଦି ପର୍ବପର୍ବାଣୀରେ ଭିଡ଼ ପରିଚାଳନା, ଯାତାୟାତ ସୁବିଧା, ଓ ଆଇନଶୃଙ୍ଖଳା ପାଳନ କରିବା ପାଇଁ ସୁନିଶ୍ଚିତ ଯୋଜନା କରାଯିବ ।
ସମସ୍ତ ଆଇ ଆଇ ସି ମାନେ ତାଙ୍କ ଅଧୀନସ୍ଥ କ୍ଷେତ୍ରରେ ଆମ ପୋଲିସ ସଭା କରିବେ । ଜନତାର ସୁରକ୍ଷା ପୋଲିସର ପ୍ରାଥମିକତା ଦିଆଯିବ । ଏହି ଅବସରରେନୂଆ ଏସ ପି ପ୍ରତୀକ ସିଂ ବାର୍ତ୍ତା ଦେଇ କହିଛନ୍ତି ପୁରୀ ଜିଲ୍ଲାର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ପ୍ରତି ଆମର ପ୍ରତିବଦ୍ଧତା ଅଟଳ ରହିଛି । ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା, ଅପରାଧୀମାନଙ୍କୁ କଡା ହାତରେ ଦମନ, ଏବଂ ଆଗାମୀ ପର୍ବପର୍ବାଣୀରେ ଶାନ୍ତିପୂର୍ଣ୍ଣ ପରିବେଶ ନିଶ୍ଚିତ କରିବାରେ ପୁରୀ ପୋଲିସ ସଦା ସଚେତନ ରହିବ । ପୁରୀବାସୀଙ୍କ ସହଯୋଗରେ ଆମେ ପୁରୀକୁ ଅପରାଧମୁକ୍ତ ଜିଲ୍ଲା କରିବାକୁ ପ୍ରତିବଦ୍ଧ । ମାଦକଦ୍ରବ୍ୟ ଓ ଆଇନଶୃଙ୍ଖଳାଭଙ୍ଗକୁ ଦମନ କରିବୁ ବୋଲି ନୂଆ ଏସପି ଶ୍ରୀ ସିଂ କହିଛନ୍ତି ।













