No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ପୁରୀ ଜିଲ୍ଲା ଏସ. ପି. ଭାବେ ସୋମବାର ଦିନ ପ୍ରତୀକ ସିଂ ଯୋଗ ଦେଇଛନ୍ତି l ଜିଲ୍ଲରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସିଂହଦ୍ୱାର ଠାରେ ସ୍ରଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି l ରତ୍ନ ସିଂହାସନ ରେ ବିଜେ ଚତୃର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିଛନ୍ତି l ଦର୍ଶନ କରି ଫେରିବା ପରେ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିର ର ସୁରକ୍ଷା, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ପ୍ରାଥମିକତା ଦିଆଯିବ l
ଜିଲ୍ଲା ରେ ଭଲ କାମ କରିବା ପାଇଁ ଲକ୍ଷ୍ୟ ରଖିଛି l ମହାପ୍ରଭୁ ଙ୍କ ସ୍ଥାନ ରେ ଯୋଗ ଦେଇଥିବାରୁ ନିଜକୁ ଧନ୍ୟ ମନେକରୁଛି l କର୍ତ୍ତବ୍ୟନିଷ୍ଠ ହୋଇ ଦାୟିତ୍ୱ ତୁଲାଇବି l ଶ୍ରୀମନ୍ଦିର ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେବାୟତ ଙ୍କ ସହଯୋଗ ଲୋଡ଼ିଥିଲେ l ଶ୍ରୀ ସିଂ ଏଥି ପୂର୍ବରୁ କଟକ ଗ୍ରାମାଞ୍ଚଳ ଏସ ପି ଭାବେ କାର୍ଯ୍ୟରତ ଥିଲେ l ତାଙ୍କର ଏହି ଯୋଗଦାନ ପରେ କାର୍ଯ୍ୟାଳୟ ରେ ଆନନ୍ଦ ର ଲହରୀ ଖେଳିଯାଇଛି l

No Result
View All Result