No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସହରର ଜନସାଧାରଣ ସତି ଚଉରା ଶ୍ମଶାନରେ ଯେଭଳି ସୁବିଧା ପାଇବେ ସେନେଇ ସିଏମସି ମେୟର ଏବଂ କମିଶନର ବୁଲି ଦେଖିବା ସହିତ ଏହାର ଉନ୍ନତିକରଣ କିପରି ହୋଇପାରିବ ସେନେଇ ସମିଖ୍ୟା କରିଥିଲେ । ଉକ୍ତ ଶ୍ମଶାନର ଉନ୍ନତିକରଣ ଓ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୁତି ଉଦେଶ୍ୟରେ କଟକ ମହାନଗର ନିଗମ ପକ୍ଷରୁ ୪ କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରାଯିବ ବୋଲି କଟକ ମେୟର ସୁବାସ ସିଂ ସୂଚନା ଦେଇଥିଲେ ।
କିଭଳି ଏହାର ନୂଆ ରୂପ ରେଖ କରାଯିବ ସେ ନେଇ ସ୍ଥିତି ଅନୁଧ୍ୟାନ ପାଇଁ ସୋମବାର ସତୀ ଚଉରା ସ୍ମଶାନରେ ପହଂଚିଥିଲେ କଟକ ମେୟର ସୁବାସ ସିଂ , କଟକ କମିଶନର କିରଣ ଦୀପ କୈ।ର ଓ ସ୍ଥାନୀୟ କର୍ପୋରେଟର । ଏହି ଶ୍ମଶାନର ସମ୍ପୂର୍ଣ ଆଲୋକୀକରଣ କରାଯିବା ସହିତ ଯେଉଁ ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଶବ ଦାହ କରାଯାଇଛି , ସେମାନଙ୍କର ସମାଧି କିଭଳି ସ୍ଥାନ ପାଇବେ ସେନେଇ ଲକ୍ଷ୍ୟ ରଖାଯାଇଛି ।
ଏହି ଶ୍ମଶାନ କିଭଳି ପୁରୀ ସ୍ୱର୍ଗ ଦ୍ୱାର ଭଳି ଜନସାଧାରଣକୁ ଅନୁଭବ ଓ ଆଦୃତ କରିବ ସେହିଭଳି ପରିକଳ୍ପନା କରିଛି କଟକ ମହାନଗର ନିଗମ । ଏହି ଶ୍ମଶାନ ଉପରେ କେବଳ କଟକ ର ୧୧ ଗୋଟି ରୁ ଉର୍ଦ୍ଧ ୱାର୍ଡ ବାସି ନିର୍ଭର କରନ୍ତି । ଖାଲି ସେତିକି ନୁହେଁ କରୋନା ସମୟରେ ସତୀ ଚଉରା ଶ୍ମଶାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା l ସେହି ଭଳି ସତୀଚଉରା ଶ୍ମଶାନର ମାଷ୍ଟର ପ୍ଲାନ ତିଆରି କରିଛି କଟକ ମହାନଗର ନିଗମ ।

No Result
View All Result