No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀକୁ ଭିଡମୁକ୍ତ କରିବା ପାଇଁ ଏକ ବାଇପାସ୍ ରାସ୍ତା ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଠାରୁ ଡାଙ୍ଗିପିଟା, ସାହାଡାପଦା, ମନ୍ତ୍ରୀ ସାହି ଗ୍ରାମ ଦେଇ ଏନ୍.ଏ.ସି ଛକ ପର୍ଯ୍ୟନ୍ତ ସଂଯୋଗ କରିବା ପାଇଁ ଦାବି କରାଯାଇଛ । ଏହା ଦ୍ୱାରା ବାଙ୍କୀ ଏନ୍.ଏ.ସିର ୱାର୍ଡ ନମ୍ବର-୧,୨,୩, ୪ ,୧୪, ୧୫, ୧୬ , ୧୭ ଆଦି ୱାର୍ଡର ବାସିନ୍ଦାମାନେ ଏଥିରେ ଉପକୃତ ହେବା ସହ ବିଭିନ୍ନ ପର୍ବପର୍ବାଣୀ, ମହୋତ୍ସବ ,
ବନ୍ୟା ଓ ବାତ୍ୟା ସମୟରେ ଏହା ଦ୍ୱାରା ଯିବାଆସିବା ପାଇଁ ସୁବିଧା ହୋଇପାରିବା ସହିତ ଦୁର୍ଘଟଣାକୁ କମେଇ ଦିଆଯାଇ ପାରିବ ବୋଲି ବି.ଜେ.ପି. ର ବରିଷ୍ଠ ନେତା ଶ୍ରୁଭ୍ରାଂଶୁ ମୋହନ ପାଢୀ ଲିଖିତ ଆକାରରେ ଓଡ଼ିଶାର ଅଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି ।
ଏଥି ସହିତ ଏହି ଦାବିକୁ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବ ଓ କଟକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅବଗତ କରିଛନ୍ତି । ଏ ଦାବି ସଂପର୍କରେ ବାଙ୍କୀ ଏନ୍.ଏ.ସି ତରଫରୁ ଏକ ପ୍ରସ୍ତାବ ପାରିତ ହୋଇଛି ବୋଲି ଶ୍ରୀ ପାଢୀ ଜଣାଇଛନ୍ତି । ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସାଂସଦ ଓ ଜିଲ୍ଲାପାଳ ସମ୍ମତି ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ବାଙ୍କୀବାସୀ ଆଶାବାଦୀ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି ।

No Result
View All Result