ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଯୋଗେଶଚନ୍ଦ୍ର ରାଉତଙ୍କ ୧୦୧ତମ ଜନ୍ମ ଜୟନ୍ତୀ କଲେଜ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ସ୍ୱର୍ଗତ ଡାକ୍ତର ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କଲେଜର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ତଥା ଜୟନ୍ତୀ କମିଟିର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି
ସ୍ୱର୍ଗତ ଡାକ୍ତର ରାଉତଙ୍କ ତତ୍ତ୍ୱାବଧାନରେ ୧୯୬୦ମସିହାରେ ବାଙ୍କୀ କଲେଜ ପ୍ରତିଷ୍ଠା କରାଯାଇ ଉଚ୍ଚଶିକ୍ଷା ପାଇଁ ବାଙ୍କୀରେ ପ୍ରଥମେ ଅୟଆରମ୍ଭ ହୋଇଥିଲା ବୋଲି କହିଥିଲେ । ଡାକ୍ତର ରାଉତ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଚିକିତ୍ସକ , ସମବାୟବିତ ଓ ଜଣେ ମନ୍ତ୍ରୀ ଭାବରେ ସାରା ଓଡ଼ିଶାରେ ପରିଚିତ ବୋଲି ପ୍ରାଧ୍ୟାପକ ମହାପାତ୍ର କହିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ନରେଶ ଚନ୍ଦ୍ର ବେହେରା, ଅଧ୍ୟାପକ ଅରିଜିତ୍ ମିଶ୍ର, ଶୁଭେନ୍ଦୁ ପ୍ରଧାନ, ଅଚ୍ୟୁତ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଦାସରଥି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।














